Advertisment

ଏମିତି ଅଭିନବ ଉପାୟରେ ପାଠ ପଢ଼ାଇଲେ ଶିକ୍ଷୟିତ୍ରୀ, ଫଟୋ ଭାଇରାଲ

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରାଯାଇଛି। ଏନେଇ ଶିକ୍ଷକମାନେ ଡିଜିଟାଲ ଲର୍ନିଂକୁ ବ୍ୟବହାର କରି ଅନଲାଇନ୍‌ କ୍ଲାସ୍‌ କରି ପିଲାମାନଙ୍କୁ ପାଠପଢ଼ାଉଛନ୍ତି। କେତେକ ସ୍ଥାନରେ ଶିକ୍ଷକମାନେ ଭିଡିଓ କଲିଂକରି ପାଠପଢ଼ାଉଥିବାବେଳେ, ଅନ୍ୟକେତେକ ସ୍ଥାନରେ ରେକର୍ଡିଂ ମାଧ୍ୟମରେ ପାଠପଢ଼ାଯାଉଛି। ଅନ୍‌ଲାଇନ୍‌ରେ ପଢ଼ାଇବା ଦ୍ୱାରା ଶିକ୍ଷକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଜଣେ ଶିକ୍ଷୟିତ୍ରୀ ଏକ ଅଭିନବ ଉପାୟ ଆପଣେଇଛନ୍ତି, ଯାହାକି କୌଣସ ସମସ୍ୟା ସୃଷ୍ଟି କରୁନାହିଁ। ତାଙ୍କର ଏଭଳି […]

ଏମିତି ଅଭିନବ ଉପାୟରେ ପାଠ ପଢ଼ାଇଲେ ଶିକ୍ଷୟିତ୍ରୀ, ଫଟୋ ଭାଇରାଲ

Moumita B pune chemistry teacher

Advertisment

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରାଯାଇଛି। ଏନେଇ ଶିକ୍ଷକମାନେ ଡିଜିଟାଲ ଲର୍ନିଂକୁ ବ୍ୟବହାର କରି ଅନଲାଇନ୍‌ କ୍ଲାସ୍‌ କରି ପିଲାମାନଙ୍କୁ ପାଠପଢ଼ାଉଛନ୍ତି। କେତେକ ସ୍ଥାନରେ ଶିକ୍ଷକମାନେ ଭିଡିଓ କଲିଂକରି ପାଠପଢ଼ାଉଥିବାବେଳେ, ଅନ୍ୟକେତେକ ସ୍ଥାନରେ ରେକର୍ଡିଂ ମାଧ୍ୟମରେ ପାଠପଢ଼ାଯାଉଛି। ଅନ୍‌ଲାଇନ୍‌ରେ ପଢ଼ାଇବା ଦ୍ୱାରା ଶିକ୍ଷକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଜଣେ ଶିକ୍ଷୟିତ୍ରୀ ଏକ ଅଭିନବ ଉପାୟ ଆପଣେଇଛନ୍ତି, ଯାହାକି କୌଣସ ସମସ୍ୟା ସୃଷ୍ଟି କରୁନାହିଁ। ତାଙ୍କର ଏଭଳି ଉପାୟକୁ ସମସ୍ତେ ପସନ୍ଦ ମଧ୍ୟ କରୁଛନ୍ତି। ଯାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ଖବର ଅନୁଯାୟୀ, ଶିକ୍ଷୟିତ୍ରୀଙ୍କ ନାଁ ମୋମିତା ବି’। ସେ ରସାୟନ ବିଜ୍ଞାନର ଶିକ୍ଷୟିତ୍ରୀ । ଫଟୋରେ ଦେଖିବାକୁ ମିଳୁଛି ଯେ ମୋମିତା ଏକ ହ୍ୟାଙ୍ଗରକୁ କପଡାରେ ଓଲଟା ଟାଙ୍ଗି ସେଥିରେ ମୋବାଇଲ ଫୋନ୍‌କୁ ଏକ କପଡାରେ ବାନ୍ଧି ଦେଇଛନ୍ତି। ତା’ପରେ ସେ ପଛରେ ଥାଇ ଏକ ଚକବୋର୍ଡ ଟାଙ୍ଗି ଅନ୍‌ଲାଇନ୍‌ ମାଧ୍ୟମରେ ପିଲାମାନଙ୍କୁ ପାଠ ପଢ଼ାଇଥିଲେ। ସେ ଏହି ଫଟୋଟିକୁ ଗୋଟେ ସପ୍ତାହ ପୂର୍ବରୁ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ ‘ମୋର ପାଖରେ ଟ୍ରିପୋଡ ନଥିବାରୁ ମୁଁ ପିଲାଙ୍କୁ ପଢ଼ାଇବା ପାଇଁ ଏଭଳି ଅଭିନବ ଉପାୟକୁ ବ୍ୟବହାର କରିଥିଲି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

ଏହି ଫଟୋରେ ଏପର୍ଯ୍ୟନ୍ତ ୨ଲକ୍ଷରୁ ଅଧିକ ଭିଜ୍ୟୁ ମିଳିଥିବାବେଳେ ୬୦୦ରୁ ଅଧିକ ପ୍ରତିକ୍ରିୟା ମିଳିଛି। ଏନେଇ ଶିକ୍ଷୟିତ୍ରୀଙ୍କୁ ଖୁବ୍‌ ପ୍ରଂଶସା ମଧ୍ୟ କରାଯାଉଛି। ଫଟୋରେ ଜଣେ ବ୍ୟକ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ’ ଏହି ଫଟୋଟି ମୋର ଦିନ ତିଆରି କରିଛି’। ଅନ୍‌ଲାଇନ୍‌ କ୍ଲାସ ପାଇଁ ଶିକ୍ଷୟିତ୍ରୀ ଜଣଙ୍କ ଯେଉଁ ଉପାୟ ଅପଣେଇଛନ୍ତି, ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି ଫଟୋରେ ଯେଉଁ ଆବେଗ ରହିଛି ତାହା ମୋତେ ଆଶ୍ଚର୍ଯ୍ୟଚକିତ କରିଛି।

Advertisment

ଶିକ୍ଷୟତ୍ରୀଙ୍କ ଏହି ଫଟୋକୁ ବନ ସେବା ଅଧିକାରୀ ସୁଧା ରମଣ ମଧ୍ୟ ପସନ୍ଦ କରିଛନ୍ତି। ସେ ମଧ୍ୟ ମୋମିତାଙ୍କ ଫଟୋକୁ ନିଜ ଟ୍ୱିଟ୍‌ରେ ସେୟାର କରିଛନ୍ତି।

ଆହୁରି ଜଣେ ବ୍ୟକ୍ତି ମଧ୍ୟ ରି-ଟ୍ୱିଟ୍‌ କରି ଲେଖିଛନ୍ତି ,‘ଆପଣଙ୍କୁ କୋଟି କୋଟି ପ୍ରଣାମ’।

Advertisment
Pune Chemistry Teacher Viral Video Pune Teacher Desi Jugad Pune Teacher Desi Online Class Pune Teacher Viral Video Teacher Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ