Advertisment

ରେକର୍ଡ ଭାଙ୍ଗିଲା ଦିଲ୍ଲୀର ଥଣ୍ଡା

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ପ୍ରତିଦିନ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହ ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗିବାରେ ଲାଗିଛି। ସୋମବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ଦୀର୍ଘ ୧୧୯ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଅର୍ଥାତ ଦିଲ୍ଲୀରେ ଶୀତର ପ୍ରକୋପ ସବୁଠାରୁ ଅଧିକ ଅନୁଭୂତ ହୋଇଛି। ଦିଲ୍ଲୀରେ ଆଜି ଦିନ ବେଳା ତାପମାତ୍ରା ୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୧୯୦୧ ପରେ ଡିସେମ୍ବର ମାସରେ ଦିଲ୍ଲୀରେ କେବେ […]

ରେକର୍ଡ ଭାଙ୍ଗିଲା ଦିଲ୍ଲୀର ଥଣ୍ଡା

delhi

Advertisment

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ପ୍ରତିଦିନ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହ ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗିବାରେ ଲାଗିଛି। ସୋମବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ଦୀର୍ଘ ୧୧୯ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଅର୍ଥାତ ଦିଲ୍ଲୀରେ ଶୀତର ପ୍ରକୋପ ସବୁଠାରୁ ଅଧିକ ଅନୁଭୂତ ହୋଇଛି। ଦିଲ୍ଲୀରେ ଆଜି ଦିନ ବେଳା ତାପମାତ୍ରା ୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୧୯୦୧ ପରେ ଡିସେମ୍ବର ମାସରେ ଦିଲ୍ଲୀରେ କେବେ ହେଲେ ଦିନର ତାପମାତ୍ରା ଏତେ ତଳକୁ ଖସି ନଥିଲା।

Advertisment

publive-imageଏଠାରେ ସର୍ବୋଚ୍ଚ ତାପମାତ୍ରା ୯.୪ ଡିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨.୬ ଡିଗ୍ରୀ ରେକର୍ଡ କରାଯାଇଛି। ଦିଲ୍ଲୀର ସଫଦରଜଙ୍ଗ ଅଞ୍ଚଳରେ ଦିନ ୨.୩୦ରେ ତାପମାତ୍ରା ୯.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “୧୧୯ ବର୍ଷ ମଧ୍ୟରେ କେବେ ହେଲେ ଦିଲ୍ଲୀରେ ଏଭଳି ଶୀତ ଅନୁଭୂତ ହୋଇ ନଥିଲା। ହେଲେ ଆଜି ସବୁ ପୁରୁଣା ରେକର୍ଡ ଭାଙ୍ଗି ଯାଇଛି।”

publive-imageପ୍ରବଳ ଥଣ୍ଡା ଓ ଘନ କୁହୁଡ଼ି ଯୋଗୁ ଯାତାୟାତ ଏକ ପ୍ରକାରର ଠପ ହୋଇଯାଇଛି। ଲୋକମାନେ ବିଭିନ୍ନ ସ୍ଥାନରେ ନିଆଁ ଜାଳି ଉଷୁମ ନେଉଛନ୍ତି। ଘନ କୁହୁଡ଼ି ରାଜଧାନୀକୁ ଆଜି ଘୋଡ଼ାଇ ରଖିବାରୁ ରେଳ, ବିମାନ ଓ ସଡ଼କ ପଥରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପାଣିପାଗ ବିଭାଗ କହିଛି, ଜାନୁଆରୀ ପ୍ରଥମ ସପ୍ତାହ ଯାଏ ଶୀତ କମିବାର ସମ୍ଭାବନା ନାହିଁ। ବରଂ ଏହି ସମୟ ସୀମା ମଧ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବାର ଆଶଙ୍କା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ