Advertisment

ରାହୁଲ୍‌ଙ୍କୁ ଟ୍ୟୁବ୍‌ ଲାଇଟ ସହ ତୁଳନା କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଲୋକସଭାରେ ଏକ ଭିନ୍ନ ଅନ୍ଦାଜରେ ଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବା ଅବସରରେ ନିଜର ମତ ରଖିଥିଲେ। ମତ ରଖି ନ ଥିଲେ ତ, ଯେମିତି ବିରୋଧୀଙ୍କୁ ଉତ୍ତର ଦେବାକୁ ଏକ ମୌକା ପାଇଥିଲେ। ଉଦବୋଧନ ଦେବା ବେଳେ ଏକ ଭିନ୍ନ ଅନ୍ଦାଜରେ ବିରୋଧୀଙ୍କୁ ଉତ୍ତର ଦେଇଥିଲେ ମୋଦି ।  ନିଜ ସରକାରଙ୍କ ସଫଳତା ବକ୍ଷାଣିବା ସହ ଏକଦମ୍‌ ମଜାଳିଆ ଢଙ୍ଗରେ ବିରୋଧୀଙ୍କୁ ସମାଲୋଚନା କରିଥିଲେ। […]

ରାହୁଲ୍‌ଙ୍କୁ ଟ୍ୟୁବ୍‌ ଲାଇଟ ସହ ତୁଳନା କଲେ ମୋଦି

pm

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଲୋକସଭାରେ ଏକ ଭିନ୍ନ ଅନ୍ଦାଜରେ ଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବା ଅବସରରେ ନିଜର ମତ ରଖିଥିଲେ। ମତ ରଖି ନ ଥିଲେ ତ, ଯେମିତି ବିରୋଧୀଙ୍କୁ ଉତ୍ତର ଦେବାକୁ ଏକ ମୌକା ପାଇଥିଲେ। ଉଦବୋଧନ ଦେବା ବେଳେ ଏକ ଭିନ୍ନ ଅନ୍ଦାଜରେ ବିରୋଧୀଙ୍କୁ ଉତ୍ତର ଦେଇଥିଲେ ମୋଦି ।  ନିଜ ସରକାରଙ୍କ ସଫଳତା ବକ୍ଷାଣିବା ସହ ଏକଦମ୍‌ ମଜାଳିଆ ଢଙ୍ଗରେ ବିରୋଧୀଙ୍କୁ ସମାଲୋଚନା କରିଥିଲେ।

Advertisment

ଭାଷଣର ୩୫ ମିନିଟ୍‌ରେ ରାହୁଲ ଗାନ୍ଧିଙ୍କ ପ୍ରସଙ୍ଗକୁ ଆସିଥିଲେ।  ରାହୁଲଙ୍କ ନାଁ ନ ନେଇ କହିଥିଲେ ‘ମୋତେ କୁହାଯାଉଛି, ୬ ମାସ ଭିତରେ ମୋତେ ଲାଠି ମାଡ଼ ହେବ। ଏହି ସମୟରେ ରାହୁଲ ଗାନ୍ଧି ନିଜ ଆସନରେ ଛିଡ଼ା ହୋଇ ଏହାର ପ୍ରତିବାଦ କରିବାକୁ ଯାଉଥିଲେ। ହେଲେ ମୋଦି ତତ୍‌କ୍ଷଣାତ  କଟାକ୍ଷ କରି କହିଥିଲେ ଯେ ‘ମୁଁ ଏଠାରେ ୩୦ରୁ ୪୦ ମିନିଟ୍‌ ହେଲା କହୁଛି। କିନ୍ତୁ କରେଣ୍ଟ ସେଠାରେ ପହଞ୍ଚିବାକୁ ବହୁତ ସମୟ ଲାଗିଲା। ହଁ ଅନେକ ଟ୍ୟୁବଲାଇଟ୍‌ କ୍ଷେତ୍ରରେ ଏମିତି ହୋଇଥାଏ। ସଟ ସର୍କିଟ ପାଇଁ ଏମିତି।”

ସେହିପରି କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ମୋଦି ଆଜି କଟାକ୍ଷ କରିଛନ୍ତି। ଅଧୀର ବାରମ୍ବାର ମୋଦିଙ୍କ ଉଦବୋଧନ ବେଳେ ହୋହାଲ୍ଲା କରୁଥିବାରୁ ଏହାର ଜବାବ ମଧ୍ୟ ସେ ଦେଇଛନ୍ତି। ମୋଦି କହିଛନ୍ତି, “ମୁଁ ଯେତେବେଳେ ଅଧୀର ରଞ୍ଜନଜୀଙ୍କୁ ଦେଖେ କିମ୍ବା ଶୁଣେ, ସେତେବେଳେ ମୁଁ କରିଣ ରିଜ୍ଜିଜୁଙ୍କୁ ଧନ୍ୟବାଦ ଦେଇଥାଏ।

Advertisment

କରିଣ ରିଜ୍ଜିଜୁ ଆରମ୍ଭ କରିଥିବା ଫିଟ୍‌ ଇଣ୍ଡିଆ ମୁଭମେଣ୍ଟକୁ ଅଧୀର ରଞ୍ଜନ ପ୍ରମୋଟ କରୁଛନ୍ତି। ସେ ଭାଷଣ ଦେଲା ବେଳେ ଜିମିଂ ମଧ୍ୟ କରୁଛନ୍ତି। ଏଥିପାଇଁ ଅଧୀରଜୀଙ୍କୁ ଧନ୍ୟବାଦ।”

ଏହି ସମୟରେ ରାହୁଲ ଗାନ୍ଧିଙ୍କ ପାଖରେ ବସିଥିବା ସାଂସଦ ସୁରେଶ ମଧ୍ୟ ହସିଥିଲେ। ଏହାକୁ ମୋଦି କଟାକ୍ଷ କରିଥିଲେ। ମୋଦି କହିଥିଲେ, “ଏ ସୁରେଶଜୀ ଆପଣ କାହିଁକି ହସୁଛନ୍ତି? ଆପଣଙ୍କ ହସ ଦେଖି ଲାଗୁଛି, ନିଶ୍ଚିତ କିଛି ରାଜ ରହିଛି।”

Advertisment

ମୋଦିଙ୍କ ଏହି କଟାକ୍ଷ ଭରା ଉକ୍ତିକୁ ଶାସକ ଦଳର ସାଂସଦମାନେ ଟେବୁଲ ବାଡ଼େଇ ସ୍ୱାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ