Advertisment

ପରଲୋକରେ ନବନିର୍ବାଚିତ ବିଜେପି ରାଜ୍ୟସଭା ସାଂସଦ

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ଏବଂ କର୍ଣ୍ଣାଟକ ବିଜେପି ନେତା ଅଶୋକ ଗାସ୍ତିଙ୍କର ଆକସ୍ମିତ ଦେହାନ୍ତ ହୋଇଛି। କରୋନା ପଜିଟିଜ୍ ଚିହ୍ନଟ ହେବା ପରେ ଅଶୋକଙ୍କୁ ସେପ୍ଟେମ୍ବର ୨ ତାରିଖରେ ରାଜଧାନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ। ଯାହା ଫଳରେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତ ନେଇ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ସାଂସଦ ଜଣକ କୋଭିଡ୍-୧୯ […]

ପରଲୋକରେ ନବନିର୍ବାଚିତ ବିଜେପି ରାଜ୍ୟସଭା ସାଂସଦ

ashok

Advertisment

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ଏବଂ କର୍ଣ୍ଣାଟକ ବିଜେପି ନେତା ଅଶୋକ ଗାସ୍ତିଙ୍କର ଆକସ୍ମିତ ଦେହାନ୍ତ ହୋଇଛି। କରୋନା ପଜିଟିଜ୍ ଚିହ୍ନଟ ହେବା ପରେ ଅଶୋକଙ୍କୁ ସେପ୍ଟେମ୍ବର ୨ ତାରିଖରେ ରାଜଧାନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ। ଯାହା ଫଳରେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ତାଙ୍କ ଦେହାନ୍ତ ନେଇ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ସାଂସଦ ଜଣକ କୋଭିଡ୍-୧୯ ନ୍ୟୁମୋନିଆରେ ଆକ୍ରାନ୍ତ ଥିଲେ ଏବଂ  ତାଙ୍କର ହୁତ ଅଙ୍ଗ ଠିକ୍ ଭାବେ କାମ କରୁନଥିଲା। ଯେଉଁକାରଣରୁ ତାଙ୍କୁ ଆଇସିୟୁରେ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା।

କର୍ଣ୍ଣାଟକରେ ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବିଜେପି ନେତା ଅଶୋକ ଗାସ୍ତି ଚଳିତ ବର୍ଷ ଜୁଲାଇ ୨୨ ତାରିଖରେ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଥିଲେ। କିନ୍ତୁ ସାଂସଦ ହେବାର ଦୁଇ ମାସ ଭିତରେ ତାଙ୍କର ଦେହାନ୍ତ ଖବର ସମସ୍ତଙ୍କୁ ମର୍ମାହତ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ