Advertisment

ଜିନପିଙ୍ଗଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କଲେ, ଉପହାର ଦେଲେ ମୋଦି

ଚେନ୍ନାଇ: ଦୁଇ ଦିନିଆ ଅନୌପଚାରିକ ଆଲୋଚନା ପାଇଁ ଚେନ୍ନାଇ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟାହ୍ଣ ଭୋଜନରେ ଆପ୍ୟାୟିତ କରିଛନ୍ତି। ତେବେ ମଧ୍ୟାହ୍ନ ଭୋଜନ ଦେବା ପୂର୍ବରୁ ସେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଥିଲେ। ଏହି ଉପହାରଟି ହେଉଛି ହାତବୁଣା ରେଶମ ପ୍ରତିକୃତି। ଏଥିରେ ଜିନପିଙ୍ଗଙ୍କ ମୁହଁର ଛବି ରହିଛି। କୋଏମ୍ବାଟୋର ଜିଲ୍ଲା ଅନ୍ତର୍ଗତ ସିରୁମୁଗାଇପୁଡ଼ୁରରେ ଥିବା ଶ୍ରୀରାମଲିଙ୍ଗା ସୌଦାମ୍ବିଗାଇ ହସ୍ତନ୍ତ ସମବାୟନ ସମବାୟ ସମିତି ଏହାକୁ […]

ଜିନପିଙ୍ଗଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କଲେ, ଉପହାର ଦେଲେ ମୋଦି

233545

Advertisment

ଚେନ୍ନାଇ: ଦୁଇ ଦିନିଆ ଅନୌପଚାରିକ ଆଲୋଚନା ପାଇଁ ଚେନ୍ନାଇ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟାହ୍ଣ ଭୋଜନରେ ଆପ୍ୟାୟିତ କରିଛନ୍ତି। ତେବେ ମଧ୍ୟାହ୍ନ ଭୋଜନ ଦେବା ପୂର୍ବରୁ ସେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଥିଲେ। ଏହି ଉପହାରଟି ହେଉଛି ହାତବୁଣା ରେଶମ ପ୍ରତିକୃତି। ଏଥିରେ ଜିନପିଙ୍ଗଙ୍କ ମୁହଁର ଛବି ରହିଛି।

Advertisment

କୋଏମ୍ବାଟୋର ଜିଲ୍ଲା ଅନ୍ତର୍ଗତ ସିରୁମୁଗାଇପୁଡ଼ୁରରେ ଥିବା ଶ୍ରୀରାମଲିଙ୍ଗା ସୌଦାମ୍ବିଗାଇ ହସ୍ତନ୍ତ ସମବାୟନ ସମବାୟ ସମିତି ଏହାକୁ ନିର୍ମାଣ କରିଥିଲା। ମଲବେରି ରେଶମ ଓ ସୁନା ଜରି ଲେପରେ ଏହି ପ୍ରତିକୃତିକୁ ତିଆରି କରାଯାଇଛି।

ଚାଇନାର ଜାତୀୟ ପତାକା ଭଳି ପ୍ରତିକୃତିର ପଛ ଭାଗଟି ସଂପୂର୍ଣ୍ଣ ନାଲି ରଙ୍ଗର ହୋଇଛି। ଏହାର ଦୁଇ ପାଖରେ ଫୁଲ ଭଳି ଦେଖାଯାଉଥିବା କାରୁକାର୍ଯ୍ୟକୁ ଖୋଦେଇ କରାଯାଇଛି।  ଏହି ସୁନ୍ଦର ରେଶମ ପ୍ରତିକୃତିଟିକୁ ତିଆରି କରିବା ପାଇଁ ପ୍ରାୟ ୫ ଦିନ ସମୟ ଲାଗିଥିଲା।

Advertisment

ନିଜର ବୁଣା ଶୈଳୀ ପାଇଁ ପ୍ରସିଦ୍ଧ ଲାଭ କରିଥିବା ବୁଣାକାର ମାନେ ଏହାକୁ ତିଆରି କରିଛନ୍ତି। ରେଶମ ବୁଣା ହେଉଛି ସ୍ଥାନୀୟ ଅଞ୍ଚଳର ପ୍ରାଚୀନ ପରମ୍ପରା।

ସେହିପରି ଚାଇନା ରାଷ୍ଟ୍ରପତି ଜିନିପଙ୍ଗ ମଧ୍ୟ ମୋଦିଙ୍କୁ ତାଙ୍କ ଛବି ଥିବା ସୁନ୍ଦର ଉପହାର ପ୍ରଦାନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ