Advertisment

ମୋଦିଙ୍କ ବାର୍ତ୍ତାକୁ ସାରାଦେଶର ଅପେକ୍ଷା, ଲକ୍‌ଡାଉନ୍‌କୁ ନେଇ କରିପାରନ୍ତି କି ଏମିତି ଘୋଷଣା ?

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ମୁକାବିଲା ପାଇଁ ଘୋଷଣା ହୋଇଥିବା ୨୧ ଦିନିଆ ଲକଡାଉନର ଆଜି ଶେଷ ଦିନ। ତେଣୁ ଏହା ବଢ଼ିବ ନା ନାହିଁ ସେ ନେଇ ସ୍ପଷ୍ଟ କରିପାରନ୍ତି ପ୍ରଧାନମନ୍ତ୍ରୀ। ଆଜି ସକାଳ ୧୦ଟା ବେଳେ ସାରା ଦେଶକୁ ସମ୍ଭୋଧନ କରିବେ ପ୍ରଧାନମନ୍ତ୍ରୀ। ତେଣୁ ମୋଦିଙ୍କ ବାର୍ତ୍ତାକୁ ଏବେ ସାରା ଦେଶବାସୀ ଅପେକ୍ଷା କରିଛନ୍ତି। କୋଭିଡ୍ ବିରୋଧୀ ମହାସଂଗ୍ରାମରେ ମୋଦିଙ୍କ ପରବର୍ତ୍ତୀ ରଣନୀତି ଏବଂ ଘୋଷଣାକୁ ନେଇ […]

ମୋଦିଙ୍କ ବାର୍ତ୍ତାକୁ ସାରାଦେଶର ଅପେକ୍ଷା, ଲକ୍‌ଡାଉନ୍‌କୁ ନେଇ କରିପାରନ୍ତି କି ଏମିତି ଘୋଷଣା ?

pm modi

Advertisment

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ମୁକାବିଲା ପାଇଁ ଘୋଷଣା ହୋଇଥିବା ୨୧ ଦିନିଆ ଲକଡାଉନର ଆଜି ଶେଷ ଦିନ। ତେଣୁ ଏହା ବଢ଼ିବ ନା ନାହିଁ ସେ ନେଇ ସ୍ପଷ୍ଟ କରିପାରନ୍ତି ପ୍ରଧାନମନ୍ତ୍ରୀ।

Advertisment

ଆଜି ସକାଳ ୧୦ଟା ବେଳେ ସାରା ଦେଶକୁ ସମ୍ଭୋଧନ କରିବେ ପ୍ରଧାନମନ୍ତ୍ରୀ। ତେଣୁ ମୋଦିଙ୍କ ବାର୍ତ୍ତାକୁ ଏବେ ସାରା ଦେଶବାସୀ ଅପେକ୍ଷା କରିଛନ୍ତି। କୋଭିଡ୍ ବିରୋଧୀ ମହାସଂଗ୍ରାମରେ ମୋଦିଙ୍କ ପରବର୍ତ୍ତୀ ରଣନୀତି ଏବଂ ଘୋଷଣାକୁ ନେଇ ଚର୍ଚ୍ଚା ଜୋର ଧରିଛି॥

ପୂର୍ବରୁ ଭିିିଡିଓ କନ୍ଫରେନ୍ସିଂ ଆଲୋଚନା ବେଳେ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଲାବନ୍ଦ ଅବଧି ବୃଦ୍ଧି ସପକ୍ଷରେ ମତ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ପଯର୍ୟାୟ ଲକଡାଉନ୍ ନେଇ ଘୋଷଣା କରି ପାରନ୍ତି । ହେଲେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ କେତେ ଦିନ ହେବ ? ସ୍ୱରୂପ କଣ ରହିବ ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା ।

Advertisment

କରୋନା ବିରୋଧୀ ଯୁଦ୍ଧରେ ଲକଡାଉନ୍ ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ଜୀବନ ସହ ଜୀବିକାକୁ ବି କେନ୍ଦ୍ର ସରକାର ଗୁରୁତ୍ୱ ଦେବା ଆଶା କରାଯାଉଛି। ତେଣୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ନିୟମ କିଛିଟା କୋହଳ ହୋଇପାରେ ବୋଲି ଆଶା କରାଯାଉଛି,  ଯାହାଦ୍ୱାରା କାରବାର ବଢ଼ିବ ଓ ଅର୍ଥନୀତି ବି ଗତିଶୀଳ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ