nirbhaya-1
ନୂଆଦିଲ୍ଲୀ : ନିର୍ଭୟା ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟରେ ହେବ ସ୍ୱତନ୍ତ୍ର ଶୁଣାଣି। ଆଉ କିଛି ଘଣ୍ଟା ପରେ କୋର୍ଟରେ ଜରୁରୀ ଶୁଣାଣି କରାଯିବ । ତିହାରୀ ଜେଲ୍ ପକ୍ଷରୁ ଡେଥ୍ ୱାରେଣ୍ଟି ଜାରି କରିବାକୁ ନେଇ କୋର୍ଟରେ ଆବେଦନ କରାଯାଇଛି। ସମସ୍ତ ୪ ଜଣଙ୍କୁ କେବେ ଫାଶୀ ଦିଆଯିବ ସେ ନେଇ ଆବେଦନ ହୋଇଛି । ତିହାର ଜେଲ୍ କର୍ତ୍ତୃପକ୍ଷ ଗତକାଲି ଡେଥ୍ ୱାରେଣ୍ଟ ଉପରେ ରୋକ୍ ଲଗାଇବା ସହ ଏହାକୁ ଘୁଞ୍ଚାଇଥିଲେ । ଯାହାକୁ ତିହାର ଜେଲ୍ କର୍ତ୍ତୃପକ୍ଷ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।
ଏହି ଆବେଦନକୁ ଗ୍ରହଣ କରିବା ସହ ଜରୁରୀ ଶୁଣାଣି ପାଇଁ ରାଜି ହୋଇଛନ୍ତି କୋର୍ଟ। ସେପଟେ ଆଜି ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସୁପ୍ରିମକୋର୍ଟରୁ ଦୋଷୀ ସାବ୍ୟସ୍ତ ହେବା ପରେ ଏବଂ ଫାଶୀ ଦଣ୍ଡ ମିଳିବା ପରେ ରାଷ୍ଟ୍ରପତିଙ୍କୁ ବିନୟ ରାଜକ୍ଷମା ଆବେଦନ କରିଥିଲା । ଯାହାକୁ ଆଜି ଖାରଜ କରି ଦେଇଛନ୍ତି ରାଷ୍ଟ୍ରପତି ।
ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଗୋଟେ ପରେ ଗୋଟେ ଚାଲ୍ ଚଲାଇଛନ୍ତି ନିର୍ଭୟା ମାମଲାର ଦୋଷୀମାନେ । ଦୋଷୀ ମୁକେଶ ସିଂହ ଓ ବିନୟ ଶର୍ମାର ସମସ୍ତ ଆଇନଗତ ଦିଗ ଶେଷ ହୋଇଯାଇଛି। ତେବେ କେବଳ ଅକ୍ଷୟ ସିଂହ ଓ ପୱନ୍ ଗୁପ୍ତା ପାଖରେ ଏବେ ବି ବିଭିନ୍ନ ଆଇନଗତ ସୁଯୋଗ ବାକି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/nirbhaya-1_1626691260.jpg)