odiya-pua
ଭୁବନେଶ୍ୱର: ଜାମ୍ମୁ ଓ କାଶ୍ମୀରରେ ଆତଙ୍କର ଛାୟା। ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲାଗି ସେନା ଅଭିଯାନ ଚଳାଇଥିଲେ ବି ନିଜକୁ ଅନେକ କ୍ଷତି ସହିବାକୁ ପଡୁଛି। ଗତ ଦୁଇ ଦିନରେ ଅନନ୍ତନାଗ ଓ ପୁଲଓ୍ୱାମାରେ ୪ ଯବାନ ସହିଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳ ବଡସୁଆଳର ଅଜିତ୍ ସାହୁ ଓ ଉତ୍ତରପ୍ରଦେଶ ମେଜର କେତନ୍ ଶର୍ମା। ତେବେ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଫେବ୍ରୁଆରୀ ୧୪ ପୁଲଓ୍ୱାମା ଆକ୍ରମଣ ଲାଗି ଗାଡ଼ି ଯୋଗାଇଥିବା ଜୈଶ ଆତଙ୍କବାଦୀ ସଜାଦ ଭଟ୍ଟ୍ ଓ ତାର ସହଯୋଗୀ ନିହତ ହୋଇଛନ୍ତି।
ଆତଙ୍କବାଦୀ ଆକ୍ରମଣରେ ପୁଅ ପ୍ରାଣବଳୀ ଦେଇଥିବା ଖବର ମିଳିବା ପରେ ଭାଙ୍ଗି ପଡିଛନ୍ତି ସହିଦ୍ ଅଜିତ ସାହୁଙ୍କ ପରିବାର । କେବଳ ପରିବାର ନୁହେଁ ବୀର ପୁଅକୁ ହରାଇ ସ୍ତବ୍ଧ ହୋଇଯାଇଛି ଢେଙ୍କାନାଳ କାମାକ୍ଷାନଗର ବ୍ଲକ୍ ବଡ଼ସୁଆଳ ଗାଁ । ୨୦୧୫ରେ ସେନାରେ ସାମିଲ ହୋଇଥିଲେ ଅଜିତ୍ । କିଛି ଦିନ ତଳେ ଜାମ୍ମୁ ଓ କାଶ୍ମୀରକୁ ତାଙ୍କ ବଦଳି ହୋଇଥିଲା। ତେବେ ଗତକାଲି ପୁଲଓ୍ୱାମାରେ ଆତଙ୍କବାଦୀ ଘଟାଇଥିବା ଆଇଇଡି ବିସ୍ଫୋରଣରେ ନାଏକ୍ ଅଜିତ୍ ସାହୁ ଓ ହାବିଲଦାଲ ଅମରଜିତ୍ କୁମାର ସହିଦ୍ ହୋଇଛନ୍ତି। ଅନ୍ୟପକ୍ଷରେ କର୍ତ୍ତବ୍ୟରତ ଅବସ୍ଥାରେ ଅଜିତ ଦେଶପାଇଁ ଜୀବନ ଦେଇଥିବାରୁ ପୁରା ଢେଙ୍କାନାଳ ଜିଲ୍ଲା ଗର୍ବିତ ବୋଲି ଜିଲ୍ଲାପାଳ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/odiya-pua_1626693208.jpg)