onion stolen
Advertisment
ସୁରତ : ସୁନା ଠାରୁ ଏବେ ମୂଲ୍ୟବାନ ହେବାରେ ଲାଗିଛି ପିଆଜ। ଘର ଠାରୁ ହୋଟେଲ୍ ସବୁଠି ଉଭାନ ହୋଇଯାଇଛି । ପିଆଜ ଦର ସାରା ଦେଶରେ ସେଞ୍ଚୁରୀ ପାର୍ କରିଛି । ବର୍ଦ୍ଧିତ ଦରରେ ପିଆଜ କିଣିବାକୁ ଲୋକେ ଅମଙ୍ଗ ହେଉଛନ୍ତି ।
Advertisment
ଆଉ ଏଭଳି ସମୟରେ ସୁରତରୁ ଆସିଛି ପିଆଜ ଚୋରିର ଖବର । ଲୁଟେରାମାନେ ସୁରତର ଏକ ବଜାରରୁ ରାତି ଅଧରେ ଜଣେ ବ୍ୟବସାୟୀଙ୍କ ଦୋକାନରୁ ୨୫୦ କିଲୋଗ୍ରାମର ପିଆଜ ଚୋରି ନେଇଛନ୍ତି । ଚୋରି ପିଆଜର ଆନୁମାନିକ ମୂଲ୍ୟ ୧୮ହଜାରରୁ ଅଧିକ ହେବ ବୋଲି ଜଣାପଡ଼ିଛି।
ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/onion-stolen_1626686407.jpg)