Advertisment

ସହିଦଙ୍କ ୪ ବର୍ଷର ପୁଅକୁ ଧରି କାନ୍ଦିଲେ ପୁଲିସ୍‌ ଅଧିକାରୀ

ଶ୍ରୀନଗର: ସାମ୍ନାକୁ ଆସିଛି ଭାବପ୍ରବଣ କରିବା ଭଳି ଗୋଟିଏ ଫଟୋ। ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଇନସପେକ୍ଟର ଅଶ୍ରଦ ଖାନ୍‌ଙ୍କୁ ଦିଆଯାଇଥିବା ଅନ୍ତିମ ଶ୍ରଦ୍ଧାଞ୍ଜଳି ବେଳର ଦୃଶ୍ୟ ଯିଏ କେହି ବି ଦେଖିବ, ତା’ ଆଖିରେ ଲୁହ ଜକେଇ ଆସିବ। ସହିଦ ଅଶ୍ରଦଙ୍କ ୪ ବର୍ଷର ପୁଅ ମଧ୍ୟ ଏହି ଅନ୍ତିମ ଶ୍ରଦ୍ଧାଞ୍ଜଳି ଦିଆଯିବା ସମୟରେ ଉପସ୍ଥିତ ଥିଲା। ହୁଏତ ସେ ଏକଥା ବୁଝିପାରୁ ନଥିଲା ଯେ ତା’ ବାପା ଦେଶ ପାଇଁ ବଳିଦାନ ଦେଇ ସବୁ […]

ସହିଦଙ୍କ ୪ ବର୍ଷର ପୁଅକୁ ଧରି କାନ୍ଦିଲେ ପୁଲିସ୍‌ ଅଧିକାରୀ

rr

Advertisment

ଶ୍ରୀନଗର: ସାମ୍ନାକୁ ଆସିଛି ଭାବପ୍ରବଣ କରିବା ଭଳି ଗୋଟିଏ ଫଟୋ। ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଇନସପେକ୍ଟର ଅଶ୍ରଦ ଖାନ୍‌ଙ୍କୁ ଦିଆଯାଇଥିବା ଅନ୍ତିମ ଶ୍ରଦ୍ଧାଞ୍ଜଳି ବେଳର ଦୃଶ୍ୟ ଯିଏ କେହି ବି ଦେଖିବ, ତା’ ଆଖିରେ ଲୁହ ଜକେଇ ଆସିବ।

Advertisment

ସହିଦ ଅଶ୍ରଦଙ୍କ ୪ ବର୍ଷର ପୁଅ ମଧ୍ୟ ଏହି ଅନ୍ତିମ ଶ୍ରଦ୍ଧାଞ୍ଜଳି ଦିଆଯିବା ସମୟରେ ଉପସ୍ଥିତ ଥିଲା। ହୁଏତ ସେ ଏକଥା ବୁଝିପାରୁ ନଥିଲା ଯେ ତା’ ବାପା ଦେଶ ପାଇଁ ବଳିଦାନ ଦେଇ ସବୁ ଦିନ ପାଇଁ ଚାଲି ଯାଇଛନ୍ତି। ତେଣୁ ସେ ବାପା ବାପା ଚିତ୍କାର କରୁଥିଲା। ହୁଏତ ତାକୁ ଲାଗୁଥିଲା,କାଳେ ବାପା ତା ଚିତ୍କାର ଶୁଣି ଉଠି ପଡ଼ିବେ। ପୁଅର ଏଭଳି କରୁଣ ଚିତ୍କାରର ପ୍ରଭାବ କିନ୍ତୁ ଅନ୍ୟ ପୁଲିସ୍‌ ଅଧିକାରୀଙ୍କ ଉପରେ ପଡ଼ିଥିଲା।

ଅନ୍ତିମ ବିଦାୟ ବେଳେ ଅଶ୍ରଦଙ୍କ ୪ ବର୍ଷର ପୁଅଙ୍କୁ ଶ୍ରୀନଗର ଏସ୍‌ଏସ୍‌ପି ହସେବ ମୁଗଲ କୋଳେଇ ନେଇଥିଲେ। ହେଲେ ତା’ର ବିକଳ ଚିତ୍କାର ଶୁଣି ଲୁହ ସମ୍ବରଣ କରିପାରି ନଥିଲେ। ସେ ଅଶ୍ରଦଙ୍କ ପୁଅକୁ ଧରି କାନ୍ଦୁଥିବା ବେଳର ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି।

Advertisment

ବୁଧବାର ଆତଙ୍କବାଦୀଙ୍କ ମୁକାବିଲା କରିବା ସମୟରେ ଅଶ୍ରଦଙ୍କ ଶରୀର ଗୁଳିବିଦ୍ଧ ହୋଇଥିଲା। ତାଙ୍କୁ ଗୁରତର ଅବସ୍ଥାରେ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଥିଲେ ହେଁ ସେ ରବିବାର ଦିନ ଆଖିବୁଜି ଦେଇଥିଲେ। ଅନନ୍ତନାଗରେ ବୁଧବାର ହୋଇଥିବା ଆତଙ୍କୀ ହମ୍‌ଲାରେ ୫ ଜଣ ଯବାନ ସହିଦ ହୋଇଥିଲେ।

Right Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ