Advertisment

ସଫଳତା ପାଇବା ପର୍ଯ୍ୟନ୍ତ ଆମକୁ ଧୈର୍ଯ୍ୟ ଧରିବାକୁ ପଡ଼ିବ- ଇସ୍ରୋ ବୈଜ୍ଞାନିକଙ୍କୁ ଏମିତି କହି ସାନ୍ତ୍ୱନା ଦେଲେ ମୋଦି

ନୂଆଦିଲ୍ଲୀ: ଶେଷ ମୁହୂର୍ତ୍ତରେ ଚନ୍ଦ୍ରଯାନ-୨ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ  ଭାଙ୍ଗି ପଡ଼ିଛି ସାରା ଦେଶ। ନିଜର କୋହକୁ ସମ୍ବରଣ କରିପାରି ନାହାନ୍ତି ଇସ୍ରୋ ବୈଜ୍ଞାନିକ। ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ବଢାଇବାକୁ ପ୍ରୟାସ କରିଛନ୍ତି । ଧୈର୍ଯ୍ୟ ନ ହରାଇ ଆଗକୁ ବଢିବାକୁ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଇସ୍ରୋର ବୈଜ୍ଞାନିକମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ […]

ସଫଳତା ପାଇବା ପର୍ଯ୍ୟନ୍ତ ଆମକୁ ଧୈର୍ଯ୍ୟ ଧରିବାକୁ ପଡ଼ିବ- ଇସ୍ରୋ ବୈଜ୍ଞାନିକଙ୍କୁ ଏମିତି କହି ସାନ୍ତ୍ୱନା ଦେଲେ ମୋଦି

modi-isro

Advertisment

ନୂଆଦିଲ୍ଲୀ: ଶେଷ ମୁହୂର୍ତ୍ତରେ ଚନ୍ଦ୍ରଯାନ-୨ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ  ଭାଙ୍ଗି ପଡ଼ିଛି ସାରା ଦେଶ। ନିଜର କୋହକୁ ସମ୍ବରଣ କରିପାରି ନାହାନ୍ତି ଇସ୍ରୋ ବୈଜ୍ଞାନିକ। ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ବଢାଇବାକୁ ପ୍ରୟାସ କରିଛନ୍ତି । ଧୈର୍ଯ୍ୟ ନ ହରାଇ ଆଗକୁ ବଢିବାକୁ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

Advertisment

ଇସ୍ରୋର ବୈଜ୍ଞାନିକମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ଚନ୍ଦ୍ରଯାନ-୨ ଯାତ୍ରା ଏକ ସ୍ମରଣୀୟ ଯାତ୍ରା। ଲକ୍ଷ୍ୟ ସଫଳ ହେବା ପର୍ଯ୍ୟନ୍ତ ନିରାଶ ନହୋଇ ଧୈର୍ଯ୍ୟ ଧରିବାକୁ ପଡ଼ିବ । ଆମେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛେ । ସବୁ ପ୍ରତିବନ୍ଧକକୁ ଟପି ସଫଳତା ପାଇବା ହେଉଛି ଆମର ସଭ୍ୟତା । ଆଜିର ଶିକ୍ଷା ଆମକୁ ଆଗକୁ ବଢ଼ିବାରେ ସହାୟକ ହୋଇପାରିବ । ପରିଶ୍ରମ ସଫଳ ହେବ, ଆମେ ଲକ୍ଷ୍ୟପଥରେ ନିଶ୍ଚୟ ପହଞ୍ଚିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ପ୍ରଧାନମନ୍ତ୍ରୀ କହିଥିଲେ, ‘ଆପଣମାନେ ଦେଶବାସୀଙ୍କୁ ଗର୍ବିତ କରିବା ପାଇଁ ନିଜ ଜୀବନ ଉତ୍ସର୍ଗ କରି ଦେଇଛନ୍ତି। ମୁଁ ଆପଣମାନଙ୍କ ମନର ଭାବନାକୁ ଅନୁଭବ କରିପାରୁଛି। ଆମେ ଆମ ବୈଜ୍ଞାନିକଙ୍କ କାର୍ଯ୍ୟ ପାଇଁ ଗର୍ବିତ। ଆମେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି, ହେଲେ ନିରାଶ ହୋଇନାହାନ୍ତି।’

Advertisment

ସେ ଆହୁରି କହିଥିଲେ,‘ଭାରତବାସୀ ଆପଣମାନଙ୍କ ସହ ରହିଛନ୍ତି। ଆମକୁ ସଫଳତା ନିଶ୍ଚିତ ମିଳିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ