lion
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପଶୁମାନଙ୍କର ଭିଡିଓ ଦେଖିବାକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି। ଜଙ୍ଗଲର ରାଜା ସିଂହ ସହିତ ଭୁଲ୍ରେ ବି କେହି ଥଟ୍ଟା ମଜାକ୍ କରନ୍ତି ନାହିଁ। କାରଣ ସମସ୍ତେ ଜାଣିଛନ୍ତି ଯେ ସିଂହ ସହ ମଜାକ୍ କରିବା ଅର୍ଥ ନିଜେ ଶିକାର ହେବା। କିନ୍ତୁ ଏଥର ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଙ୍ଗଲରେ ଶୋଇଥିବା ସିଂହଟିର ଲାଞ୍ଜକୁ ଏକ ଶୃଗାଳ ଟାଣି ଦେଇ ସେଠାରୁ ଦୌଡି ପଳାଉଥିବାର ଦେଖିବାକୁ ମିଳୁଛି। ଏହା ହେଉଛି ଏକ ପୁରୁଣା ଭିଡିଓ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ୱିଟ୍ରେ ସେୟାର କରିଛନ୍ତି।
ଭିଡିଓରେ ଦେଖିବାକୁ ମିଳେ ଯେ ଜଙ୍ଗଲର ରାଜା ସିଂହ ଏକ ଗଛ ତଳେ ବିଶ୍ରାମ ନେଉଛି। ଶୃଗାଳ ପଛରୁ ଆସି ସିଂହର ଲାଞ୍ଜକୁ ଟାଣି ଦେଇ ଜୋରେ ସେଠାରୁ ଦୌଡି ପଳାଉଛି। ପରେ ସିଂହଟି ରାଗିକି ଉଠିପଡି ଚାରିଆଡେ ଚାହୁଁଛି। ସେତେବେଳକୁ ଶୃଗାଳଟି ସେଠାରୁ ପଳାଇଯାଇଥିଲା। ଏଭଳି ମଜାଦାର ଭିଡିଓକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି।
ଭିଡିଓ ସେୟାର କରି ସୁଶାନ୍ତ ନନ୍ଦ ଲେଖିଛନ୍ତି, ‘ପ୍ରଲୋଭନ ବ୍ୟତୀତ ଅନ୍ୟ ସବୁକିଛି ବିରୋଧ କରାଯାଇପାରିବ’।
ସୁଶାନ୍ତ ଏହି ଭିଡିଓକୁ ଆଜି ସକାଳେ ପୋଷ୍ଟ କରିଛନ୍ତି, ପୋଷ୍ଟ କରିବାର ୧ ଘଣ୍ଟା ଭିତରେ ହଜାରରୁ ଅଧିକ ଭିଜ୍ୟୁ ମିଳିଥିବା ଜଣାପଡିଛି। ଲୋକମାନେ ଏହି ଭିଡିଓକୁ ଦେଖି ଖୁବ୍ ମଜା ନେଉଛନ୍ତି। ଏହି ଭିଡିଓରେ ପ୍ରତିକ୍ରିୟା ମଧ୍ୟ ମିଳୁଛି।
ଏହାକୁ ଦେଖି ଜଣେ ୟୁଜର କହିଛନ୍ତି ଯେ ଏହା ହେଉଛି ମୃତ୍ୟୁକୁ ଛୁଇଁ ସେଠାରୁ ବଞ୍ଚିକି ଆସିବା ଭଳି ହୋଇଗଲା। ଏନେଇ ଅନ୍ୟ ଜଣେ ୟୁଜର କହିଛନ୍ତି ଯେ ଶୃଗାଳ ବୋଧେ କାହା ସହିତ ସର୍ତ ଲଗେଇକି ଆସଛି?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/lion_1626697033.jpg)