Advertisment

ଦିଦିଙ୍କ ବିରୋଧରେ ଦେଉଥିଲେ ରଣହୁଙ୍କାର, ହେଲେ ହଠାତ୍ ମୋଦିଙ୍କ ସ୍ୱର ନରମି ଗଲା..

କୁଚବେହାର: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦାରତା ଓ ମାନବିକତାର ପରିଚୟ ସାମ୍ନାକୁ ଆସିଲା। ପଶ୍ଚମବଙ୍ଗରେ ର୍ନିବାଚନୀ ପ୍ରଚାର ବେଳେ ମମତାଙ୍କ ବିରୋଧରେ ରଣହୁଙ୍କାର ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱର ଅଚାନକ ନରମ ପଡ଼ିଗଲା।

ଅଦ୍ୟତନ ହୋଇଛି
ଦିଦିଙ୍କ ବିରୋଧରେ ଦେଉଥିଲେ ରଣହୁଙ୍କାର, ହେଲେ ହଠାତ୍ ମୋଦିଙ୍କ ସ୍ୱର ନରମି ଗଲା..

modi-cooch-behar

Advertisment

କୁଚବେହାର: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦାରତା ଓ ମାନବିକତାର ପରିଚୟ ସାମ୍ନାକୁ ଆସିଲା। ପଶ୍ଚମବଙ୍ଗରେ ର୍ନିବାଚନୀ ପ୍ରଚାର ବେଳେ ମମତାଙ୍କ ବିରୋଧରେ ରଣହୁଙ୍କାର ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱର ଅଚାନକ ନରମ ପଡ଼ିଗଲା। କାରଣ ତାଙ୍କର ଉଦାର ହୃଦୟ ତାଙ୍କୁ ନିଜ ଭାଷଣ ରୋକିବାକୁ ବାଧ୍ୟ କଲା।

Advertisment

ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ କୁଚବେହାରରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ମୋଦି ଅଭିଭାଷଣ ଦେଉଥିଲେ। ମୋଦିଙ୍କୁ ଏହି ସଭାରେ ଆକ୍ସନ ମୁଡରେ ଦେଖିବାକୁ ମିଳିଥିଲା। ସେ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖିଆ ମମତା ବାନାର୍ଜଙ୍କୁ ଟାର୍ଗେଟ କରୁଥିଲେ ।

ତେବେ ଏହି ସଭାରେ ଅଚାନକ ମୋଦିଙ୍କ ସ୍ୱର ନରମି ଯାଇଥିଲା। ହଠାତ୍ ମଞ୍ଚ ଉପରେ ରଣ ହୁଂକାର ଦେଉଥିବା ମୋଦି ନୀରବି ଯାଇଥିଲେ। କାରଣ, ମୋଦିଙ୍କ ନଜର ପଡ଼ିଥିଲା ଜଣେ ବୃଦ୍ଧାଙ୍କ ଉପରେ। ଉକ୍ତ ବୃଦ୍ଧାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପଥିଲା। ମଞ୍ଚ ଉପରେ ଥାଇ ଏହା ଜାଣିପାରିଥିଲେ ମୋଦି। ଆଉ ତୁରନ୍ତ ତାଙ୍କ ସହ ଥିବା ଡାକ୍ତରୀ ଟିମକୁ ଉକ୍ତ ବୃଦ୍ଧାଙ୍କ ଯତ୍ନ ନେବା ପାଇଁ କହିଥିଲେ। ମୋଦି ନିଜର ଭାଷଣ ବନ୍ଦ କରି ଡକ୍ତରୀ ଟିମକୁ କହିଥିଲେ, ‘ବୃଦ୍ଧାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଅଛି, ତାଙ୍କୁ ପାଣି ଦିଅ, ତାଙ୍କ କଥା ଟିକେ ଚିନ୍ତା କର।’

Advertisment

ତେବେ ମୋଦିଙ୍କ ଏଭଳି ଉଦାର ହୃଦୟ ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି। ପୂର୍ବରୁ ମଧ୍ୟ ସେ ଏଭଳି ଏକ ନିର୍ବଚନୀ ସଭାରେ ଭାଷଣ ଦେଉ ଦେଉ ଅଧାରେ ଅଟକି ଯାଇଥିଲେ। ଏହି ଘଟଣା ଥିଲା ‍ଆସାମର ତାମୁଲପୁରରେ। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଦେଉଥିବା ବେଳେ ଅଟକି ଯାଇଥିଲେ। କାରଣ ସେଠାରେ ରାଲିକୁ ‍ଆସିଥିବା ଜଣେ ବ୍ୟକ୍ତି ଅଚେତ ହୋଇପଡ଼ିଥିଲେ । ଏହା ଦେଖି ମୋଦି ତୁରନ୍ତ ତାଙ୍କ ସହ ଥିବା ଡାକ୍ତରୀ ଟିମକୁ ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ନିର୍ଦେଶ ଦେଇଥିଲେ । ଆଉ ବ୍ୟକ୍ତିଙ୍କ ଯତ୍ନ ନେବାକୁ କହିଥିଲେ। ଅଚେତ ବ୍ୟକ୍ତିଙ୍କ ପାଖରେ ଡାକ୍ତରୀ ଟିମ ପହଞ୍ଚିବା ପରେ ମୋଦି ନିଜର ଭାଷଣ ପୁଣି ‍ଆରମ୍ଭ କରିଥିଲେ।

ତେବେ କୁଚବେହାରରେ ମୋଦିଙ୍କ ନିର୍ବାଚନୀ ସଭାକୁ ଲୋକଙ୍କ ଢ଼େର୍ ସମର୍ଥନ ମିଳିଥିବା ଦେଖାଯାଇଥିଲା। ଲୋକଙ୍କ ଭିଡ଼ ଦେଖି ମୋଦି କହିଥିଲେ ଯେ, ଯେତିକି ଲୋକ ପଡ଼ିଆ ଭିତରେ ଅଛନ୍ତି ସେତିକି ଲୋକ ପଡ଼ିଆ ବାହାରେ ମଧ୍ୟ ରହିଛନ୍ତି। ଅନ୍ୟପଟେ ଭାଷଣ ଚାଲିଥିବା ବେଳେ ଲୋକମାନେ ବାରମ୍ବାର ମୋଦି-ମୋଦି ନାରା ଲଗାଉଥିବା ଦେଖି, ମୋଦି କହିଲେ ଯେ, ଆପଣ ମାନେ ଯଦି ଏଭଳି ଭଲ ପାଇବା ଦେବେ ତାହାଲେ ଏହି ସ୍ଥାନ ଛାଡ଼ି ଯିବାକୁ ମୋର ମନ ହେବ ନାହିଁ। ତେବେ ମଙ୍ଗଳବାର ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଉଛି।

Advertisment
West Bengal Election 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ