shaa
Advertisment
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରେ ଏନ୍କାଉଣ୍ଟର୍ ହୋଇଛି। ଆଜି ସକାଳୁ ତ୍ରାଲ୍ ଅଂଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା।
Advertisment
ହଠାତ୍ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଗୁଳିମାଡ଼ କରିଥିଲେ। ଏହାପରେ ସେନା ପକ୍ଷରୁ ମଧ୍ୟ କଡ଼ା ଜବାବ ଦିଆଯାଇଥିଲା।
ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ମୃତ ଆତଙ୍କବାଦୀ 'ଜୈସ୍ ଇ ମହମ୍ମଦ' ଆତଙ୍କବଦୀ ସଂଗଠନର ବୋଲି ଜଣା ପଡ଼ିଛି। ପୂର୍ବରୁ ସୁରକ୍ଷା କର୍ମୀମାନେ ଆତଙ୍କବାଦୀ କାର୍ଯ୍ୟାକଳାପ ରୋକିବା ପାଇଁ ଘରକୁ ଘର ବୁଲି ସର୍ଚ୍ଚ ଅପରେସନ୍ କରିଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/shaa-2_1626762304.jpg)