Advertisment

ଭୋଟ୍‌ ପୂର୍ବରୁ ଲଗାତାର ହିଂସା ହେଉଛି ପଶ୍ଚିମବଙ୍ଗରେ

ନିର୍ବାଚନ ପାଖେଇବା ସହ, ବଙ୍ଗରେ କେବଳ ପ୍ରଚାର ଲଢ଼େଇ ଦେଖିବାକୁ ମିଳୁନି, ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି ରାଜନୈତିକ ହିଂସାର ଚିନ୍ତାଜନକ ଖବର। ଗତରାତିରେ ଉତ୍ତର ୨୪ ପ୍ରଗଣାରେ ବିଜେପି ସାଂସଦଙ୍କ ଘର ପାଖରେ ସିରିଜ ବୋମାମାଡ଼ ହୋଇଥିବା ବେଳେ, ଆଜି ନନ୍ଦିଗ୍ରାମରେ ବିଜେପି କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି।

ଭୋଟ୍‌ ପୂର୍ବରୁ ଲଗାତାର ହିଂସା ହେଉଛି ପଶ୍ଚିମବଙ୍ଗରେ

violence-in-wb

Advertisment
  • ନନ୍ଦିଗ୍ରାମରେ ପୁଣି ନିର୍ବାଚନୀ ହିଂସା
  • ବିଜେପି କର୍ମୀଙ୍କୁ ଟିଏମ୍ସି କର୍ମୀଙ୍କ ଆକ୍ରମଣ ଅଭିଯୋଗ
  • ଉତ୍ତର ୨୪ ପ୍ରଗଣାରେ ସିରିଜ ବୋମାମାଡ଼
Advertisment

ପଶ୍ଚିମବଙ୍ଗ: ନିର୍ବାଚନ ପାଖେଇବା ସହ, ବଙ୍ଗରେ କେବଳ ପ୍ରଚାର ଲଢ଼େଇ ଦେଖିବାକୁ ମିଳୁନି, ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି ରାଜନୈତିକ ହିଂସାର ଚିନ୍ତାଜନକ ଖବର। ଗତରାତିରେ ଉତ୍ତର ୨୪ ପ୍ରଗଣାରେ ବିଜେପି ସାଂସଦଙ୍କ ଘର ପାଖରେ ସିରିଜ ବୋମାମାଡ଼ ହୋଇଥିବା ବେଳେ, ଆଜି ନନ୍ଦିଗ୍ରାମରେ ବିଜେପି କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି।

ନନ୍ଦିଗ୍ରାମରେ ପୁଣି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଟିଏମ୍ସି କର୍ମୀ। ଠେଲାପେଲା, ଧସ୍ତାଧସ୍ତି, ଲାଠିରେ ମାଡ଼ ବି ହୋଇଛି। ନନ୍ଦିଗ୍ରାମ ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦଯାତ୍ରା ବେଳେ, ବିଜେପି କର୍ମୀଙ୍କୁ ଟିଏମ୍ସି କର୍ମୀଙ୍କ ଅତର୍କିତ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ରାଲି ଚାଲିଥିବା ବେଳେ ତୃଣମୂଳ କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପି ଯୁବମୋର୍ଚ୍ଚା ନେତାଙ୍କୁ ତାଙ୍କ ଆଖି ସାମ୍ନାରେ ଆକ୍ରମଣ କରାଯାଇଥିବା ଧର୍ମେନ୍ଦ୍ର କହିଛନ୍ତି। ଏହାସହ ସେ ଆହତଙ୍କୁ ହସପିଟାଲ ନେବା ସହ ରାଜ୍ୟରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ଲାଗି ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ମମତାଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚନ ଲଢ଼ିବାକୁ ଆହ୍ୱାନ ଦେଇଛନ୍ତି।

Advertisment

ସେପଟେ ଗତ ରାତିରେ ବିଜେପି ସାଂସଦ ଅର୍ଜୁନ ସିଂଙ୍କ ଘର ଉତ୍ତର ୨୪ ପ୍ରଗଣା ଜଗଦ୍ଦଳ ଅଞ୍ଚଳରେ ବୋମାମାଡ଼ ହୋଇଛି। ୧୫ଟି ସ୍ଥାନରେ ବୋମାମାଡ଼ ହୋଇଛି ଏବଂ ପୋଲିସ ଲଗାଇଥିବା ସିସିଟିଭି କ୍ୟାମେରାକୁ ୩ ଜଣ ଲୋକ ଓ ସେମାନଙ୍କ ସହଯୋଗୀ ଭାଙ୍ଗିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅର୍ଜୁନ ସିଂ। ପୋଲିସ କମିଶନର ପକ୍ଷପାତିତା କରୁଛନ୍ତି ଏବଂ ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଥିବା ସେ କହିଛନ୍ତି। ସେପଟେ ଘଟଣାରେ ଜଣେ ଶିଶୁଙ୍କ ସମେତ ୩ ଜଣ ଆହତ ହୋଇଥିବା ପୋଲିସ କହିଛି। ଏହି ଘଟଣା ସଂପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରିବ ବୋଲି କହିଛି ବିଜେପି।

ସେପଟେ ଦିଦିଙ୍କ ଗଡ଼ରେ ପୁଣି ଥରେ ଗର୍ଜିଲେ ପ୍ରଧାନମନ୍ତ୍ରୀ। ଖେଲା ହବେକୁ ବିକାଶ ହବେ ସ୍ଲୋଗାନରେ କାଉଣ୍ଟର ବି କଲେ। ଆଜି ପଶ୍ଚିମବଙ୍ଗ ପୁରୁଲିଆରେ ନିର୍ବାଚନ ସଭା କରିବା ସହ ନିଯୁକ୍ତି, ଶିକ୍ଷା ଓ ବିକାଶର ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି ଖେଳ ଶେଷ ହେବ, ବିକାଶ ଆରମ୍ଭ ହେବ। ପିଇବା ପାଣି, ଜଳସେଚନ ଓ ଚାଷୀଙ୍କ ସମସ୍ୟା କଥା ଉଠାଇ ତୃଣମୂଳ କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ମୋଦି। ଏହି ଅସବରରେ ପଶ୍ଚିମବଙ୍ଗ ରାଜନୈତିକ ହିଂସାରେ ପ୍ରାଣ ହରାଇଥିବା ବିଜେପି କର୍ମୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ।

Advertisment

West Bengal Election 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ