purana
ଚେନ୍ନାଇ: ସାଧାରଣତ ଜଣେ ମଣିଷ ବିଫଳତା ପାଇଁ ନିଜ ଭିତରେ ଥିବା ଦୁର୍ବଳତାକୁ ଅଧିକ ଦୋଷ ଦେଇଥାଏ। ଏହି କାରଣରୁ ପ୍ରତିଟି ଛୋଟ ସମସ୍ୟା ତା'କୁ ବଡ଼ ଲାଗିଥାଏ। ଏଥିରେ ନିରାଶ ହୋଇ ଅଧିକାଂଶ ଲୋକେ ଆତ୍ମହତ୍ୟା କରିବାକୁ ପଛାନ୍ତି ନାହିଁ। କିନ୍ତୁ ଏସମସ୍ତଙ୍କ ପାଇଁ ଦୃଷ୍ଟିବାଧିତ ପୂର୍ଣ୍ଣା ସୁନ୍ଦରୀ ଆଶାର କିରଣ ସାଜିଛନ୍ତି, ଯିଏ ସେମାନଙ୍କୁ ନିରାଶାର ଛାୟା ତଳୁ ବାହାର କରିବାର ଆଶା ଉଜାଗର କରିଛନ୍ତି।
/odishatv-khabar/media/post_attachments/wp-content/uploads/2020/08/kaif.jpg)
ତାମିଲନାଡୁର ୨୫ ବର୍ଷୀୟା ଛାତ୍ରୀ ପୂର୍ଣ୍ଣାଙ୍କୁ ଆଖିକୁ ଦେଖାଯାଏ ନାହିଁ, କିନ୍ତୁ ସେ ଯାହା କରି ଦେଖାଇନ୍ତି, ତାହା ହୁଏତ ଜଣେ ସାଧାରଣ ମଣିଷ କରିପାରିବ ନାହିଁ। ସେ ଦେଶର ସବୁଠାରୁ କଠିନ ପରୀକ୍ଷା କୁହାଯାଉଥିବା UPSC ପରୀକ୍ଷାରେ ୨୮୬ତମ ଅଲ୍ ଇଣ୍ଡିଆ ରାଙ୍କ୍ ହାସଲ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ପୂର୍ଣ୍ଣା ନିଜର ସଫଳତାରେ ବହୁତ ଖୁସି ହୋଇଛନ୍ତି।
https://twitter.com/MohammadKaif/status/1293427490237497344?s=20
ତାଙ୍କର ଏହି ସଫଳତାରେ ଗଦଗଦ ହୋଇଛନ୍ତି ଭାରତର ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ୍। କୈଫ୍ ସୋସିଆଲ୍ ମିଡିଆରେ ପୂର୍ଣ୍ଣାଙ୍କର ପ୍ରେରଣାଦାୟୀ କାହାଣୀକୁ ଶେଆର୍ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ତାମିଲନାଡୁର ୨୫ ବର୍ଷୀୟ ଦୃଷ୍ଟିବାଧିତ ପୂର୍ଣ୍ଣା ସବୁ ବାଧାକୁ ଅତିକ୍ରମ କରି UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
/odishatv-khabar/media/post_attachments/wp-content/uploads/2020/08/sundari.jpg)
ପୂର୍ଣ୍ଣାଙ୍କ ସଫଳତାରେ କୈଫ୍ ବହୁତ ଖୁସି ହୋଇଛନ୍ତି ଏବଂ ସେ ପୂର୍ଣ୍ଣାଙ୍କ ଉତ୍ସାହ ଓ ପରିଶ୍ରମକୁ ଖୁବ୍ ପ୍ରଶଂସା କରିଛନ୍ତି। କୈଫ୍ କହିଛନ୍ତି, ଅଡିଓ ଭାବେ ଷ୍ଟଡି ମାଟେରିଆଲକୁ ଖୋଜି ବାହାର କରିବା ତାଙ୍କ ପକ୍ଷେ କଷ୍ଟକର ଥିଲା। ତାଙ୍କ ମାତାପିତା ଏବଂ ବନ୍ଧୁ ପରିଜନ ତାଙ୍କୁ ପଢ଼ିବା ଏବଂ ପୁସ୍ତକକୁ ଅଡ଼ିଓରେ ପରିବର୍ତ୍ତିତ କରିବାରେ ଖୁବ୍ ସହାୟତା କରିଛନ୍ତି, ଯାହାଦ୍ୱାରା ସେ ଜଣେ ଆଇଏଏସ୍ ଅଫିସର୍ ହୋଇପାରିବେ। ନିଜ ସ୍ୱପ୍ନର ପିଛା କରିବା କେବେବି ଛାଡ଼ିବା କଥା ନୁହେଁ।
/odishatv-khabar/media/post_attachments/wp-content/uploads/2020/08/pu.jpg)
ସୂଚନାଯୋଗ୍ୟ, ମଦୁରାଇର ନିବାସୀ ପୂର୍ଣ୍ଣା ନିଜର ଚତୁର୍ଥ ପ୍ରୟାସରେ ୨୮୬ତମ ରାଙ୍କ ହାସଲ କରିବାରେ ସଫଳ ହୋଇଛନ୍ତି। ଏ ନେଇ ସେ କହିଛନ୍ତି, ମୋ ମାତାପିତା ମୋତେ ବହୁତ ସପୋର୍ଟ କରିଛନ୍ତି। ମୁଁ ନିଜର ସଫଳତାର ଶ୍ରେୟ ସେମାନଙ୍କୁ ଦେବାକୁ ଚାହେଁ। UPSC ପରୀକ୍ଷାରେ ସଫଳ ହେବା ପାଇଁ ମୋତେ ୫ ବର୍ଷ ପରିଶ୍ରମ କରିବାକୁ ପଡ଼ିଛି। ଏହା ମୋର ଚତୁର୍ଥ ପ୍ରୟାସ ଥିଲା ଏବଂ ଏଥିପାଇଁ ମୁଁ ୫ ବର୍ଷ ଦେଇଛି।
/odishatv-khabar/media/post_attachments/wp-content/uploads/2020/08/purana2.jpg)
ପୂର୍ଣ୍ଣା ଆହୁରି କହିଛନ୍ତି, ଯେତେବେଳେ ମୁଁ ଏକାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିଲି, ସେତେବେଳୁ ଆଇଏଏସ୍ ଅଫିସର୍ ହେବା ନେଇ ସ୍ୱପ୍ନ ଦେଖିଆସୁଥିଲି। ମୁଁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ସେବା କରିବାକୁ ଚାହେଁ।
ସିଭିଲ୍ ସର୍ଭିସ୍ ଏଗଜାମକୁ ଦେଶର ସବୁଠାରୁ କଷ୍ଟକର ପରୀକ୍ଷା କୁହାଯାଏ। ପ୍ରତିବର୍ଷ ୧୦ ଲକ୍ଷରୁ ଅଧିକ ପ୍ରାର୍ଥୀ ଏହି ପରୀକ୍ଷା ପାଇ ଆବେଦନ କରନ୍ତି, କିନ୍ତୁ ଏଥିପାଇଁ ମାତ୍ର ୧୦୦୦ରୁ କମ୍ ଖାଲି ସ୍ଥାନ ଉପଲବ୍ଧ ଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/purana_1625434833.jpg)