Advertisment

ମୋଦିଙ୍କର ଏହି ତିନୋଟି କଥାକୁ ଭରପୂର ପ୍ରଶଂସା କଲେ ଚିଦାମ୍ବରମ...

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ ପ୍ରଧାନମନ୍ତ୍ରୀ ମୋଦି ତଥା ତାଙ୍କ ସରକାରଙ୍କର ଜଣେ ବଡ଼ ସମାଲୋଚକ। ସଂସଦ ଭବନ ହେଉ ବା ଗଣମାଧ୍ୟମ, ମୋଦି ସରକାରଙ୍କ ପ୍ରତ୍ୟେକ ଆର୍ଥିକ ନୀତିକୁ କଡ଼ା ସମାଲୋଚନା କରୁଥିବା ବ୍ୟକ୍ତି କହିଲେ ଚିଦାମ୍ବରମଙ୍କୁ ହିଁ ସମସ୍ତେ ଜାଣନ୍ତି। ହେଲେ ଆଜି ମୋଦିଙ୍କୁ ଭୂରିୟସୀ ପ୍ରଶଂସା କରିଛନ୍ତି ଚିଦାମ୍ବରମ। ତାଙ୍କର ଏହି ପ୍ରଶଂସା ଶୁଣିଲେ ତ କେହି ସହଜରେ ବିଶ୍ୱାସ କରିବେ ନାହିଁ। ତଥାପି କଥାଟା ସତ। ସ୍ୱାଧୀନତା ଦିବସ ପାଳନ ଅବସରରେ […]

ମୋଦିଙ୍କର ଏହି ତିନୋଟି କଥାକୁ ଭରପୂର ପ୍ରଶଂସା କଲେ ଚିଦାମ୍ବରମ...

chidambaram

Advertisment

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ ପ୍ରଧାନମନ୍ତ୍ରୀ ମୋଦି ତଥା ତାଙ୍କ ସରକାରଙ୍କର ଜଣେ ବଡ଼ ସମାଲୋଚକ। ସଂସଦ ଭବନ ହେଉ ବା ଗଣମାଧ୍ୟମ, ମୋଦି ସରକାରଙ୍କ ପ୍ରତ୍ୟେକ ଆର୍ଥିକ ନୀତିକୁ କଡ଼ା ସମାଲୋଚନା କରୁଥିବା ବ୍ୟକ୍ତି କହିଲେ ଚିଦାମ୍ବରମଙ୍କୁ ହିଁ ସମସ୍ତେ ଜାଣନ୍ତି। ହେଲେ ଆଜି ମୋଦିଙ୍କୁ ଭୂରିୟସୀ ପ୍ରଶଂସା କରିଛନ୍ତି ଚିଦାମ୍ବରମ।

Advertisment

ତାଙ୍କର ଏହି ପ୍ରଶଂସା ଶୁଣିଲେ ତ କେହି ସହଜରେ ବିଶ୍ୱାସ କରିବେ ନାହିଁ। ତଥାପି କଥାଟା ସତ। ସ୍ୱାଧୀନତା ଦିବସ ପାଳନ ଅବସରରେ ମୋଦିଙ୍କ ଭାଷଣ ଶୁଣିବା ପରେ ଚିଦାମ୍ବରମ ମୋଦିଙ୍କର ତିନୋଟି ଘୋଷଣାକୁ ଭରପୂର ପ୍ରଶଂସା କରିଛନ୍ତି।

ପ୍ରଥମତଃ ମୋଦିଙ୍କ ଛୋଟ ପରିବାର ଦେଶଭକ୍ତିର ଲକ୍ଷଣ, ୨ୟରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ଏବଂ ତୃତୀୟରେ ୱେଲ୍‌ଥ କ୍ରିଏଟର୍ସଙ୍କୁ ସମ୍ମାନ।

Advertisment

ଚଦାମ୍ବରମ ଟ୍ୱିଟ କରି କହିଛନ୍ତି ଯେ ‘ଅର୍ଥ ମନ୍ତ୍ରୀ, ତାଙ୍କ ଟ୍ୟାକ୍ସ ଅଧିକାରୀବୃନ୍ଦ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ବାର୍ତ୍ତାକୁ ଭଲ ଭାବେ ଶୁଣିଥିବେ ବୋଲି ଆଶା।‘ ମୋଦିଙ୍କ ‘ୱେଲ୍‌ଥ କ୍ରିଏଟର୍ସଙ୍କୁ ସମ୍ମାନ’ ପ୍ରସଙ୍ଗ ପ୍ରତି ଇଶାରା କରି ସେ ଏହିକଥା କହିଥିଲେ।

Advertisment

ଛୋଟ ପରିବାର ଏବଂ ପ୍ଲାଷ୍ଟିକ ବ୍ୟାନ୍ ନେଇ ଦେଶରେ ଆନ୍ଦାଳନ ହେବା ଉଚିତ୍‌ ବୋଲି ସେ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ