Advertisment

ବିଦେଶରୁ ଆସୁଥିଲା ଟଙ୍କା, ନିଜ ପୁଅ ଓ ପରିବାର ପାଇଁ ଖର୍ଚ୍ଚ କରି ଅୟସ କରୁଥିଲେ: ଏନଆଇଏ

ନୂଆଦିଲ୍ଲୀ: ଯେଉଁ ଅଭିଯୋଗରେ ଜାତୀୟ ତଦନ୍ତ ଅଧିକାରୀ ସଂସ୍ଥା(ଏନଆଇଏ) ବିଚ୍ଛିନ୍ନତାବାଦୀ ନେତାଙ୍କୁ ଗିରଫ କରିଥିଲା ତାହା ସତ ପ୍ରମାଣିତ ହୋଇଛି। ଆଜି ଏନଆଇଏ ପ୍ରକାଶ କରିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ବିଚ୍ଛିନ୍ନତାବାଦୀ ନେତା ମାନେ ବିଦେଶରୁ ଟଙ୍କା ଆଣି ନିଜ ପୁଅ ଓ ପରିବାର ପାଇଁ ଖର୍ଚ୍ଚ କରି ଅୟସ କରୁଥିଲେ। ଏଥିସହ ଏହି ଟଙ୍କାରେ କଶ୍ମୀରରେ ବିଚ୍ଛିନ୍ନତାବାଦୀ ଭାବନା ସୃଷ୍ଟି କରିବା ପାଇଁ ମୁସଲିମ୍ ମହିଳାଙ୍କୁ ଟଙ୍କା ଦେଉଥିଲେ ବୋଲି ଜଣାପଡ଼ିଛି। ସବୁଠୁ ବଡ଼କଥା ହେଲା […]

ବିଦେଶରୁ ଆସୁଥିଲା ଟଙ୍କା, ନିଜ ପୁଅ ଓ ପରିବାର ପାଇଁ ଖର୍ଚ୍ଚ କରି ଅୟସ କରୁଥିଲେ: ଏନଆଇଏ

M

Advertisment

ନୂଆଦିଲ୍ଲୀ: ଯେଉଁ ଅଭିଯୋଗରେ ଜାତୀୟ ତଦନ୍ତ ଅଧିକାରୀ ସଂସ୍ଥା(ଏନଆଇଏ) ବିଚ୍ଛିନ୍ନତାବାଦୀ ନେତାଙ୍କୁ ଗିରଫ କରିଥିଲା ତାହା ସତ ପ୍ରମାଣିତ ହୋଇଛି। ଆଜି ଏନଆଇଏ ପ୍ରକାଶ କରିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ବିଚ୍ଛିନ୍ନତାବାଦୀ ନେତା ମାନେ ବିଦେଶରୁ ଟଙ୍କା ଆଣି ନିଜ ପୁଅ ଓ ପରିବାର ପାଇଁ ଖର୍ଚ୍ଚ କରି ଅୟସ କରୁଥିଲେ।

Advertisment

ଏଥିସହ ଏହି ଟଙ୍କାରେ କଶ୍ମୀରରେ ବିଚ୍ଛିନ୍ନତାବାଦୀ ଭାବନା ସୃଷ୍ଟି କରିବା ପାଇଁ ମୁସଲିମ୍ ମହିଳାଙ୍କୁ ଟଙ୍କା ଦେଉଥିଲେ ବୋଲି ଜଣାପଡ଼ିଛି। ସବୁଠୁ ବଡ଼କଥା ହେଲା ସନ୍ଦିଗ୍ଧ ଆତଙ୍କବାଦୀ ବିଦେଶରୁ ସେମାନଙ୍କୁ ଟଙ୍କା ପଠାଉଥିଲେ ବୋଲି ଜଣାପଡ଼ିଛି। ହୁରିୟାତ କନଫରେନ୍ସ ଏବଂ ଅନ୍ୟାନ୍ୟ ସଂଗଠନର ଶୀର୍ଷ ନେତାଙ୍କୁ ଏନଆଇଏ ପଚରାଉଚରା କରିବା ପରେ ଏହା ଜାଣିବାକୁ ପାଇଛି।

ବିଚ୍ଛିନ୍ନତାବାଦୀ ସଂଗଠନ ଦୁଖତରନ-ଏ-ମିଲତର ନେତା ଅସିୟା ଅନ୍ଦ୍ରାବୀକୁ ଏନଆଇଏ ନିକଟରେ ପଚରାଉଚରା କରିଥିଲା। ଯେଉଁଥିରେ ସେ ତା’ର ପୁଅ ମ୍ୟାଲେସିଆରେ ପାଠ ପଢ଼ୁଛି ଏବଂ ଏଥିପାଇଁ ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିବା ଜହୁର ଓ୍ୱତାଲି ପଇସା ଯୋଗାଉଥିବା ସ୍ୱୀକାର କରିଛି। ଏଥିସହ ଏନଆଇଏ ଆଗରେ ଅସିୟା କହିଛି କଶ୍ମୀର ଉପତ୍ୟକାରେ ମୁସଲିମ ମହିଳାଙ୍କୁ ଟଙ୍କା ଯୋଗାଇ ସେ ଓ ତା’ର ସଂଗଠନ ଆନ୍ଦୋଳନ କରାଉଛି।

Advertisment

ଅସିୟା ବ୍ୟତୀତ ଅନ୍ୟାନ୍ୟ ବିଚ୍ଛିନ୍ନତାବାଦୀ ନେତାଙ୍କୁ ମଧ୍ୟ ଏନଆଇଏ ପଚରାଉଚରା କରିଛି ଯେଉଁଥିରେ ପାକିସ୍ତାନରୁ ଟଙ୍କା ଆସୁଥିବା କଥା ସେମାନେ ସ୍ୱୀକାର କରିଥିବା ଜଣାପଡ଼ିଛି। ଏହି ପଇସାରେ ଗିରଫ ହୋଇଥିବା ବିଚ୍ଛିନ୍ନତାବାଦୀ ନେତା ଶବିର ଶାହ କଶ୍ମୀରର ପହଲଗାମ, ଅନନ୍ତଗଡ଼ ଓ ଶ୍ରୀନଗର ଜିଲ୍ଲାରେ ହୋଟେଲ ବ୍ୟବସାୟ ଚଳାଉଥିଲା ବୋଲି ଏନଆଇଏ ଆଗରେ ସ୍ୱୀକାର କରିଛି।

୨୦୧୭ରେ ଏନଆଇଏ ବିଚ୍ଛିନ୍ନତାବାଦୀଙ୍କୁ ଆତଙ୍କବାଦୀ ସଂଗଠନ ଓ ବିଦେଶରୁ ଟଙ୍କା ଆସୁଥିବା କଥା ଜାଣିବାକୁ ପାଇଥିଲା। ଏହାପରେ ଏନଆଇଏ ବିଚ୍ଛିନ୍ନତାବାଦୀଙ୍କ ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିବା ସହିତ ଜାମାତ୍-ଉଦ-ଦାୱା, ଦୁଖତରମ-ଏ-ମିଲନ, ଲସ୍କର-ଏ-ତାଇବା, ହିଜବୁଲ ମୁଜାହିଦ୍ଦିନ ଏବଂ ଅନ୍ୟାନ୍ୟ ବିଚ୍ଛିନ୍ନତାବାଦୀ ନେତାଙ୍କ ବିରୋଧରେ ଆତଙ୍କବାଦୀ ଲିଙ୍କ ନେଇ ମାମଲା ରୁଜୁ କରିଥିଲା। ବର୍ତ୍ତମାନ ସୁଦ୍ଧା ଏନଆଇଏ ୧୩ ଜଣଙ୍କୁ ଟେରର ଫଣ୍ଡିଂ ଲିଙ୍କରେ ଗିରଫ କରିଛି।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ