child
ମୁଜାଫରପୁର: ବିହାରର ମୁଜଫରପୁରରେ ସରକାରୀ ଯୋଜନାରେ ସାଙ୍ଘାତିକ ଘୋଟାଲାର ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୬୫ ବର୍ଷୀୟ ମହିଳା ୧୪ ମାସ ଭିତରେ ୮ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହା ଶୁଣିଲେ ଯିଏ ହେଉ ନା କାହିଁକି ଆଶ୍ଚର୍ଯ୍ୟ ହେବେ। ମେଡିକାଲ୍ ସାଇନ୍ସରେ ଏହା ଅସମ୍ଭବ, କିନ୍ତୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ୍ ଆଳରେ ଏହାକୁ କାଗଜପତ୍ରରେ ସତ ଭାବେ ଦର୍ଶାଯାଇଛି। ତେବେ ଏସବୁ ସ୍କାମ୍ ପିଲା ଜନ୍ମ ହେବା ଦ୍ୱାରା ମିଳିବାକୁ ଥିବା ପ୍ରୋତ୍ସାହନ ରାଶି ହଡ଼ପ ପାଇଁ କରାଯାଇଛି।
ମୁଜଫରପୁରର ମୁଶହରୀରେ ଏହି ଘଟଣା ସାମ୍ନାକୁ ଆସିଛି। ଏଠାକାର ପ୍ରାଇମେରୀ ହେଲଥ ସେଣ୍ଟରର ଉପେନ୍ଦ୍ର ଚୌଧୁରୀ ଏହି ଘଟଣାର ପର୍ଦ୍ଦାଫାସ କରିଛନ୍ତି। ୬୫ ବର୍ଷୀୟା ମହିଳା ଜଣକ ୧୪ ମାସରେ ୮ ଜଣ ଶିଶୁକନ୍ୟାକୁ ଜନ୍ମ କରିଥିବା କାଗଜପତ୍ରରେ ଉଲ୍ଲେଖ କରାଯାଇଛି। ଏଥିପାଇଁ ସେ ପ୍ରତି ଶିଶୁ ପିଛା ୧୪ଶହ ଟଙ୍କା ଲେଖାଏ ନେଇଥିବା ମଧ୍ୟ କୁହାଯାଇଛି। ଯାହାକି ଏସବୁ ଅର୍ଥ ସରକାରୀ ପାଣ୍ଠିରୁ ଯାଇଛି।
ଏହାଛଡ଼ା ଆଉ ଏକ ଘଟଣା ମଧ୍ୟ ଲୋକଲୋଚନକୁ ଆସିଛି। ଶାନ୍ତି ଦେବୀ ନାମକ ଜଣେ ମହିଳା ୯ ମାସ ଭିତରେ ୫ଜଣ ଶିଶୁଙ୍କୁ ଜନ୍ମ ଦେଇଥିବା ରେକର୍ଡରେ ଉଲ୍ଲେଖ କରାଯାଇଛି। ସେହିପରି ସୋନିଆ ଦେବୀ ମଧ୍ୟ ୫ ମାସରେ ୪ଟି ଶିଶୁଙ୍କୁ ଜନ୍ମ ଦେଇ ସରକାରୀ ପାଣ୍ଠିର ଅଧିକାରୀ ହୋଇଛନ୍ତି। ତେବେ ଏସବୁ ଘଟଣା ସାମ୍ନାକୁ ଆସିବା ପରେ ବିହାରରେ ହଇଚଇ ସୃଷ୍ଟି ହୋଇଛି।
ଜିଲ୍ଲା ମାଜିଷ୍ଟ୍ରେଟ୍ ଚନ୍ଦ୍ରଶେଖର ସିଂହ ଏଭଳି ଅନିୟମିତତା ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅତିରିକ୍ତ ଜିଲ୍ଲାପାଳ ରାଜେଶ କୁମାରଙ୍କ ଅଧ୍ୟକ୍ଷତା ବିଶିଷ୍ଟ ତଦନ୍ତ କମିଟି ଏଭଳି ଘୋଟାଲା ଅଭିଯୋଗକୁ ସଠିକ୍ ବୋଲି କହିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ଏହା ପଛରେ ଏକ ବିରାଟ୍ ରାକେଟ୍ କାମ କରୁଛି। ଏବେ ସ୍କାମରେ ସାମିଲ୍ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/child-1_1625406123.jpg)