Advertisment

ସପ୍ତଦଶ ଲୋକସଭା ଅଧିବେଶନର ପ୍ରଥମ ଦିନ,  ପ୍ରଥମ ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ। ପୂର୍ଣ୍ଣାଙ୍ଗ ବଜେଟ୍ ଆସିବାକୁ ଥିବା ଏଇ ଅଧିବେଶନର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହର ବହୁ ସଦସ୍ୟ ଶପଥ ନେଇଛନ୍ତି। ପ୍ରୋଟେମ୍ ସ୍ପିକର ବୀରେନ୍ଦ୍ର କୁମାର ଗୃହର ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଅଧ୍ୟକ୍ଷ ପ୍ୟାନେଲରେ ଥିବା ସାଂସଦ ଭର୍ତ୍ତୃହରି ମହାତାବ ଓଡ଼ିଆ ଏବଂ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସଂସ୍କୃତରେ ଶପଥପାଠ କରିଥିଲେ। ଆଜି ଓ କାଲି ଦୁଇଦିନ ଧରି ନବନିର୍ବାଚିତ […]

ସପ୍ତଦଶ ଲୋକସଭା ଅଧିବେଶନର ପ୍ରଥମ ଦିନ,  ପ୍ରଥମ ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ମୋଦି

sapatha-sansada

Advertisment

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ। ପୂର୍ଣ୍ଣାଙ୍ଗ ବଜେଟ୍ ଆସିବାକୁ ଥିବା ଏଇ ଅଧିବେଶନର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହର ବହୁ ସଦସ୍ୟ ଶପଥ ନେଇଛନ୍ତି। ପ୍ରୋଟେମ୍ ସ୍ପିକର ବୀରେନ୍ଦ୍ର କୁମାର ଗୃହର ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଅଧ୍ୟକ୍ଷ ପ୍ୟାନେଲରେ ଥିବା ସାଂସଦ ଭର୍ତ୍ତୃହରି ମହାତାବ ଓଡ଼ିଆ ଏବଂ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସଂସ୍କୃତରେ ଶପଥପାଠ କରିଥିଲେ। ଆଜି ଓ କାଲି ଦୁଇଦିନ ଧରି ନବନିର୍ବାଚିତ ସଦସ୍ୟଙ୍କ ଶପଥଗ୍ରହଣ ଚାଲିବ।

Advertisment

ଆଜି ଶପଥଗ୍ରହଣର ପ୍ରଥମ ପାଳିଥିଲା ଗୃହର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କର। ନାଁ ଡକା ହେବା କ୍ଷଣି ମୋଦି ମୋଦି, ଭାରତ ମାତା କି ଜୟ ନାରାରେ କମ୍ପିଥିଲା ଗୃହ। ଦ୍ୱିତୀୟ ଥର ପାଇଁ ଲୋକସଭା ସଦସ୍ୟ ପଦର ଶପଥ ନେଲେ ମୋଦି। ତୃତୀୟରେ ଓଡ଼ିରେ ଶପଥ ନେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ।  ଏହାପରେ ପାଳିଥିଲା କ୍ୟାବିନେଟ୍ ଓ ରାଷ୍ଟ୍ର ମନ୍ତ୍ରୀଙ୍କର। ରାଜନାଥ ସିଂହ, ଅମିତ୍ ଶାହ, ନୀତିନ ଗଡ଼କରି,  ସ୍ମୃତି ଇରାନୀଙ୍କ ସହ ମୋଦି କ୍ୟାବିନେଟ୍‌ର ଜଣଙ୍କ ପରେ ଜଣେ ମନ୍ତ୍ରୀଙ୍କ ଶପଥ ପାଠ ପରେ ସବୁଠୁ ଚର୍ଚ୍ଚାରେ ଥିଲା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଶପଥ ଗ୍ରହଣ। ଲୋକସଭା ସଦସ୍ୟ ଭାବେ ସଂସ୍କୃତରେ ଶପଥ ପାଠ କରିଥିଲେ ପ୍ରତାପ। ଓ୍ୱାୟନାଡରୁ ପ୍ରତିନିଧିତ୍ୱ କରୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଶପଥ ନେଇଛନ୍ତି।  ପଶ୍ଚିମବଙ୍ଗର ବାବୁଲ ସୁପ୍ରିୟୋ ଓ ଦେବଶ୍ରୀ ଚୌଧୁରୀଙ୍କ ଶପଥ ଗ୍ରହଣ ବେଳେ ଗୃହରେ ଶୁଣିବାକୁ ମିଳିଥିଲା ଜୟ ଶ୍ରୀରାମର ଧ୍ୱନି। ସେହିପରି ଶପଥପାଠ ବେଳେ ସାଂସଦ ସାଧ୍ୱୀ ପ୍ରଜ୍ଞା ନିଜ ନାଁକୁ ଲମ୍ବାକରି ପଢ଼ିବାକୁ ନେଇ ଗୃହରେ ବେଶ୍ କିଛି ସମୟ ହଟ୍ଟଗୋଳ ହୋଇଥିଲା।

ସପ୍ତଦଶ ଲୋକସଭାରେ ଅଧାରୁ ଅଧିକ ସଦସ୍ୟ ନୂଆ। ଅର୍ଥାତ୍ ନିର୍ବାଚିତ ୫୪୨ ସାଂସଦଙ୍କ ମଧ୍ୟରୁ ପ୍ରଥମ ଥର ପାଇଁ ଲୋକସଭାକୁ ଆସିଛନ୍ତି ୨୬୭ ସାଂସଦ । ଯେଉଁଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବି ଅଛନ୍ତି। ବିଧିମୁତାବକ ଆସନ୍ତା କାଲି ଯାଏଁ ମଧ୍ୟ ଶପଥ ପାଠ ଜାରି ରହିବ ଏବଂ ୧୯ ତାରିଖରେ ବାଚସ୍ପତି ନିର୍ବାଚନ ହେବ।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ