Advertisment

ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବୋଧନ; 'ଭାରତରେ କରୋନା ସୁସ୍ଥ ହାର ଅଧିକ'

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ୍ ବା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତିସଂଘରେ ଅର୍ଥନୀତି ଓ ସାମାଜିକ ପରିଷଦରେ ଉଦବୋଧନ ଦେଇଛନ୍ତି। ନ୍ୟୁୟର୍କରେ ଆୟୋଜିତ ଜାତିସଂଘର ୭୫ତମ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଛନ୍ତି। ଜାତିସଂଘରେ ମୋଦି କରୋନା ଲଢ଼େଇରେ ଭାରତର ଭୂମିକା ଏବଂ ସଫଳତା କଥା ବଖାଣିଛନ୍ତି। ସେ କହିଛନ୍ତି, ଆମେ କରୋନା ମୁକାବିଲାକୁ ଜନ ଆନ୍ଦୋଳନରେ ପରିଣତ କରିଛୁ। ଏଥିପାଇଁ ଆମେ ସାର୍କ କୋଭିଡ୍‌ ଜରୁରୀକାଳୀନ ପାଣ୍ଠି ଗଠନ […]

ଅଦ୍ୟତନ ହୋଇଛି
ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବୋଧନ; 'ଭାରତରେ କରୋନା ସୁସ୍ଥ ହାର ଅଧିକ'

MODI

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ୍ ବା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତିସଂଘରେ ଅର୍ଥନୀତି ଓ ସାମାଜିକ ପରିଷଦରେ ଉଦବୋଧନ ଦେଇଛନ୍ତି। ନ୍ୟୁୟର୍କରେ ଆୟୋଜିତ ଜାତିସଂଘର ୭୫ତମ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଛନ୍ତି।

Advertisment

ଜାତିସଂଘରେ ମୋଦି କରୋନା ଲଢ଼େଇରେ ଭାରତର ଭୂମିକା ଏବଂ ସଫଳତା କଥା ବଖାଣିଛନ୍ତି। ସେ କହିଛନ୍ତି, ଆମେ କରୋନା ମୁକାବିଲାକୁ ଜନ ଆନ୍ଦୋଳନରେ ପରିଣତ କରିଛୁ। ଏଥିପାଇଁ ଆମେ ସାର୍କ କୋଭିଡ୍‌ ଜରୁରୀକାଳୀନ ପାଣ୍ଠି ଗଠନ କରିଛୁ। ଭାରତ ପକ୍ଷରୁ ୧୫୦ଟି ଦେଶକୁ ମେଡିକାଲ୍ ଉପକରଣ ଓ ଆବଶ୍ୟକ ଔଷଧ ଯୋଗାଇ ଦିଆଯାଇଛି। କରୋନା ଯୋଗୁ ଦେଶରେ ଯେଉଁ ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି, ତାକୁ ପୁଣିଥରେ ଟ୍ରାକକୁ ଆଣିବା ପାଇଁ ଆମେ ପ୍ୟାକେଜ ଘୋଷଣା କରିଛୁ। ଭାରତର କରୋନା ସୁସ୍ଥ ହାର ଅନ୍ୟ ଦେଶ ଅପେକ୍ଷା ଅଧିକ।

ମୋଦି କହିଛନ୍ତି, ସମସ୍ତଙ୍କୁ ଭୋଜନ ଦେବା ପାଇଁ ଆମେ ଖାଦ୍ୟ ସୁରକ୍ଷା ବିଲ୍ ଆଣିଛୁ। ଏହି ସୁରକ୍ଷା ଯୋଜନାରେ ୮୩୦ ମିଲିୟନ୍ ନାଗରିକଙ୍କୁ ଲାଭ ମିଳିଛି। ପିଏମ ଆବାସ ଯୋଜନା ଜରିଆରେ ୨୦୨୨ ସୁଦ୍ଧା ପ୍ରତିଟି ଭାରତୀୟଙ୍କ ପାଖରେ ନିଜର ଘର ରହିବ। ଗରିବଙ୍କ ଚିକିତ୍ସା ପାଇଁ ଆମେ ଆୟୁଷ୍ମାନ ଯୋଜନା ଆରମ୍ଭ କରିଛୁ। ୫ ବର୍ଷରେ ଆମେ ୩୮ ମିଲିୟନ୍ କାର୍ବନର ବ୍ୟବହାରକୁ କମ୍ କରିଛୁ। ଭାରତରେ ଆମେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାନ ଅଭିଯାନକୁ ବଡ଼ ସ୍ତରକୁ ନେଇଛୁ।

Advertisment

ମୋଦି କହିଛନ୍ତି, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱରେ ପରିବର୍ତ୍ତନ ଆସିଛି। ଭାରତ ସବୁ କ୍ଷେତ୍ରରେ ଆଗକୁ ବଢ଼ୁଛି। ମହିଳାଙ୍କୁ ସଶକ୍ତ କରାଇବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛୁ। ଗତ ୬ ବର୍ଷରେ ଆମେ ଡାଇରେକ୍ଟ ବେନିଫିସିଆଲ୍ ପ୍ରୋଗ୍ରାମ ପାଇଁ ୪୦ କୋଟି ଟଙ୍କାର ବ୍ୟାଙ୍କ ଖାତା ଖୋଲିଛୁ ଯାହାଦ୍ୱାରା ଗରିବଙ୍କ ଖାତାରେ ସିଧାସଳଖ ଟଙ୍କା ପହଞ୍ଚିପାରିବ। ଆମେ ଏଜେଣ୍ଡା ୨୦୩୦କୁ ପୂରଣ କରିବା ପାଇଁ ଆମେ ଉଦ୍ୟମ କରୁଛୁ। ଆମର ଲକ୍ଷ୍ୟ ସବ୍ କା ସାଥ୍, ସବ୍ କା ବିକାଶ ସବ୍ କା ବିଶ୍ୱାସ। ୨୦୧୯ରେ ମଧ୍ୟ ମୋଦି ଜାତିସଂଘରେ ସମ୍ବୋଧିତ କରିଥିଲେ। ଗତବର୍ଷ ମୋଦି ମହାତ୍ମା ଗାନ୍ଧୀ, ସ୍ୱଚ୍ଛତା, ଆତଙ୍କବାଦ ଭଳି ମୁଦ୍ଦା ଉଠାଇଥିଲେ।

ଜାତିସଂଘ ଏଭଳି ଏକ ଅନ୍ତର୍ଜାତୀୟ ସଂଗଠନ, ଯାହା ଅନ୍ତର୍ଜାତୀୟ ଆଇନକୁ ସୁବିଧାଜନକ କରିବାରେ ସହଯୋଗ, ଅନ୍ତର୍ଜାତୀୟ ସୁରକ୍ଷା, ଆର୍ଥିକ ବିକାଶ, ସାମାଜିକ ପ୍ରଗତି, ମାନବ ଅଧିକାର ଏବଂ ବିଶ୍ୱ ଶାନ୍ତି ପାଇଁ କାର୍ଯ୍ୟ କରିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ