susanta
ମୁମ୍ୱାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଗତକାଲି ସୁଶାନ୍ତଙ୍କର ଆତ୍ମହତ୍ୟା ଖବର ଶୁଣିବା ପରେ ବଲିଉଡ ସମେତ ସବୁମହଲରେ ଆଲୋଡନ ସୃଷ୍ଟି ହୋଇଥିଲା। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସର ପ୍ରାଥମିକ ଅନୁସନ୍ଧାନ ପରେ ସୁଶାନ୍ତଙ୍କ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ରିପୋର୍ଟରୁ ଜଣାପଡିଛି ଯେ, ସୁଶାନ୍ତଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି।
ଖବର ଅନୁଯାୟୀ, ସୁଶାନ୍ତଙ୍କ ପୋଷ୍ଟମର୍ଟମ ମୁମ୍ବାଇର ଜୁହୁ ଠାରେ ଥିବା କପୁର୍ ହସ୍ପିଟାଲରେ କରାଯାଇଥିଲା। ପୋଷ୍ଟମର୍ଟମରୁ ଏହା ଜଣାପଡିଛି ଯେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ତଥାପି ଡାକ୍ତରମାନେ ସୁଶାନ୍ତ ସିଂ ରାଜପୁତଙ୍କ ଗୁରୁତ୍ୱପୂର୍ଣ୍ଣ ଅର୍ଗାନକୁ ଫୋରେନସିକ୍ ପରୀକ୍ଷା ପାଇଁ ଜେଜେ ହସ୍ପିଟାଲକୁ ପଠାଇଛନ୍ତି। ଯାହାଦ୍ୱାରା ଜଣାପଡିବ ଯେ ସୁଶାନ୍ତଙ୍କ ଶରୀରରେ କୌଣସି ପ୍ରକାରର ନିଶା ଔଷଧ କି ବିଷ ଅଛି କି ନାହିଁ। କିଛି ସମୟ ପରେ ସୁଶାନ୍ତଙ୍କର ଅନ୍ତିମ ସଂସ୍କାର ମୁମ୍ୱାଇରେ ହିଁ କରାଯିବ ବୋଲି ଜଣାପଡିଛି।
ସୂଚନାରହିଛି ଯେ, ସୁଶାନ୍ତ ଗତକାଲି ସକାଳ ୬.୩୦ ମିନିଟ୍ରେ ଉଠିଥିଲେ। ପରେ ୯.୩୦ ମିନିଟ୍ରେ ଡାଳିମ୍ୱ ଜୁସ୍ ନେଇ ତାଙ୍କ ରୁମ୍କୁ ଯାଇ କବାଟ ବନ୍ଦ କରିଥିଲେ। କିଛି ସମୟରେ ସୁଶାନ୍ତଙ୍କ କୁକ୍ ଯାଇ ତାଙ୍କୁ ପଚାରିଥିଲେ ଯେ ଲଞ୍ଚରେ କ’ଣ ଖାଇବେ ବୋଲି । କିନ୍ତୁ ସୁଶାନ୍ତ କବାଟ ଖୋଲିନଥିଲେ। ସେତେବେଳକୁ ସମୟ ୧୦.୩୦ ମିନିଟ୍ ହୋଇଥିଲା। ପୁଣି କିଛି ସମୟ କୁକ୍ ଅପେକ୍ଷା କରି ଅପରାହ୍ନ ୧୨ଟା ବେଳକୁ ସୁଶାନ୍ତଙ୍କୁ ପଚାରିବାକୁ ଗଲେ । ତଥାପି ସୁଶାନ୍ତ କବାଟ ଖୋଲିନଥିଲେ।
ଦୀର୍ଘ ସମୟଧରି କବାଟ ବାଡେଇ ଥିଲେ। ସୁଶାନ୍ତଙ୍କୁ ବାରମ୍ୱାର ବାରମ୍ୱାର ଫୋନ୍ ମଧ୍ୟ କରିଥିଲେ କୁକ୍ । କିନ୍ତୁ କୌଣସି ଉତ୍ତର ମିଳିନଥିଲା ସୁଶାନ୍ତଙ୍କ ଠାରୁ। ସେତେବେଳେ ଘରେ କୁକ୍ ଓ ଅନ୍ୟ ଦୁଇ ସହଯୋଗୀ ଉପସ୍ଥିତ ଥିଲେ। ସେମାନେ ଭୟଭୀତ ମଧ୍ୟ ହୋଇଯାଇଥିଲେ।
କିଛି ସମୟ ପରେ କୁକ୍ ସୁଶାନ୍ତଙ୍କ ଭଉଣୀଙ୍କୁ ଫୋନ୍ କରିଥିଲେ। ଏହି ଖବର ପାଇବା ପରେ ସୁଶାନ୍ତଙ୍କ ଭଉଣୀ ଗୋରେଗାଓଁରୁ ପ୍ରାୟ ୪୦ ମିନିଟରେ ଆସି ବାନ୍ଦ୍ରାରେ ପହଞ୍ଚିଥିଲେ। ସେ ମଧ୍ୟ ସୁଶାନ୍ତଙ୍କ କବାଟ ବାଡେଇବା ସହିତ ତାଙ୍କୁ ବାରମ୍ୱାର ଫୋନ୍ କରିଥିଲେ। ତଥାପି ସୁଶାନ୍ତଙ୍କଠୁ କୌଣସି ଉତ୍ତର ପାଇନଥିଲେ।
ପରେ ସୁଶାନ୍ତଙ୍କ ରୁମ୍ର ଚାବି ଭାଙ୍ଗିବା ପାଇଁ ଚାବି ବାଲାକୁ ଡକା ଗଲା। ପ୍ରାୟ ୧.୩୦ ମିନିଟ୍ରେ ଚାବି ବାଲା ସେଠାରେ ପହଁଞ୍ଚିଥିଲା। ଚାବିବାଲା ସୁଶାନ୍ତଙ୍କ ରୁମ୍ର ଚାବି ଖୋଲିବା ପରେ ସୁଶାନ୍ତ ଆତ୍ମହତ୍ୟା କରିଥିବାର ସମସ୍ତେ ଦେଖିବାକୁ ପାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/susanta-1_1626696878.jpg)