Advertisment

ପାହାଚ ଚଢିବା ବେଳେ ପଡ଼ିଗଲେ ମୋଦି

କାନପୁର: ଉତ୍ତରପ୍ରଦେଶ କାନପୁରଠାରେ ଗଙ୍ଗା ନଦୀ କୂଳରେ ପାହାଚ ଚଢ଼ିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝୁଣ୍ଟି ପଡ଼ିଛନ୍ତି। ଏହାର କିଛି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି କ୍ଲିପ୍‌ରେ ସ୍ପଷ୍ଟ ଜଣାପଡ଼ୁଛି ମୋଦି ସାଧାରଣ ଭାବେ ପାହାଚ ଚଢ଼ୁଛନ୍ତି। କିନ୍ତୁ ଶେଷ ପାହାଚରେ ସେ ଝୁଣ୍ଟି ପଡ଼ି ତଳେ ପଡ଼ିଯାଇଥିଲେ। ଉପସ୍ଥିତ ଲୋକେ ତୁରନ୍ତ ତାଙ୍କ ପାଖକୁ ଆସି ତାଙ୍କୁ ଉଠାଇଥିଲେ। କିଛି ଲୋକ ଏଥିପାଇଁ ଦୁଃଖ ପ୍ରକାଶ କରିଥିବାବେଳେ କିଛି ଲୋକ ଅର୍ଥନୀତିକୁ […]

ପାହାଚ ଚଢିବା ବେଳେ ପଡ଼ିଗଲେ ମୋଦି

Modi-Atal-Ghat-960x540

Advertisment

କାନପୁର: ଉତ୍ତରପ୍ରଦେଶ କାନପୁରଠାରେ ଗଙ୍ଗା ନଦୀ କୂଳରେ ପାହାଚ ଚଢ଼ିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝୁଣ୍ଟି ପଡ଼ିଛନ୍ତି। ଏହାର କିଛି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Advertisment

ଏହି କ୍ଲିପ୍‌ରେ ସ୍ପଷ୍ଟ ଜଣାପଡ଼ୁଛି ମୋଦି ସାଧାରଣ ଭାବେ ପାହାଚ ଚଢ଼ୁଛନ୍ତି। କିନ୍ତୁ ଶେଷ ପାହାଚରେ ସେ ଝୁଣ୍ଟି ପଡ଼ି ତଳେ ପଡ଼ିଯାଇଥିଲେ। ଉପସ୍ଥିତ ଲୋକେ ତୁରନ୍ତ ତାଙ୍କ ପାଖକୁ ଆସି ତାଙ୍କୁ ଉଠାଇଥିଲେ। କିଛି ଲୋକ ଏଥିପାଇଁ ଦୁଃଖ ପ୍ରକାଶ କରିଥିବାବେଳେ କିଛି ଲୋକ ଅର୍ଥନୀତିକୁ ଏହା ସହ ଯୋଡ଼ି ଟ୍ରଲ୍‌ କରିଛନ୍ତି।

Advertisment

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର କାନପୁରଠାରେ ଆଜି ନମାମି ଗଙ୍ଗେ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିପାଇଁ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଅତ୍ୟାଧୁନିକ ମୋଟର ଚାଳିତ ଡଙ୍କାରେ ଗଙ୍ଗା ପରିକ୍ରମା କରିଛନ୍ତି। କାନପୁରର ଅଟଳ ଘାଟଠାରେ ସେ ପ୍ରାୟ ୪୫ ମିନିଟ୍‌ ଧରି ଗଙ୍ଗା ପରିକ୍ରମା କରିଥିଲେ। ତାଙ୍କ ସହ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ରାୱତ ମଧ୍ୟ ଥିଲେ। ସେମାନେ ଶିଶାମନୁ ନାଲାଠାରେ ଚାଲୁ ରହିଥିବା କାମ ଦେଖିଥିଲେ ଏବଂ ସେଠାରେ ରହିଥିବା ସେଲ୍‌ଫି ପଏଣ୍ଟ ମଧ୍ୟ ପରିଦର୍ଶନ କରିଥିଲେ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ