pakistan
ଇସଲାମାବାଦ: ନେପାଳ ରାସ୍ତାରେ ଚାଲିଲା ପାକିସ୍ତାନ। ପାକିସ୍ତାନର ଇମ୍ରାନ୍ ଖାନ୍ ସରକାର ବିବାଦୀୟ ନକ୍ସାକୁ ମଞ୍ଜୁରୀ ଦେଇଛନ୍ତି। ନକ୍ସାରେ ପାକିସ୍ତାନ କଶ୍ମୀରକୁ ନିଜର ବୋଲି ଦର୍ଶାଇଛି। ପ୍ରଥମେ ପାକିସ୍ତାନ କେବଳ ପିଓକେକୁ ନିଜର ବୋଲି କହିଆସୁଥିଲା, କିନ୍ତୁ ଏବେ ନୂଆ ନକ୍ସାରେ କଶ୍ମୀରକୁ ସାମିଲ୍ କରିଛି। ପାକିସ୍ତାନ ତା'ର ନୂଆ ନକ୍ସାରେ ଲଦାଖ, ସିଆଚେନ୍ ସମେତ ଗୁଜରାଟର ଜୁନାଗଡ଼ ପର୍ଯ୍ୟନ୍ତ ନିଜର ବୋଲି ଦାବି କରିଛି।
https://twitter.com/PakPMO/status/1290643485947830273?s=20
ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏହାକୁ ପାକିସ୍ତାନ ଇତିହାସାର ସବୁଠାରୁ ଐତିହାସିକ ଦିନ ବୋଲି ଆଖ୍ୟା ଦେଇଛନ୍ତି। ବିବାଦୀୟ ନକ୍ସାକୁ ମଞ୍ଜୁରୀ ଇମ୍ରାନ୍ ଖାନଙ୍କ କ୍ୟାବିନେଟରେ ଅନୁମୋଦନ ମିଳିଛି। କ୍ୟାବିନେଟ୍ ବୈଠକ ପରେ ଇମ୍ରାନ୍ ଖାନ୍ ରାଜନୀତିକ ମ୍ୟାପ୍ ଜାରି କରିଛନ୍ତି। ନକ୍ସାରେ କଶ୍ମୀରକୁ ପାକିସ୍ତାନର ବୋଲି କୁହାଯାଇଛି।
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାକୁ ଆସନ୍ତାକାଲି ବର୍ଷେ ପୁରୁଛି। ଗତବର୍ଷ ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇ ଭାଗ କରିଥିଲେ। ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ନୂଆ ମ୍ୟାପ ସାର୍ବଜନୀନ କରିଛି।
/odishatv-khabar/media/post_attachments/sites/aajtak/resources/embed/202008/map_080420070327.png)
ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ କହିଛନ୍ତି, ଇତିହାସରେ ପ୍ରଥମଥର ପାଇଁ ଆମେ ବିଶ୍ୱ ଆଗରେ ଆମର ଆଭିମୁଖ୍ୟ ସ୍ପଷ୍ଟ କରିଛୁ। ସମଗ୍ର କଶ୍ମୀର ଏକ ବିବାଦୀୟ ଅଞ୍ଚଳ। ଏଥିରେ ଜାତିସଂଘ ହସ୍ତକ୍ଷେପ କରି ଏହାର ସମାଧାନ କରିବା ଦରକାର। ପାକିସ୍ତାନ ଆସନ୍ତାକାଲି ସମଗ୍ର ଦେଶରେ କଳା ଦିବସ ପାଳନ କରିବେ। ଭାରତ ସରକାର ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏହାକୁ ପାକିସ୍ତାନ ବିରୋଧ କରୁଛି।
ପାକିସ୍ତାନ ପୂର୍ବରୁ ନେପାଳ ଏଭଳି କାମ କରିସାରିଛି। ନେପାଳ ମଧ୍ୟ ବିବାଦୀୟ ନକ୍ସାକୁ ଅନୁମୋଦନ ଦେଇଛି, ଯେଉଁଥିରେ ଭାରତର କଳାପାଣି, ଲିପୁଲେଖ ଓ ଲିମ୍ପିଆଧୁରକୁ ସାମିଲ୍ ହୋଇଛି। ନେପାଳ ଏହି ବିବାଦୀୟ ନକ୍ସାକୁ ମେ' ୨୦ ତାରିଖରେ ଜାରି କରିଥିଲା, ଯାହାକୁ ସେମାନଙ୍କ ସଂସଦ ଅନୁମୋଦନ ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pakistan_1625474058.jpg)