Advertisment

'ପବ୍‌ଜୀ' ନିଶା: ବାପା ଆକାଉଣ୍ଟରୁ ୧୬ ଲକ୍ଷ ଟଙ୍କା ଉଡ଼ାଇଦେଲା ପୁଅ

ଦିଲ୍ଲୀ/ଚଣ୍ଡିଗଡ଼: ବର୍ତ୍ତମାନ ପିଢିର ପିଲାମାନଙ୍କ ଉପରେ ଅନଲାଇନ୍ ଗେମର ନିଶା ଖୁବ୍ ଚଢ଼ିବାରେ ଲାଗିଛି। ଏହି ଅନଲାଇନ୍ ଗେମ୍ ମଧ୍ୟରୁ ପବ୍‌ଜୀ (PUBG) ଏବେ ସମସ୍ତଙ୍କ ପ୍ରିୟ ହୋଇଛି। କିନ୍ତୁ ଏହି ଖେଳ ଯେ ଜଣଙ୍କୁ କାଙ୍ଗାଳ କରିଦିଏ, ତା’ର ଜ୍ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ। ପଞ୍ଜାବର ଜଣେ ପିଲା ଅନଲାଇନ୍ ଗେମ୍ ନିଶାରେ ନିଜ ବାପାଙ୍କ ଆକାଉଣ୍ଟରୁ ୧୬ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଛି। ତେବେ ପୁଅର ଏଭଳି କାମ ପରେ ବାପା ତାକୁ […]

'ପବ୍‌ଜୀ' ନିଶା: ବାପା ଆକାଉଣ୍ଟରୁ ୧୬ ଲକ୍ଷ ଟଙ୍କା ଉଡ଼ାଇଦେଲା ପୁଅ

pubg

Advertisment

ଦିଲ୍ଲୀ/ଚଣ୍ଡିଗଡ଼: ବର୍ତ୍ତମାନ ପିଢିର ପିଲାମାନଙ୍କ ଉପରେ ଅନଲାଇନ୍ ଗେମର ନିଶା ଖୁବ୍ ଚଢ଼ିବାରେ ଲାଗିଛି। ଏହି ଅନଲାଇନ୍ ଗେମ୍ ମଧ୍ୟରୁ ପବ୍‌ଜୀ (PUBG) ଏବେ ସମସ୍ତଙ୍କ ପ୍ରିୟ ହୋଇଛି। କିନ୍ତୁ ଏହି ଖେଳ ଯେ ଜଣଙ୍କୁ କାଙ୍ଗାଳ କରିଦିଏ, ତା'ର ଜ୍ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ। ପଞ୍ଜାବର ଜଣେ ପିଲା ଅନଲାଇନ୍ ଗେମ୍ ନିଶାରେ ନିଜ ବାପାଙ୍କ ଆକାଉଣ୍ଟରୁ ୧୬ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଛି। ତେବେ ପୁଅର ଏଭଳି କାମ ପରେ ବାପା ତାକୁ ଉଚିତ୍ ଶିକ୍ଷା ଦେଇଛନ୍ତି ଏବଂ ଟଙ୍କାର ମୂଲ୍ୟ କେତେ, ତାହା ଜଣାଇବା ପାଇଁ ତାକୁ ଗାଡ଼ି ମରାମତି ଦୋକାନ୍ ବା ଗ୍ୟାରେଜରେ କାମ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ବାସ୍ତବରେ ଏହା ସତ।

Advertisment

ଏ ନେଇ ପୁଅର ବାପା କହିଛନ୍ତି, ଏବେ ମୁଁ ତାକୁ ଆଉ ଘରେ ବସିବାକୁ ଦେବି ନାହିଁ। ଏପରିକି ତାକୁ ପାଠପଢ଼ା ପାଇଁ ଆଉ ମୋବାଇଲ୍ ମଧ୍ୟ ଦିଆଯିବ ନାହିଁ। ଏବେ ସେ ଗାଡ଼ି ମରାମତି ଦୋକାନରେ କାମ କରୁଛି, ଯେଉଁଥିରୁ ସେ ଜାଣିପାରିବ ଯେ ଟଙ୍କା କମାଇବା କେତେ କଷ୍ଟ। ସେ ଆହୁରି କହିଛନ୍ତି, ଯେଉଁ ଟଙ୍କାକୁ ସେ ପବ୍‌ଜୀ ଗେମ୍ ଖେଳିବା ଚକ୍କରରେ ଚୁଟ୍କିରେ ଖର୍ଚ୍ଚ କରିଦେଲା, ତାହା ମୁଁ ନିଜର ହେଲଥ କେୟାର ଓ ପୁଅର ଭବିଷ୍ୟତ ପାଇଁ ସଞ୍ଚିତ କରି ରଖିଥିଲି। ବର୍ତ୍ତମାନ ମୁଁ କ'ଣ କରିବି, କିଛି ବୁଝିପାରୁନି।

publive-imageସୂଚନାଯୋଗ୍ୟ, ପୁଅର ବାପା ବାହାରେ ଚାକିରି କରନ୍ତି। ପୁଅ ତା' ମାଆ ପାଖରେ ରୁହେ। ପୁଅ ତା' ମାଆର ମୋବାଇଲ୍ ଫୋନକୁ ପବ୍‌ଜୀ ଖେଳିବା ପାଇଁ ବ୍ୟବହାର କରୁଥିଲା, ଯେଉଁଥିରେ ତାକୁ ବ୍ୟାଙ୍କ୍ ଟ୍ରାଞ୍ଜାକସନ୍ କରିବା ସହଜ ହେଉଥିଲା। ତେବେ ବ୍ୟାଙ୍କ ଟ୍ରାଞ୍ଜାକସନ୍ ପୂରା ହେବା ପରେ ସେ ତା' ମାଆର ଫୋନରୁ ସବୁ ଟ୍ରାଞ୍ଜାକସନ୍ ମେସେଜକୁ ଡିଲିଟ୍ କରିଦେଉଥିଲା। ଯେଉଁକାରଣରୁ ତା ବାପା କିମ୍ବା ମାଆ ଟଙ୍କା ବିଷୟରେ କିଛି ବି ଜାଣିପାରୁ ନଥିଲେ।

Advertisment

ଏପରିକି ପିଲାଟି ନିଜ ସାଙ୍ଗମାନଙ୍କ ପବ୍‌ଜୀ ଆକାଉଣ୍ଟକୁ ଅପଡେଟ୍ କରିବା ପାଇଁ ମଧ୍ୟ ନିଜ ବାପାଙ୍କ ଆକାଉଣ୍ଟରୁ ଟଙ୍କା ଖର୍ଚ୍ଚ କରିଥିବା ବ୍ୟାକ୍ ଷ୍ଟେଟମେଣ୍ଟରୁ ଜଣାପଡ଼ିଛି। ବାପା ଭାବୁଥିଲେ ଯେ ପୁଅ ପାଠ ପଢ଼ିବା ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କରୁଛି, କିନ୍ତୁ ପୁଅ ମୋବାଇଲରେ ପବ୍‌ଜୀ ଗେମ୍ ଖେଳିବାରେ ସବୁ ସମୟ ବିତାଉଥିଲା। କିନ୍ତୁ ପରେ ସବୁକଥା ଜାଣିବା ପରେ ବାପା ନିଜ ପୁଅକୁ ଗ୍ୟାରେଜରେ କାମ କରାଇବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ