babri
ନୂଆଦିଲ୍ଲୀ: ଡିସେମ୍ବର ୬, ୧୯୯୨ରେ ଅଯୋଧ୍ୟାରେ ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ସମସ୍ତ ୩୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଏହି ମାମଲାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଓ ଉମା ଭାରତୀଙ୍କ ସମେତ ଅନେକଙ୍କୁ ଅଭିଯୁକ୍ତ କରାଯାଇଥିଲା। ତେବେ ଆଜି କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ପାକିସ୍ତାନ ମଧ୍ୟ ପ୍ରତିକ୍ରିୟା ଦେଇଛି।
ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଏକ ବୟାନ ଜାରି କରି ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ନିଷ୍ପତ୍ତିଙ୍କୁ ନିନ୍ଦା କରିବା ସହ କୋର୍ଟ ହିନ୍ଦୁତ୍ୱର ବିଚାରଧାରାକୁ ମହତ୍ତ୍ୱ ଦେଉଥିବା ଅଭିଯୋଗ ଆଣିଛି। ପାକିସ୍ତାନ ମଧ୍ୟ ଭାରତରେ କ୍ଷମତାରେ ଥିବା ବିଜେପି ସରକାରକୁ ଟାର୍ଗେଟ୍ କରିଛି।
https://twitter.com/ForeignOfficePk/status/1311251864743272448?s=20
ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଟୁଇଟ୍ କରିଛି ଯେ 'ଅଯୋଧ୍ୟାର ବାବ୍ରୀ ମସଜିଦକୁ ଭାଙ୍ଗିବା ପାଇଁ ଦାୟୀ ଅପରାଧୀଙ୍କୁ ଦୋଷମୁକ୍ତ କରାଯିବାକୁ ନେଇ ପାକିସ୍ତାନ କଡ଼ା ନିନ୍ଦା କରୁଛି। ଏହା ବିଜେପି/ଆରଏସଏସ୍ ଶାସନରେ ନ୍ୟାୟପାଳିକାର ନମନୀୟ ଆଭିମୁଖ୍ୟର ଜ୍ଜ୍ୱଳନ୍ତ ଉଦାହରଣ, ଯାହା ନ୍ୟାୟ ଓ ଅନ୍ତର୍ଜାତୀୟ ନିୟମ ଅପେକ୍ଷା ହିନ୍ଦୁତ୍ୱକୁ ଅଧିକ ଗୁରୁତ୍ୱ ଦେଇଥାଏ। ଭାରତର ସବୁ ସରକାରୀ ସଂସ୍ଥାରେ କଟ୍ଟର ହିନ୍ଦୁତ୍ୱ ବିଚାରଧାରା ସାମିଲ୍ ହେବା ନିଶ୍ଚିତ ଭାବେ ଚିନ୍ତାର ବିଷୟ।'
ସୂଚନାଯୋଗ୍ୟ, ବାବ୍ରୀ ମସଜିଦ୍ ଭଙ୍ଗା ଘଟଣାରେ ସମସ୍ତ ୩୨ଜଣ ଅଭିଯୁକ୍ତଙ୍କୁ ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷମୁକ୍ତ କରିଛନ୍ତି। କୋର୍ଟ କହିଛନ୍ତି, ଏହି ଘଟଣା ଯୋଜନାବଦ୍ଧ ନଥିଲା ଏବଂ ଏହା ହଠାତ୍ ଭଙ୍ଗା ଯାଇଥିଲା। ଏହା ପଛରେ କୌଣସି କ୍ଷଡ଼ଯନ୍ତ୍ର ନଥିଲା। ମସଜିଦ ଭାଙ୍ଗିବା ଘଟଣାରେ ଅଭିଯୁକ୍ତମାନେ ସଂପୃକ୍ତ ଥିବାର କୌଣସି ବଳିଷ୍ଠ ପ୍ରମାଣ ମିଳିନାହିଁ। ଏପରିକି ଫଟୋ ଓ ଭିଡିଓ ପ୍ରମାଣ ଯୋଗ୍ୟ ନୁହେଁ ବୋଲି କୋର୍ଟ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/babri_1625284038.jpg)