manoj das
ପୁଡୁଚେରୀ : ପଦ୍ମ ପୁରସ୍କାରପ୍ରାପ୍ତ ଗାଳ୍ପିକ ମନୋଜ ଦାସଙ୍କୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସାମିଙ୍କ ଅସମ୍ମାନ। ଆଗରୁ ଅବଗତ କରାଯାଇନଥିବା କହି ଉଭୟଙ୍କୁ ସମ୍ବର୍ଦ୍ଧନା ଦେବାକୁ ମନା କଲେ ନାରାୟଣ ସାମି। ପଦ୍ମ ପୁରସ୍କାର ପାଇଥିବାରୁ ସାହିତ୍ୟିକ ମନୋଜ ଦାସ ଓ ଟେରାକୋଟା ଶିଳ୍ପୀ ଭି. କେ. ମୁନୁସାମି କ୍ରିଷ୍ଣପଖତାଙ୍କୁ ପୁଡୁଚେରୀ ରାଜଭବନରେ ସମ୍ମାନିତ କରିବାକୁ କାର୍ଯ୍ୟକ୍ରମ ଥିଲା।
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହ ପରେ ରାଜଭବନରେ ଦୁହିଁଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ଥିଲା। ମୁଖ୍ୟମନ୍ତ୍ରୀ ମଧ୍ୟ ଆସିଥିଲେ। । କିନ୍ତୁ ଯେତେବେଳେ ମୁନୁମାମି ଓ ମନୋଜ ଦାସଙ୍କୁ ସମ୍ବର୍ଦ୍ଧନା ଦେବାକୁ କୁହାଯାଇଥିଲା, ସେତେବେଳେ ରୁକ୍ଷ ଭାବେ ସିଧା ସିଧା ମନା କରିଦେଇଥିଲେ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସାମି।
ସମସ୍ତଙ୍କ ସାମ୍ନାରେ ପ୍ରଶ୍ନ କରିଥିଲେ, କାହିଁକି ଆଗରୁ ତାଙ୍କୁ ଏ ସଂପର୍କରେ ଅବଗତ କରାଯାଇନଥିଲା। ଏପରିକି ସେ କାର୍ଯ୍ୟକ୍ରମ ଅଧାରୁ ଛାଡ଼ି ଚାଲି ଯାଇଥିଲା। ପଦ୍ମ ପୁରସ୍କାର ବିଜେତାଙ୍କୁ ଏହା ଅସମ୍ମାନ ବୋଲି କହି, ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି କିରଣ ବେଦୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/manoj-das_1626690898.jpg)