Advertisment

ପାକିସ୍ତାନକୁ ହରାଇବା ପାଇଁ ୧୦ ଦିନରୁ ଅଧିକ ଲାଗିବ ନାହିଁ-ମୋଦି

ନୂଆଦିଲ୍ଲୀ:ପିଏମ ମୋଦି ଏନସିସି କ୍ୟାଡେଟଙ୍କୁ ସମ୍ବୋଧନ କରି ବିପକ୍ଷଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମ୍ବିଧାନ ବିଷୟରେ କହୁଥିବା ଲୋକ ସଂସଦରେ ପାସ୍‌ ହୋଇଥିବା ବିଲ୍‌କୁ ଗ୍ରହଣ କରୁନାହାନ୍ତି। ସେମାନଙ୍କୁ ପଡୋଶୀ ଦେଶମାନଙ୍କରେ ଅଳ୍ପ ସଂଖ୍ୟକଙ୍କ ଉପରେ ହେଉଥିବା ଅତ୍ୟାଚାର ଦେଖା ଯାଉନି। ଛାତ୍ରମାନଙ୍କୁ ସମ୍ବୋଧନ କରି କହିଥିଲେ, ଦେଶର ଶକ୍ତି ହେଉଛନ୍ତି ଯୁବଶକ୍ତି। ଯୁବଶକ୍ତି ଯଦି ଅନୁଶାସନ ମଧ୍ୟରେ ରହିବେ, ସେମାନଙ୍କ ପାଖରେ ଦୃଢ ଇଚ୍ଛାଶକ୍ତି ଥିବ, ନିଷ୍ଠା ଓ ଲଗନ ଥିବ ତେବେ […]

ପାକିସ୍ତାନକୁ ହରାଇବା ପାଇଁ ୧୦ ଦିନରୁ ଅଧିକ ଲାଗିବ ନାହିଁ-ମୋଦି

132526

Advertisment

ନୂଆଦିଲ୍ଲୀ:ପିଏମ ମୋଦି ଏନସିସି କ୍ୟାଡେଟଙ୍କୁ ସମ୍ବୋଧନ କରି ବିପକ୍ଷଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମ୍ବିଧାନ ବିଷୟରେ କହୁଥିବା ଲୋକ ସଂସଦରେ ପାସ୍‌ ହୋଇଥିବା ବିଲ୍‌କୁ ଗ୍ରହଣ କରୁନାହାନ୍ତି। ସେମାନଙ୍କୁ ପଡୋଶୀ ଦେଶମାନଙ୍କରେ ଅଳ୍ପ ସଂଖ୍ୟକଙ୍କ ଉପରେ ହେଉଥିବା ଅତ୍ୟାଚାର ଦେଖା ଯାଉନି।

ଛାତ୍ରମାନଙ୍କୁ ସମ୍ବୋଧନ କରି କହିଥିଲେ, ଦେଶର ଶକ୍ତି ହେଉଛନ୍ତି ଯୁବଶକ୍ତି। ଯୁବଶକ୍ତି ଯଦି ଅନୁଶାସନ ମଧ୍ୟରେ ରହିବେ, ସେମାନଙ୍କ ପାଖରେ ଦୃଢ ଇଚ୍ଛାଶକ୍ତି ଥିବ, ନିଷ୍ଠା ଓ ଲଗନ ଥିବ ତେବେ ଦେଶ ଦ୍ରୁତ ଗତିରେ ଉନ୍ନତି ଆଡ଼କୁ ଅଗ୍ରସର ହେବ।  ଭାରତର ଦ୍ରୁତ ଗତିକୁ କେହି ରୋକି ପାରିବେ ନାହିଁ। କାରଣ ଆଜିର ଯୁବ ଶକ୍ତି ଦେଶ ବଦଳାଇବାକୁ ଚାହୁଁଛନ୍ତି। ସ୍ଥିତି ବଦଳାଇବାକୁ ଚାହୁଁଛନ୍ତି। ବିଶ୍ୱ ଦରବାରରେ ଭାରତ ଯୁବ ଦେଶ ଭାବେ  ପରିଚିତ।

ଦେଶର ୬୫ ପ୍ରତିଶତରୁ ଅଧିକ ଲୋକଙ୍କ ବୟସ ୩୫ ବର୍ଷରୁ କମ୍‌। ଆମ ଦେଶ ଯୁବକଙ୍କ ଦେଶ-ଏହା ଆମର ଗର୍ବ।

ଏହି ଯୁବଶକ୍ତି ମଧ୍ୟରେ ଥିବା ଅନୁଶାସନ, ଦୃଢତା ଏବଂ ଦେଶ ପ୍ରତି ସମର୍ପଣ ଭାବକୁ ଆହୁରି ମଜବୁତ୍‌ କରିବା ପାଇଁ ଏନ୍‌ସିସି ଏକ ପ୍ଲାଟଫର୍ମ।

ଏହି ଅବସରରେ ପ୍ରାଧାନମନ୍ତ୍ରୀ ମୋଦି ଆମ ପଡୋଶୀ ଦେଶକୁ ଲକ୍ଷ୍ୟ କରି କହିଥିଲେ, ଆମ ପଡ଼ୋଶୀ ଦେଶକୁ ହରାଇବାକୁ ଆମକୁ ବେଶି ଦିନ ଲାଗିବ ନାହିଁ। ଆମେ ଜାଣିଛୁ, ଆମ ପଡ଼ୋଶୀ ଦେଶ ଆମଠାରୁ ଥରେ ନୁହେଁ, ତିନି ତିନି ଥର ଯୁଦ୍ଧରେ ହାରିଛି।  ତେଣୁ ତାକୁ ଧୂଳି ଚଟାଇବା ପାଇଁ ୧୦ଦିନରୁ  ଅଧିକ ସମୟ ଲାଗିବ ନହିଁ।

ମୋଦି କହିଥିଲେ, ଆମେ ସମସ୍ୟାର ସମାଧାନ ଚାହୁଁଛୁ। ସମସ୍ୟାକୁ ଝୁଲାଇ ରଖିବାକୁ ଚାହୁଁନୁ। GST ହେଉ ବା ଗରିବମାନଙ୍କ ପାଇଁ ସଂରକ୍ଷଣ ହେଉ କିମ୍ବା ଦୁଷ୍କର୍ମକାରୀଙ୍କୁ ଫାଶୀ ହେଉ, ଆମ ସରକାର ଏପରି ଯୁବ ଚିନ୍ତାଧାରାକୁ ନେଇ କାମ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ