Advertisment

ଟିକାକରଣକୁ ନେଇ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରିବାକୁ ଉଦ୍ୟମ ହେଉଛି : ଜେପି ନଡ୍ଡା

ବିଭ୍ରାନ୍ତ କରୁଛନ୍ତି ବିରୋଧୀ: ନଡ୍ଡା ଟିକାକରଣକୁ ଭଣ୍ଡୁର କରିବାକୁ ବିରୋଧୀଙ୍କ ଉଦ୍ୟମ ପ୍ରଥମେ ଲକଡାଉନକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ ଲକଡାଉନ ପ୍ରତ୍ୟାହାର ହେଲା ପରେ ମଧ୍ୟ ବିରୋଧ ଜାରି ଟିକାର ଟେଷ୍ଟିଂକୁ ନେଇ ପ୍ରଶ୍ନ ଉଠାଇଥିଲା କଂଗ୍ରେସ ଲୋକଙ୍କ…

ଅଦ୍ୟତନ ହୋଇଛି
ଟିକାକରଣକୁ ନେଇ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରିବାକୁ ଉଦ୍ୟମ ହେଉଛି : ଜେପି ନଡ୍ଡା

jp nadda

Advertisment
  • ବିଭ୍ରାନ୍ତ କରୁଛନ୍ତି ବିରୋଧୀ: ନଡ୍ଡା
  • ଟିକାକରଣକୁ ଭଣ୍ଡୁର କରିବାକୁ ବିରୋଧୀଙ୍କ ଉଦ୍ୟମ
  • ପ୍ରଥମେ ଲକଡାଉନକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ
  • ଲକଡାଉନ ପ୍ରତ୍ୟାହାର ହେଲା ପରେ ମଧ୍ୟ ବିରୋଧ ଜାରି
  • ଟିକାର ଟେଷ୍ଟିଂକୁ ନେଇ ପ୍ରଶ୍ନ ଉଠାଇଥିଲା କଂଗ୍ରେସ
  • ଲୋକଙ୍କ ମନରେ ବିଭାନ୍ତ ସୃଷ୍ଟି କରିବାକୁ ଉଦ୍ୟମ ହେଉଛି
Advertisment

ନୂଆଦିଲ୍ଲୀ : କରୋନାକୁ ନେଇ ଦେଶରେ ରାଜନୀତି ଜୋର । ଗତକାଲି ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରି ମୋଦି ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ, ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହାର ଉତ୍ତର ଦେଇଛନ୍ତି। ସେ କହିଛନ୍ତି କଂଗ୍ରେସ ନେତାମାନେ କେବଳ ଟ୍ୱିଟର ଏବଂ ସାମ୍ବାଦିକ ସମ୍ମିଳନୀରେ ସୀମିତ । ସବୁବେଳେ କରୋନାକୁ ନେଇ ଦେଶବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ ।

କରୋନାର ମୁକାବିଲା ପାଇଁ ଦେଶରେ ବ୍ୟାପକ ଟିକାକରଣ ଚାଲିଛି । ଆଉ ଏହାକୁ ଭଣ୍ଡୁର କରିବାକୁ ବିରୋଧୀ ଉଦ୍ୟମ କରୁଥିବା ଜେ.ପି. ନଡ୍ଡା ଅଭିଯୋଗ କରିଛନ୍ତି । ଟିକାକରଣରେ ବାଧା ସୃଷ୍ଟି କରିବାକୁ ସେମାନେ ବାରମ୍ବାର ଚେଷ୍ଟା କରୁଛନ୍ତି  । ପ୍ରଥମେ ଲକଡାଉନକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଲକଡାଉନ ପ୍ରତ୍ୟାହାର ହେଲା ପରେ ମଧ୍ୟ ସେମାନଙ୍କ ବିରୋଧ ଜାରି ରହିଥିଲା  । ସାରା ଦେଶରେ ଟିକାକରଣ ପାଇଁ ଘୋଷଣା ହେବା ପରେ ଏହାକୁ ବିରୋଧୀମାନେ ପ୍ରଶ୍ନ କରିଥିଲେ । ଟିକାର ଟେଷ୍ଟିଂ ହୋଇଛି କି ନାହିଁ ଏନେଇ ବିରୋଧୀ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା ।  କଂଗ୍ରେସ ନେତାମାନେ ଏହାକୁ ନେଇ ଅନେକ ବିବାଦୀୟ ବୟାନ ଦେଇଛନ୍ତି ।  ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ହୋଇ ନଥିବାରୁ ଏହା ଜୀବନ ପ୍ରତି ବିପଦ ଅଛି ବୋଲି କହି ସେମାନେ ଲୋକଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ ।

Advertisment

ହେଲେ କଂଗ୍ରେସ ନେତାମାନେ ନିଜେ ସମସ୍ତେ ଗୁପ୍ତରେ ଟିକା କରିସାରିଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରୀୟ ସଭାପତି । କଂଗ୍ରେସର କିଛି ନେତା କହିଥିଲେ  ତାଙ୍କୁ ଟିକା ମିଳି ନାହିଁ । ଅନ୍ୟପଟେ ଟିକା ପ୍ରଦାନ କରିବା ପରେ ରାଜସ୍ଥାନରେ ଟିକାକୁ ଗାଡ଼ରେ ଫୋପାଡ଼ି ଦିଆଗଲା । ଟିକା ଫୋପାଡ଼ି କହିଲେ ଆମକୁ ଟିକା ଦିଅ, ଟିକରା ଦିଅ । ପୁଣି କହିଲେ ଆମ ଲୋକଙ୍କ ପାଇଁ ଟିକା ଆମେ ନିଜେ କିଣିବୁ ।  ଯେତେବେଳେ କିଣିବାକୁ ଅନୁମତି ଦିଆଗଲା, ପୁଣି କହିଲେ  କେନ୍ଦ୍ର ସରକାର ଦିଅନ୍ତୁ ।  କଂଗ୍ରେସ ନେତାମାନ ଏ କେଉଁ ପ୍ରକାର ରାଜନୀତି କରୁଛନ୍ତି ? ତେବେ ଏନେଇ କଂଗ୍ରେସର ପ୍ରତିକ୍ରିୟା ମିଳି ପାରିନାହିଁ  ।

Corona Vaccination News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ