Advertisment

ଆଜିଠୁ ଦିଲ୍ଲୀରେ ନାଇଟ କର୍ଫ୍ୟୁ: ଜାଣନ୍ତୁ ଆଉ କଣ କଣ କଟକଣା ଲଗାଇଲେ ସରକାର

ସେପଟେ ମାସ୍କକୁ ନେଇ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ, ଏଣିକି କାରରେ ଏକାକୀ ଗଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ।

ଆଜିଠୁ ଦିଲ୍ଲୀରେ ନାଇଟ କର୍ଫ୍ୟୁ: ଜାଣନ୍ତୁ ଆଉ କଣ କଣ କଟକଣା ଲଗାଇଲେ ସରକାର

DELHI NIGHT CURFEW

Advertisment
  • ମହାରାଷ୍ଟ୍ର ଓ ଦିଲ୍ଲୀ ପରେ ପଞ୍ଜାବରେ ନାଇଟ କର୍ଫ୍ୟୁ
  • କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ସରକାରଙ୍କ ପଦକ୍ଷେପ
  • ଆଜିଠାରୁ ଏପ୍ରିଲ ୩୦ ତାରିଖ ଯାଏ ନାଇଟ୍ କର୍ଫ୍ୟୁ
  • ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ
  • ରାଜ୍ୟରେ ସମସ୍ତ ରାଜନୈତିକ ଏକତ୍ରିକରଣ ବନ୍ଦ ରହିବ
Advertisment

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ ବଢିବାରେ ଲାଗିଛି କରୋନା ମହାମାରୀ। ଦିନକୁ ଦିନ ବଢୁଛି ସଂକ୍ରମଣ। କେବଳ ଯେ, ସଂକ୍ରମଣ ବଢୁଛି ତାହା ନୁହେଁ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ରାଜଧାନୀ ଦିଲ୍ଲାରେ ବଢୁଥିବା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ, ମହାରାଷ୍ଟ୍ର ପରେ ଏଣିକି ଦିଲ୍ଲୀରେ ଲାଗିଛି ନାଇଟ୍‌ କର୍ଫ୍ୟୁ। କରୋନା ସଂକ୍ରମଣ ଲଗାତାର ବୃଦ୍ଧି ପାଉଥିବା କାରଣରୁ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଆଜିଠାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ରାତି ୯ଟା ରୁ  ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଛି। ଏହାସହ ରାଜ୍ୟରେ ସମସ୍ତ ରାଜନୈତିକ ଏକତ୍ରିକରଣ ବନ୍ଦ ରହିବ ବୋଲି ମଧ୍ୟ ସୂଚନା ମିଳିଛି।

ସେପଟେ ମାସ୍କକୁ ନେଇ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ, ଏଣିକି କାରରେ ଏକାକୀ ଗଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏଣିକି କାରରେ ଏକାକୀ ଡ୍ରାଇଭ୍ କରି ଗଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ମାସ୍କ ସୁରକ୍ଷା କବଚ ଭଳି କାମ ଦେବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। କାରକୁ ସର୍ବସାଧାରଣ ଜାଗା ବୋଲି ଦର୍ଶାଇବା ସହ ମାସ୍କ ପିନ୍ଧିବା ଜରୁରୀ ବୋଲି ହାଇକୋର୍ଟ କହିଛନ୍ତି।

Advertisment

ଏଠାରେ ଆମେ କହିରଖୁଛୁ ଯେ, କରୋନା ଭାଇରସ୍ ପୂର୍ବାପେକ୍ଷା ଅଧିକ ଭୟଙ୍କର ରୂପ ନେଇଛି ।  ପ୍ରତିଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଏହାର ପ୍ରମାଣ ଦେଉଛି । ଦେଶରେ ତଥା ରାଜଧାଦୀ ଦିଲ୍ଲୀରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଡାକ୍ତରମାନେ ଏନେଇ ଭିନ୍ନ ଭିନ୍ନ ମତପ୍ରକାଶ କରୁଛନ୍ତି । ଦିଲ୍ଲୀର ଲୋକନାୟକ ହସ୍ପିଟାଲର ଏମଡି ଡକ୍ଟର ସୁରେଶ କୁମାର କହିଛନ୍ତି, ଚଳିତ ଥର କରୋନା ଲହରୀ ସବୁଠାରୁ ଅଧିକ ଯୁବଗୋଷ୍ଠୀ, କୁନି ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଅଧିକ ସଂକ୍ରମିତ କରୁଛି। ତେବେ ଡାକ୍ତରଙ୍କର ଏହି ପ୍ରତିକ୍ରିୟା ପରେ ଚିନ୍ତା ଆହୁରି ବଢିଛି।

Night Curfew Corona News Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ