Advertisment

ସଂଗରୋଧ କେନ୍ଦ୍ରରେ ସ୍ୱାମୀକୁ ତାଲା ପକାଇ ସ୍ତ୍ରୀକୁ ଦୁଷ୍କର୍ମ କଲା ପୋଲିସ୍

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉଧମସିଂ ନଗର ଅନ୍ତର୍ଗତ କିଚ୍ଛା ବିଧାନସଭାର ପୁଲ୍ଲଭଟ୍ଟା ଅଞ୍ଚଳରେ ଥିବା କ୍ୱାରେଣ୍ଟିନ୍‌ ସେଣ୍ଟରରେ ଏକ ନବ ବିବାହିତ ମହିଳାଙ୍କୁ ସେଠାରେ ଡ୍ୟୁଟି କରୁଥିବା ଜଣେ ପୋଲିସକର୍ମୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଲଜ୍ଜାଜନକ ଘଟଣାପରେ ସମ୍ପୃକ୍ତ ପୋଲିସକର୍ମୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। କରୋନା ଭାଇରସ ଯୋଗୁ ବାହାରୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ କିଚ୍ଛାର ପୁଲ୍ଲଭଟ୍ଟ ଅଞ୍ଚଳରେ ସୁରଜମଲ ଇନ୍‌ଷ୍ଟିଚ୍ୟୁଟ୍‌ରେ ଏକ କ୍ୱାରେଣ୍ଟିନ୍‌ ସେଣ୍ଟର ଖୋଲାଯାଇଥିଲା। ଏହି ସମୟରେ ଦିଲ୍ଲୀରୁ କିଚ୍ଛା ଫେରିଥିବା […]

ସଂଗରୋଧ କେନ୍ଦ୍ରରେ ସ୍ୱାମୀକୁ ତାଲା ପକାଇ ସ୍ତ୍ରୀକୁ ଦୁଷ୍କର୍ମ କଲା ପୋଲିସ୍

boy

Advertisment

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉଧମସିଂ ନଗର ଅନ୍ତର୍ଗତ କିଚ୍ଛା ବିଧାନସଭାର ପୁଲ୍ଲଭଟ୍ଟା ଅଞ୍ଚଳରେ ଥିବା କ୍ୱାରେଣ୍ଟିନ୍‌ ସେଣ୍ଟରରେ ଏକ ନବ ବିବାହିତ ମହିଳାଙ୍କୁ ସେଠାରେ ଡ୍ୟୁଟି କରୁଥିବା ଜଣେ ପୋଲିସକର୍ମୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଲଜ୍ଜାଜନକ ଘଟଣାପରେ ସମ୍ପୃକ୍ତ ପୋଲିସକର୍ମୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

Advertisment

କରୋନା ଭାଇରସ ଯୋଗୁ ବାହାରୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ କିଚ୍ଛାର ପୁଲ୍ଲଭଟ୍ଟ ଅଞ୍ଚଳରେ ସୁରଜମଲ ଇନ୍‌ଷ୍ଟିଚ୍ୟୁଟ୍‌ରେ ଏକ କ୍ୱାରେଣ୍ଟିନ୍‌ ସେଣ୍ଟର ଖୋଲାଯାଇଥିଲା। ଏହି ସମୟରେ ଦିଲ୍ଲୀରୁ କିଚ୍ଛା ଫେରିଥିବା ନବଦମ୍ପତିଙ୍କୁ ସେହି କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଇଥିଲା।

ଖବର ଅନୁଯାୟୀ, ଡ୍ୟୁଟିରେ ଥିବା ଜଣେ ପୋଲିସ କର୍ମଚାରୀ ମଦ୍ୟପାନ କରି କ୍ୱାରେଣ୍ଟିନ୍‌ ସେଣ୍ଟରରେ ଥିବା ନବଦମ୍ପତିଙ୍କ ପାଖକୁ ଯାଇଥଲେ। ସେଠାକୁ ଯାଇ ପୋଲିସ କର୍ମୀଜଣଙ୍କ ନବ ବିବାହିତାଙ୍କ ହାତକୁ ଧରି ତଳେ ଥିବା କୋଠରୀକୁ ନେବାକୁ ଚେଷ୍ଟା କରିଥିଲେ।

Advertisment

ଏନେଇ ପତୀ-ପତ୍ନୀ ଦୁହେଁ ବିରୋଧ କରିବାରୁ ପୋଲିସ କର୍ମୀ ଜଣଙ୍କ ସେମାନଙ୍କୁ କହିଥିଲେ ଯେ, ମହିଳାଙ୍କ ପାଇଁ ତଳ ରୁମ୍‌ରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି।  କିନ୍ତୁ ଯେତେବେଳେ ମହିଳା ଜଣଙ୍କ ଯିବା ପାଇଁ ମନା କରିଥିଲେ, ସେତେବେଳେ ପୋଲିସ ବାବୁ ଜଣଙ୍କ ମହିଳାଙ୍କୁ ମାଡ଼ ମାରିବା ସହିତ ତାଙ୍କ କପଡାକୁ ଚିରିବା ପାଇଁ ଚେଷ୍ଟା କରୁଥିଲେ ବୋଲି ଅଭିଯୋଗ ହୋଇଛି।

ପୋଲିସର ଏଭଳି ନିଷ୍ଠୁର କାର୍ଯ୍ୟରେ ଭୟଭୀତ ହୋଇ ମହିଳା ଜଣଙ୍କ ସେଠାରୁ ଦୌଡିଯାଇ ରହୁଥିବା ରୁମ୍‌ର କବାଟକୁ ବନ୍ଦ କରିଦେଇଥିଲେ। ଏହି ଘଟଣାଟି ବିଷୟରେ ପରିବାର ଲୋକେ ଖବର ପାଇବା ପରେ ଏନେଇ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ।

Advertisment

ଏଭଳି ଲଜ୍ଜାଜନକ ଘଟଣା ବିଷୟରେ ସ୍ଥାନୀୟ ବିଧାୟକ କହିଛନ୍ତି ଯେ ପୋଲିସର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପୀଡିତାଙ୍କ ପରିବାରକୁ ଆଶ୍ୱାସନା ଦେଇଛନ୍ତି।

ଏହି ଘଟଣାରେ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୀଡିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯାଇ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ