Advertisment

ଜାପାନରେ ମୋଦି, “ବନ୍ଦେ ମା‘ତରମ“ ନାରା ଦେଇ କଲେ ସ୍ୱାଗତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-20 ଶିଖର ସମ୍ମିଳନୀରେ ଯୋଗ ଦେବାପାଇଁ ଆଜି ସକାଳେ ଜାପାନର ଓସାକାରେ ପହଞ୍ଚିଛନ୍ତି। ଓସାକା ବିମାନବନ୍ଦରରେ ଭାରତୀୟ ସମୁଦାୟ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସେଠାରେ ଉପସ୍ଥିତ ଭାରତୀୟମାନେ ଉତ୍ସାହିତ ହୋଇ ମୋଦି ମୋଦି ନାରା ଦେଇଥିଲେ। ଏହାସହ ‘ଭାରତ ମାତା କି ଜୟ’ ଓ ‘ବନ୍ଦେ ମାତରମ’ କହି ସ୍ୱାଗତ କରିଥିଲେ। ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜି-20 ରାଷ୍ଟ୍ରମୁଖ୍ୟ ମାନଙ୍କ ସହ ମୋଦି ଆଲୋଚନା […]

ଜାପାନରେ ମୋଦି, “ବନ୍ଦେ ମା‘ତରମ“ ନାରା ଦେଇ କଲେ ସ୍ୱାଗତ

pmmodi

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-20 ଶିଖର ସମ୍ମିଳନୀରେ ଯୋଗ ଦେବାପାଇଁ ଆଜି ସକାଳେ ଜାପାନର ଓସାକାରେ ପହଞ୍ଚିଛନ୍ତି। ଓସାକା ବିମାନବନ୍ଦରରେ ଭାରତୀୟ ସମୁଦାୟ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସେଠାରେ ଉପସ୍ଥିତ ଭାରତୀୟମାନେ ଉତ୍ସାହିତ ହୋଇ ମୋଦି ମୋଦି ନାରା ଦେଇଥିଲେ। ଏହାସହ ‘ଭାରତ ମାତା କି ଜୟ’ ଓ ‘ବନ୍ଦେ ମାତରମ’ କହି ସ୍ୱାଗତ କରିଥିଲେ।

Advertisment

ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜି-20 ରାଷ୍ଟ୍ରମୁଖ୍ୟ ମାନଙ୍କ ସହ ମୋଦି ଆଲୋଚନା କରିବେ। ବିଶେଷ କରି ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ଆଲୋଚନାର ପ୍ରମୁଖ ପ୍ରସଙ୍ଗ ରହିବ। ଏଥିସହ ମହିଳା ସଶକ୍ତୀକରଣ ଓ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇବ। ଏହି ସମ୍ମିଳନୀରେ ୨୦ଟି ଦେଶର ରାଷ୍ଟ୍ରମୁଖ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଜାପାନ, ଚୀନ, ଋଷିଆ ଓ ବ୍ରିକ୍ସ ରାଷ୍ଟ୍ର ସମୂହଙ୍କ ସହ ଅନୌପଚାରିକ ଆଲୋଚନା କରିବେ। ଆଜି ମୋଦି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ