Advertisment

ନିଖୋଜ ବାୟୁସେନା ବିମାନର ପତ୍ତା ମିଳୁନି

ନୂଆଦିଲ୍ଲୀ: ଗତକାଲିଠାରୁ ନିଖୋଜ ଥିବା ଭାରତୀୟ ବାୟୁସେନା ବିମାନ AN-32ର ଏଯାଏଁ କୌଣସି ପତ୍ତା ମିଳିନି।  ବିମାନକୁ ଖୋଜିବା ପାଇଁ ବାୟୁସେନା ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ।  ସୁଖୋଇ-୩୦ ଓ ସି-୧୩୦ ସ୍ପେଶାଲ ଅପରେସନ ଏୟାରକ୍ରାଫ୍ଟ ଏହି ଅପରେସନରେ ନିୟୋଜିତ କରାଯାଇଛି। ସର୍ଚ୍ଚ ଅପରେସନ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାୟୁସେନା ଉପମୁଖ୍ୟ ରାକେଶ ସିଂ ଭାଦୁରିଆଙ୍କ ସହ କଥା ହୋଇଥିବା ସୂଚନା ମିଳିଛି।  ୧୩ ଜଣଙ୍କୁ ନେଇ ଆସାମର ଜୋରହାଟରୁ ଉଡ଼ାଣ ଆରମ୍ଭ କରିଥିବା […]

ନିଖୋଜ ବାୟୁସେନା ବିମାନର ପତ୍ତା ମିଳୁନି

ui

Advertisment

ନୂଆଦିଲ୍ଲୀ: ଗତକାଲିଠାରୁ ନିଖୋଜ ଥିବା ଭାରତୀୟ ବାୟୁସେନା ବିମାନ AN-32ର ଏଯାଏଁ କୌଣସି ପତ୍ତା ମିଳିନି।  ବିମାନକୁ ଖୋଜିବା ପାଇଁ ବାୟୁସେନା ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ।  ସୁଖୋଇ-୩୦ ଓ ସି-୧୩୦ ସ୍ପେଶାଲ ଅପରେସନ ଏୟାରକ୍ରାଫ୍ଟ ଏହି ଅପରେସନରେ ନିୟୋଜିତ କରାଯାଇଛି।

Advertisment

ସର୍ଚ୍ଚ ଅପରେସନ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାୟୁସେନା ଉପମୁଖ୍ୟ ରାକେଶ ସିଂ ଭାଦୁରିଆଙ୍କ ସହ କଥା ହୋଇଥିବା ସୂଚନା ମିଳିଛି।  ୧୩ ଜଣଙ୍କୁ ନେଇ ଆସାମର ଜୋରହାଟରୁ ଉଡ଼ାଣ ଆରମ୍ଭ କରିଥିବା ଏହି ବିମାନ ଅରୁଣାଚଳର ମେଚୁକା ଏୟାର ଫିଲ୍‌ଡରେ ଅବତରଣ କରିଥାନ୍ତା। କିନ୍ତୁ ନିର୍ଦ୍ଧାରିତ ସମୟରେ ଏହା ଅବତରଣ କରିନଥିଲା ।

ଗତକାଲି ଦିନ ୧୨ଟା ୨୫ରେ ଏହି ବିମାନ ଉଡ଼ାଣ ଆରମ୍ଭ କରିଥିଲା। ଦିନ ୧ଟା ଯାଏଁ ଏୟାରକ୍ରାଫ୍ଟ ସହ ଯୋଗାଯୋଗ ସମ୍ଭବ ହୋଇଥିଲା। ହେଲେ ଏହାପରେ  ଆଉ ଯୋଗାଯୋଗ ହୋଇ ପାରିନଥିଲା।  ବିମାନରେ ୮ ଜଣ କର୍ମଚାରୀଙ୍କୁ ମିଶାଇ ୧୩ଜଣ ଥିଲେ।  ତିନି ବର୍ଷ ତଳେ ଅର୍ଥାତ୍ ୨୦୧୬ ଜୁଲଇ ମାସରେ ଆଉ ଏକ AN-32 ବିମାନ ନିଖୋଜ ହୋଇଥିଲା । ପୋର୍ଟ ବ୍ଲେୟାର ଯାଉଥିବା ଏହି ବିମାନରେ ୨୯ ଜଣ ଯାତ୍ରୀ ଥିଲେ।  ଆଜି ଯାଏଁ ସେଇ ବିମାନର ପତ୍ତା ମିଳିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ