Advertisment

ଓଡ଼ିଶାକୁ ଖ୍ରୀଷ୍ଟମାସ ଅଭିନନ୍ଦନ ଜଣାଇ ବିବାଦର ମଞ୍ଜି ପୋତିଲା ପାକିସ୍ତାନ

ଇସ୍‌ଲାମାବାଦ୍‌: ସାରା ବିଶ୍ୱ ଖ୍ରୀଷ୍ଟମାସ ପାଳୁଥିବାବେଳେ ପାକିସ୍ତାନ ସେନା ଭାରତର ଅନ୍ତରୀଣ ମାମଲାରେ ମୁଣ୍ଡ ଖେଳାଇବାର ଅଭ୍ୟାସ ବନ୍ଦ କରିନି। ଏହି ଅବସରରେ ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ୍‌ ଗଫୁର ନିଜର ଖ୍ରୀଷ୍ଟମାସ ଶୁଭେଚ୍ଛାରେ ଓଡ଼ିଶାର ନାଁ ଉଲ୍ଲେଖ କରିଛନ୍ତି। ତେବେ ଏଭଳି ପବିତ୍ର ଅବସରରେ ହିନ୍ଦୁତ୍ୱ କଥା ଉଠାଇ ସେ ବିବାଦ ସୃଷ୍ଟି କରିବାର ଉଦ୍ୟମ କରିଛନ୍ତି। ସେ ନିଜ ବ୍ୟକ୍ତିଗତ ଆକାଉଣ୍ଟରୁ ଏକ ଟ୍ୱିଟ୍‌ କରି କହିଛନ୍ତି, “ପାକିସ୍ତାନ ଏବଂ ବିଶ୍ୱର […]

ଓଡ଼ିଶାକୁ ଖ୍ରୀଷ୍ଟମାସ ଅଭିନନ୍ଦନ ଜଣାଇ ବିବାଦର ମଞ୍ଜି ପୋତିଲା ପାକିସ୍ତାନ

pak

Advertisment

ଇସ୍‌ଲାମାବାଦ୍‌: ସାରା ବିଶ୍ୱ ଖ୍ରୀଷ୍ଟମାସ ପାଳୁଥିବାବେଳେ ପାକିସ୍ତାନ ସେନା ଭାରତର ଅନ୍ତରୀଣ ମାମଲାରେ ମୁଣ୍ଡ ଖେଳାଇବାର ଅଭ୍ୟାସ ବନ୍ଦ କରିନି। ଏହି ଅବସରରେ ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ୍‌ ଗଫୁର ନିଜର ଖ୍ରୀଷ୍ଟମାସ ଶୁଭେଚ୍ଛାରେ ଓଡ଼ିଶାର ନାଁ ଉଲ୍ଲେଖ କରିଛନ୍ତି। ତେବେ ଏଭଳି ପବିତ୍ର ଅବସରରେ ହିନ୍ଦୁତ୍ୱ କଥା ଉଠାଇ ସେ ବିବାଦ ସୃଷ୍ଟି କରିବାର ଉଦ୍ୟମ କରିଛନ୍ତି।

Advertisment

ସେ ନିଜ ବ୍ୟକ୍ତିଗତ ଆକାଉଣ୍ଟରୁ ଏକ ଟ୍ୱିଟ୍‌ କରି କହିଛନ୍ତି, “ପାକିସ୍ତାନ ଏବଂ ବିଶ୍ୱର ସମସ୍ତ ଖ୍ରୀଷ୍ଟିଆନ୍‌ମାନଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା। ବିଶେଷ କରି ଓଡ଼ିଶା ରାଜ୍ୟ ଏବଂ ସେଭଳି ହିନ୍ଦୁତ୍ୱ ପରିବେଶରେ ଥିବା ରାଜ୍ୟଗୁଡ଼ିକର ଖ୍ରୀଷ୍ଟିଆନ୍‌ଙ୍କୁ ମଧ୍ୟ ଶୁଭେଚ୍ଛା।

Advertisment


ଏଥିରୁ ସ୍ପଷ୍ଟ ଅନୁମେୟ ଗଫୁର ଭାରତୀୟ ଧର୍ମନିରପେକ୍ଷତା ଏବଂ ଧାର୍ମିକ ସ୍ୱାଧୀନତାକୁ ଚ୍ୟାଲେଞ୍ଜ କରି ଅସ୍ଥିରତା ସୃଷ୍ଟି କରିବାର ପ୍ରୟାସ କରିଛନ୍ତି। ଓଡ଼ିଶାରେ ପୂର୍ବରୁ କିଛି ଦଙ୍ଗା ମୁଣ୍ଡ ଟେକିଥିଲେ ହେଁ ପରବର୍ତ୍ତୀ ମୁହୂର୍ତ୍ତରେ ଧାର୍ମିକ ସଦ୍‌ଭାବ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଏହା ଆଦିବାସୀ ବହୁଳ ରାଜ୍ୟ ହୋଇଥିବାରୁ ଏବଂ ଧର୍ମାନ୍ତରଣ ପରେ ବେଶ କିଛି ପରିବାର ଖ୍ରୀଷ୍ଟିଆନ୍‌ ଧର୍ମ ଗ୍ରହଣ କରିଥିବାରୁ ସମ୍ଭବତଃ ଏହାକୁ ଟାର୍ଗେଟ୍‌ କରିବାର ପ୍ରୟାସ କରିଛନ୍ତି। ତେବେ ଭାରତ ପକ୍ଷରୁ ଏପରି ଅପପ୍ରୟାସକୁ ନିନ୍ଦା କରାଯାଇଛି।

ସେ ଏଭଳି ଏକ ସମୟରେ ଏହି ଟ୍ୱିଟ୍‌ କରିଛନ୍ତି ଯେତେବେଳେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ପ୍ରତି ବ୍ୟବହାର ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ହିନ୍ଦୁ, ଖ୍ରୀଷ୍ଟିଆନ୍‌, ଶିଖ୍‌ ଏବଂ ଶିଆ ମୁସଲିମ୍‌ଙ୍କ ଧାର୍ମିକ ଅଧିକାର ଛଡ଼ାଇବା ସହ ସେମାନଙ୍କୁ ହଟହଟା କରାଯିବାର ଉଦାହରଣ ପ୍ରତିଦିନ ଆସୁଛି। ବିଦେଶରେ ରହୁଥିବା ଏଭଳି ବର୍ଗର ପାକିସ୍ତାନୀ ଲଗାତାର ଏହି ଉତ୍ପୀଡ଼ନର ବିରୋଧ କରିଆସୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ