Advertisment

'ଭାରତୀୟ ଯବାନ୍ ସବୁ ଚ୍ୟାଲେଞ୍ଜ୍ ପାଇଁ ପ୍ରସ୍ତୁତ'

ନୂଆଦିଲ୍ଲୀ: ଭାରତ-ଚୀନ୍ LAC ରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ। କିନ୍ତୁ ଆମ ଯବାନ ଓ ଅଧିକାରୀଙ୍କ ମନୋବଳ ବହୁତ ଦୃଢ଼ ରହିଛି। ସେମାନେ ଯେ କୌଣସି ଚ୍ୟାଲେଞ୍ଜର ମୁକାବିଲା ଲାଗି ପ୍ରସ୍ତୁତ। LACରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ବେଳେ ଏହା କହିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରୱଣେ। ଏଲଏସିରେ ଭାରତ-ଚୀନ୍ ମୁହାଁମୁହିଁ ପରିସ୍ଥିତିରେ ଥିବା ବେଳେ ସୀମାରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଛନ୍ତି ଆର୍ମି ଚିଫ୍। ଆଜି ସେ ଗଣମାଧ୍ୟମକୁ କହିଛନ୍ତି, LACରେ ସ୍ଥିତି ସମ୍ବେଦନଶୀଳ […]

'ଭାରତୀୟ ଯବାନ୍ ସବୁ ଚ୍ୟାଲେଞ୍ଜ୍ ପାଇଁ ପ୍ରସ୍ତୁତ'

army

Advertisment

ନୂଆଦିଲ୍ଲୀ: ଭାରତ-ଚୀନ୍ LAC ରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ। କିନ୍ତୁ ଆମ ଯବାନ ଓ ଅଧିକାରୀଙ୍କ ମନୋବଳ ବହୁତ ଦୃଢ଼ ରହିଛି। ସେମାନେ ଯେ କୌଣସି ଚ୍ୟାଲେଞ୍ଜର ମୁକାବିଲା ଲାଗି ପ୍ରସ୍ତୁତ। LACରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ବେଳେ ଏହା କହିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରୱଣେ।

Advertisment

ଏଲଏସିରେ ଭାରତ-ଚୀନ୍ ମୁହାଁମୁହିଁ ପରିସ୍ଥିତିରେ ଥିବା ବେଳେ ସୀମାରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଛନ୍ତି ଆର୍ମି ଚିଫ୍। ଆଜି ସେ ଗଣମାଧ୍ୟମକୁ କହିଛନ୍ତି, LACରେ ସ୍ଥିତି ସମ୍ବେଦନଶୀଳ ରହିଛି, ଏହାକୁ ଦୃଷ୍ଟିରେ ରଖି ଆମେ ନିଜର ସୁରକ୍ଷା ଏବଂ ନିରାପତ୍ତା ଲାଗି ସତର୍କତାମୂଳକ ପଦକ୍ଷେପ ନେଇଛୁ। ଏହାଦ୍ୱାରା ଆମର ନିରାପତ୍ତା ଏବଂ ସାର୍ବଭୌମତ୍ୱ ସୁରକ୍ଷିତ ରହିପାରିବ।

ନରୱଣେ ଆହୁରି କହିଛନ୍ତି, ଦୁଇ ଦିନର ଗସ୍ତ ଅବସରରେ ସେ ଏଲଏସିର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଅଧିକାରୀ, ଜେସିଓଙ୍କ ସହ କଥା ହୋଇ ସେନା ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି। ଯବାନଙ୍କ ମନୋବଳ ବହୁତ ଦୃଢ଼ ରହିଛି। ସେମାନେ ଯେ କୌଣସି ସ୍ଥିତିକୁ ସମ୍ମୁଖୀନ ହେବା ଲାଗି ପ୍ରସ୍ତୁତ।

Advertisment

ସେନା ମୁଖ୍ୟ ଆହୁରି କହିଛନ୍ତି, ଭାରତର ଯବାନ ଏବଂ ଅଧିକାରୀ ବିଶ୍ୱର ସର୍ବୋକୃଷ୍ଟ ସୈନ୍ୟବାହିନୀ ମଧ୍ୟରେ ଅନ୍ୟତମ। ସେମାନେ କେବଳ ସେନା ନୁହଁ ସାରା ଦେଶ ପାଇଁ ଗୌରବ ଆଣିବେ। ସେହିପରି LACରେ ଲାଗି ରହିଥିବା ସ୍ଥିତିର ସମାଧାନ ଲାଗି ସାମରିକ ସହ କୂଟନୈତିକ ସ୍ତରରେ ଆଲୋଚନା ଚାଲିଛି। ଖୁବ ଶୀଘ୍ର ଏହାର ସମାଧାନ ହେବ ବୋଲି ଆଶା ରଖିଛନ୍ତି ଆର୍ମି ଚିଫ୍।

ସୂଚନାଯୋଗ୍ୟ, ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ)ର ସେନା ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଉଭୟ ଦେଶର ସେନା ପ୍ରତିନିଧିମାନେ ସୀମାରେ ଉତ୍ତେଜନା କମ୍ କରିବା ପାଇଁ ଲଗାତର ଆଲୋଚନା କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ