Advertisment

ଫିଟ୍ ଇଣ୍ଡିଆ ଅଭିଯାନରେ ସଫଳତାର ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦେଶବାସୀଙ୍କୁ ଫିଟ୍ ରଖିବା ପାଇଁ କେନ୍ଦ୍ର ସରକାର ଏହି ଅଭିଯାନ ଆରମ୍ଭ କରିଛନ୍ତି। ଖୁବଶୀଘ୍ର ସବୁ ସ୍କୁଲ୍, କଲେଜ, ଜିଲ୍ଲା, ବ୍ଲକ ଏବଂ ଗାଁ ଗୁଡ଼ିକରେ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଆଜି ଉଦ୍‌ଘାଟନ ଉତ୍ସବ ଅବସରରେ ଦେଶବାସୀଙ୍କୁ ଫିଟ୍ ରହିବା ପାଇଁ ଅନେକ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଯେଉଁଥିରେ ସେ କହିଛନ୍ତି ଲିଫ୍ଟ ପରିବର୍ତ୍ତେ ଲୋକେ […]

ଫିଟ୍ ଇଣ୍ଡିଆ ଅଭିଯାନରେ ସଫଳତାର ମନ୍ତ୍ର ଦେଲେ ମୋଦି

modi

Advertisment

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦେଶବାସୀଙ୍କୁ ଫିଟ୍ ରଖିବା ପାଇଁ କେନ୍ଦ୍ର ସରକାର ଏହି ଅଭିଯାନ ଆରମ୍ଭ କରିଛନ୍ତି। ଖୁବଶୀଘ୍ର ସବୁ ସ୍କୁଲ୍, କଲେଜ, ଜିଲ୍ଲା, ବ୍ଲକ ଏବଂ ଗାଁ ଗୁଡ଼ିକରେ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଆଜି ଉଦ୍‌ଘାଟନ ଉତ୍ସବ ଅବସରରେ ଦେଶବାସୀଙ୍କୁ ଫିଟ୍ ରହିବା ପାଇଁ ଅନେକ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଯେଉଁଥିରେ ସେ କହିଛନ୍ତି ଲିଫ୍ଟ ପରିବର୍ତ୍ତେ ଲୋକେ ସିଡ଼ି ବ୍ୟବହାର କରିବା ଉଚିତ।

ପ୍ରଧାନମନ୍ତ୍ରୀ କହିଥିବା ଫିଟନେସ ମନ୍ତ୍ର

ଫିଟନେସ ଏକ ସାଧାରଣ ଶବ୍ଦ ନୁହେଁ ବରଂ ସୁସ୍ଥ ରହିବା ସହିତ ସମୃଦ୍ଧ ଜୀବନ ଯାପନ କରିବା ହେଉଛି ଏହି ଶବ୍ଦର ପ୍ରକୃତ ଅର୍ଥ। ଏବେ ଦୈନନ୍ଦିନ ଜୀବନରେ ଦେଖାଦେଉଥିବା ରୋଗ ଓ ଅସନ୍ତୁଳନ ଆମର ଜୀବନଶୈଳୀର ପରିବର୍ତ୍ତନ ଯୋଗୁ ଘଟୁଛି। ତେଣୁ ଏହାକୁ ପ୍ରତିହତ କରିବା ପାଇଁ ଆମକୁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକ ରହିଛି।

ସଫଳତା ଏବଂ ଫିଟନେସ ମଧ୍ୟରେ ସମ୍ପର୍କ ରହିଛି। ଯିଏ ଫିଟ୍ ସିଏ ସଫଳ ହୁଏ। କାରଣ ସିନେମା ହେଉ କି କ୍ରୀଡା କିମ୍ୱା ଅନ୍ୟ କ୍ଷେତ୍ରରେ ହିରୋ ସବୁବେଳେ ଫିଟ୍ ଥାଏ ସେଥିପାଇଁ ସଫଳତା ପାଏ।

ଯିଏ ସଫଳ ହୁଅନ୍ତି ତାଙ୍କର ଗୋଟିଏ ଲକ୍ଷ୍ୟ ଥାଏ ଆଉ ତା’ ହେଉଛି ସେ କିଭଳି ଫିଟ୍ ରହିବେ। ଯେକୌଣସି ବ୍ୟକ୍ତି ଉଭୟ ମାନସିକ ଏବଂ ଫିଜିକାଲ ଭାବରେ ଫିଟ୍ ରହିବା ଜରୁରୀ। ବେଡ୍ ରୁମ ହେଉ ଅବା ବଲିଉଡ, ଯିଏ ଫିଟ୍ ସିଏ ସଫଳତା ପାଇଛି। ଆଉ ଯଦି ଶରୀର ଫିଟ୍ ରହିଛି ତା’ହେଲେ ମାଇଣ୍ଡ ବା ମାନସିକ ଅବସ୍ଥା ମଧ୍ୟ ଫିଟ୍ ରହିବ।

ଏହି ଅଭିଯାନ ଯଦିଓ ସରକାର ଆରମ୍ଭ କରିଛନ୍ତି, ଲୋକମାନେ ହିଁ ଏହି ଅଭିଯାନକୁ ଆଗକୁ ନେବେ। ଏଥିରେ ପୁଞ୍ଜି ନିବେଶ ଶୂନ ରହିଥିବା ବେଳେ ଏହାର ରିଟର୍ଣ୍ଣ ଅସୀମିତ। ଶରୀର ଫିଟ୍ ରହିବା ପାଇଁ ଲିଫ୍ଟ ନୁହେଁ ବରଂ ସିଡ଼ି ବା ପାହାଚ ବ୍ୟବହାର କରିବା ଉଚିତ୍। ଯଦି ଜଣେ ଫିଟ୍ ରହିଛି ତା’ହେଲେ ଯାଇ ସେ ସିଡ଼ି ବ୍ୟବହାର କରିପାରିବ।

ପୂର୍ବରୁ ଲୋକମାନେ ଶାରୀରିକ ଶ୍ରମ କରୁଥିଲେ, ତେଣୁ ଫିଟ୍ ରହୁଥିଲେ। ହେଲେ ଆଜିର ବୈଷୟିକ ଯୁଗରେ ବହୁତ ଲୋକ ବେଶୀ ଚାଲି ପାରୁନାହାନ୍ତି କି ପରିଶ୍ରମ ମଧ୍ୟ କରୁନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ