Advertisment

ବିଶ୍ଵ ସ୍ତରରେ ଚମକିବ ଭାରତର ଲେହ ବିମାନ ବନ୍ଦର

ଲଦାଖ: ସମ୍ପ୍ରସାରଣ ହେଉଛି ଲେହ ବିମାନ ବନ୍ଦର। ୧୮ ହଜାର ୯୮୫ ବର୍ଗ ମିଟର୍ ଅଞ୍ଚଳରେ ନୂତନ ଭାବେ ମଲ୍ଟି ଲେଭଲ  ଟର୍ମିନାଲ୍ ନିର୍ମାଣ କାର୍ଯ ଜୋରସୋରରେ ଚାଲିଛି।  ପ୍ରତିବର୍ଷ ୨୦ ଲକ୍ଷ ଲୋକେ ଏହି ବିମାନ ବନ୍ଦର ବ୍ୟବହାର କରିପାରିବେ।  ମୁଖ୍ୟତଃ ଶୀତ ଋ଼ତୁରେ ଯେପରି ଅଧିକରୁ ଅଧିକରୁ ବିମାନ ଲେହରେ ଅବତରଣ କରିପାରିବ, ସେ ନେଇ ବ୍ୟବସ୍ଥା ହେଉଛି। ବିଶେଷ ଭାବେ ସକାଳ ସମୟରେ ଯେପରି ଯାତ୍ରୀଙ୍କୁ ଅଧିକ ସୁବିଧା ମିଳିବ ସେ ନେଇ […]

ଅଦ୍ୟତନ ହୋଇଛି
ବିଶ୍ଵ ସ୍ତରରେ ଚମକିବ ଭାରତର ଲେହ ବିମାନ ବନ୍ଦର

Kushok-Bakula-Rimpochee-Airport-Leh-1

Advertisment

ଲଦାଖ: ସମ୍ପ୍ରସାରଣ ହେଉଛି ଲେହ ବିମାନ ବନ୍ଦର। ୧୮ ହଜାର ୯୮୫ ବର୍ଗ ମିଟର୍ ଅଞ୍ଚଳରେ ନୂତନ ଭାବେ ମଲ୍ଟି ଲେଭଲ  ଟର୍ମିନାଲ୍ ନିର୍ମାଣ କାର୍ଯ ଜୋରସୋରରେ ଚାଲିଛି।  ପ୍ରତିବର୍ଷ ୨୦ ଲକ୍ଷ ଲୋକେ ଏହି ବିମାନ ବନ୍ଦର ବ୍ୟବହାର କରିପାରିବେ।  ମୁଖ୍ୟତଃ ଶୀତ ଋ଼ତୁରେ ଯେପରି ଅଧିକରୁ ଅଧିକରୁ ବିମାନ ଲେହରେ ଅବତରଣ କରିପାରିବ, ସେ ନେଇ ବ୍ୟବସ୍ଥା ହେଉଛି।

Advertisment

ବିଶେଷ ଭାବେ ସକାଳ ସମୟରେ ଯେପରି ଯାତ୍ରୀଙ୍କୁ ଅଧିକ ସୁବିଧା ମିଳିବ ସେ ନେଇ ଧ୍ୟାନ ଦିଆଯାଇଛି। ଏହି ଟର୍ମିନାଲରେ  ଭାରତୀୟ ବାୟୁ ସେନା ପାଇଁ ସ୍ଵତନ୍ତ୍ର ଭାବେ ଅବତରଣ ସୁବିଧା ଯୋଗାଇ ଦିଆଯିବ।

ଯାତ୍ରୀଙ୍କ ପାଇଁ ୧୮ ଚେକ୍ ଇନ୍ ଗେଟ୍, ୩ ଏରୋ ବ୍ରିଜ୍, ଅଢ଼େଇ ଶହ ଚାରି ଚକିଆ ଯାନ ରହିବା ପାଇଁ ପାର୍କିଂ ବ୍ୟବସ୍ଥା ହେବ।  ୪୮୦ କୋଟି ବ୍ୟୟରେ ନିର୍ମାଣ ହେଉଥିବା ଏହି ଟର୍ମିନାଲ୍ ଆସନ୍ତାବର୍ଷ ସୁଧା କାର୍ଯକ୍ଷମ ହେବ।  ଏହାଦ୍ୱାରା ଭାରତର ଅନ୍ୟ ଅଞ୍ଚଳ ସହ ଲେହର ସଂଯୋଗୀକରଣକୁ ନୂଆ ଦିଶା ମିଳିବ ବୋଲି ଆଶା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ