baby333
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଳେବେଳେ ଏଭଳି ଫଟୋ ଭାଇରାଲ ହୋଇଯାଏ, ଯାହାକୁ ଦେଖି ୟୁଜରମାନେ ଖୁସି ହୋଇଯାଆନ୍ତି। ଏନେଇ ଏକ ବର୍ଷ ଶିଶୁର ଏପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶିଶୁଟି ଘର ଚଟିଆ ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି।
ଖବର ଅନୁଯାୟୀ, ବନ ଅଧିକାରୀ ସଞ୍ଜୀବ ନିଜ ଟ୍ୱିଟର ହ୍ୟାଣ୍ଡେଲ ଶିଶୁର ଫଟୋଗୁଡ଼ିକୁ ଶେୟାର କରିଛନ୍ତି। କୌତୁହଳ ବିଷୟ, ଏହି ଶିଶୁଟି ହେଉଛି ତାଙ୍କରି ପୁଅ। ସେ କ୍ୟାପସନରେ ଲେଖିଛନ୍ତି,‘ ମୋର ଏକ ବର୍ଷର ପୁଅ, ଘର ଚଟିଆମାନଙ୍କୁ ସେ ଖାଇବାକୁ ଦେଉଛି।’
/odishatv-khabar/media/post_attachments/wp-content/uploads/2020/08/bana-adhikari.jpg)
ଫଟୋରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ପିଲାଟି ପଲିଥିନରେ କିଛି ନେଉଛି। ସେ ଏକ ପାର୍କରେ କିଛି ଘର ଚଟିଆ ଚଢ଼େଇକୁ ଖାଇବାକୁ ଦେଉଛି। ଅନେକ ଘର ଚଟିଆ ଦାନ ଖାଉଥିବାର ମଧ୍ୟ ଦେଖିବାକୁ ମିଳୁଛି।/odishatv-khabar/media/post_attachments/aajtak/images/Photo_gallery/092019/sparrow-1_080920111937.jpg)
ପିଲାଟିର ଏଭଳି କାର୍ଯ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। କିଛି ଲୋକ ସେହି ଶିଶୁକୁ ପ୍ରଶଂସା ମଧ୍ୟ କରୁଛନ୍ତି। ଆଉ କିଛି ଲୋକ ଶିଶୁର ଏଭଳି ସଂସ୍କାର ପାଇଁ ତାଙ୍କ ମାତା ପିତାଙ୍କୁ ମଧ୍ୟ ପ୍ରଶଂସା କରୁଛନ୍ତି।/odishatv-khabar/media/post_attachments/aajtak/images/Photo_gallery/092019/sparrow-2_080920111937.jpg)
ଏହି ଫଟୋକୁ ସୋସିଆଲ ମିଡିଆର ୟୁଜରମାନେ ଖୁବ୍ ପସନ୍ଦ କରୁଛନ୍ତି। ଏହି ଫଟୋଟି ଜୋରରେ ଭାଇରାଲ ହେବାରେ ଲାଗିଛି।
/odishatv-khabar/media/post_attachments/aajtak/images/Photo_gallery/092019/sparrow-3_080920111937.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/baby333_1625449233.jpg)