pak
ନୂଆଦିଲ୍ଲୀ: ସର୍ବଦା ଭାରତ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିବା ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ୍ କ୍ୟୁରେଶି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର କ୍ୟୁରେଶିଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଯାହା ପରେ ସେ ନିଜକୁ ହୋମ୍ କ୍ୱାରେଣ୍ଟିନରେ ରଖିଛନ୍ତି। ଏ ନେଇ ଖୋଦ୍ କ୍ୟୁରେଶି ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
https://twitter.com/SMQureshiPTI/status/1279039013534478342?s=20
ସେ କହିଛନ୍ତି, ଶୁକ୍ରବାର ଅପରାହ୍ନରେ ମୋତେ ସାମାନ୍ୟ ଜ୍ୱର ହୋଇଥିବା ଅନୁଭୂତ କଲି, ଯାହା ପରେ ତୁରନ୍ତ ନିଜକୁ ହୋମ୍ କ୍ୱାରେଣ୍ଟିନରେ ରଖିବାକୁ ନିଷ୍ପତ୍ତି ନେଲି। ତା'ଛଡ଼ା ମୁଁ ମୋର କୋଭିଡ୍ ଟେଷ୍ଟ କରାଇଥିଲି, ଯାହା ପଜିଟିଭ୍ ଆସିଛି। ତେବେ ଭଗବାନଙ୍କ ଆଶୀର୍ବାଦରୁ ମୁଁ ସୁସ୍ଥ ଅଛି। ହୋମ୍ କ୍ୱାରେଣ୍ଟିନରେ ରହିବା ସତ୍ତ୍ୱେ ମୁଁ ମୋ କର୍ତ୍ତବ୍ୟ ଜାରି ରଖିଛି।
ସୂଚନାଯୋଗ୍ୟ, ଶୁକ୍ରବାର ସୁଦ୍ଧା ପାକିସ୍ତାନରେ କରୋନା ପଜିଟିଭ୍ ସଂଖ୍ୟା ୨୨୧,୮୯୬ରେ ପହଞ୍ଚିଛି। ଏଥିମଧ୍ୟରୁ ୧,୧୩,୬୨୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ତେବେ କରୋନାରେ ଦେଶରେ ସାଢ଼େ ୪ହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pak_1626346378.jpg)