Modi
ନୂଆଦିଲ୍ଳୀ: କରୋନା ମୁକାବିଲାରେ ନିୟୋଜିତ ଦେଶର ବିଭିନ୍ନ ଜିଲ୍ଲାପାଳ ଓ କ୍ଷେତ୍ରୀୟ ଅଧିକାରୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭିଡିଓ କନଫରେନ୍ସିଂରେ ବିଭିନ୍ନ ରାଜ୍ୟର ଜିଲ୍ଲା ଅଧିକାରୀ ଓ କ୍ଷେତ୍ର ଅଧିକାରୀଙ୍କ ସହ ଆଲୋଚନା ବେଳେ କରୋନା ମୁକାବିଲାରେ ସେମାନଙ୍କ ଭୂମିକା ଓ କାର୍ଯ୍ୟଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଛନ୍ତି ।
ମହାମାରୀ ବେଳେ କ୍ଷେତ୍ରୀୟ ଅଧିକାରୀମାନେ କମାଣ୍ଡର ଭାବେ କାମ କରିଥିବାରୁ ଦେଶ ସଫଳ ହୋଇଛି । ଏନେଇ ମୋଦି କହିଛନ୍ତି ଯେ, କରୋନା କାଳରେ ପ୍ରତ୍ୟେକ ଜିଲ୍ଲାର ଭିନ୍ନ ଭିନ୍ନ ସମସ୍ୟା ରହି ଆସିଥିଲା ଓ ରହି ଆସିଛି । ଏଣୁ ଜିଲ୍ଲାପାଳ ଓ କ୍ଷେତ୍ରୀୟ ଅଧିକାରୀ ସେସବୁକୁ ଭଲ ଭାବେ ବୁଝିଥାନ୍ତି । ଯେତେବେଳେ ନିଜ ଜିଲ୍ଲା ସମସ୍ୟାର ସମାଧାନ କରିବାରେ ସଫଳ ହୁଏ, ସେତେବେଳେ ଦେଶ ସଫଳ ହୁଏ ଭଳି ଅନୁଭବ ହୋଇଥାଏ ବୋଲି ମୋଦି କହିଛନ୍ତି ।
ସେହିପରି ଜିଲ୍ଲା ଯଦି ହାରିଲା, ଦେଶ ମଧ୍ୟ ହାରିଯାଏ ବୋଲି ମୋଦି କହିଛନ୍ତି । ତେବେ ଏଥର ପରିସ୍ଥିତି ପୁଣି ଭିନ୍ନ ହୋଇଛି । ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଚେନ୍ ରୋକିବା ଲାଗି ଲୋକାଲ କଣ୍ଟେନମେଣ୍ଟ ଜୋନକୁ ପ୍ରାଧାନ୍ୟ ଦେବାକୁ ମୋଦି ପରାମର୍ଶ ଦେଇଛନ୍ତି । ତେବେ ମହାମାରୀରେ ଅନେକ ସମସ୍ୟାର ସାମନା କରି, ଏପରିକି କେହି କେହି ନିଜର ସଂପର୍କୀୟଙ୍କୁ ହରାଇ ବି କାମ କରିଥିବାରୁ ଅଧିକାରୀମାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Modi-19_1621333243.jpg)