Dharmendra Pradhan
ହରିୟାଣା: ହରିୟାଣାରେ ପାନିପଥ ରିଫାଇନାରୀ ପକ୍ଷରୁ ଲୋକାର୍ପିତ ହୋଇଛି ବୃହତ କୋଭିଡ୍ ହସ୍ପିଟାଲ । ପାନିପଥ ରିଫାଇନାରୀର ୫ଶହ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍ ହସ୍ପିଟାଳକୁ ମାଗଣାରେ ଅକ୍ସିଜେନ୍ ଯୋଗାଇବ ଇଣ୍ଡିଆନ ଅଏଲ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହି ହସ୍ପିଟାଲର ଲୋକାର୍ପଣ କରିଛନ୍ତି ।
/odishatv-khabar/media/post_attachments/wp-content/uploads/2021/05/vlcsnap-error646.png)
ଏଥିରେ ବ୍ୟବସ୍ଥିତ ପ୍ରତ୍ୟେକ ଶଯ୍ୟାକୁ ପାନିପଥ ରିଫାଇନାରୀରୁ ୧୫ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଯୋଗାଇ ଦିଆଯିବ । ରିଫାଇନାରୀର MEG ପ୍ଲାଣ୍ଟ ସହ ସଂଯୋଗ ରହିଛି । ଷ୍ଟିଲ୍ ପାଇପଲାଇନ ସାହାଯ୍ୟରେ ଯୋଗାଣ ହେବ ଅକ୍ସିଜେନ୍ । ଏହି ହସ୍ପିଟାଲ କୋଭିଡ୍ ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇବାରେ ସହାୟକ ହେବ ବୋଲି ଲୋକାର୍ପଣ ଅବସରରେ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
/odishatv-khabar/media/post_attachments/wp-content/uploads/2021/05/vlcsnap-error134.png)
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜରେ ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି ଭାରତ ସରକାର । ବର୍ତ୍ତମାନ ବିଦେଶରୁ ଭାରତ ସରକାରଙ୍କ ଦ୍ୱାରା ୧୩ ହଜାର ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଆମଦାନୀ କରାଯାଉଛି । ଉପସାଗରୀୟ ଦେଶସମୂହ ତଥା ଆବୁଧାବି, କୁଏତ, କତାର, ବାହାରିନ, ସାଉଦି ଆରବ, ଓମାନରୁ ଦେଶକୁ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ୍ ଆସୁଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error423_1621183387.jpg)