Advertisment

NEET-JEE ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୬ଟି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ: NEET-JEE ପରୀକ୍ଷାକୁ ନେଇ ସାରା ଦେଶରେ ବିବାଦ ଜାରି ରହିଛି। ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି। କିଛି ପରୀକ୍ଷା ସପକ୍ଷରେ ଯୁକ୍ତି ବାଢ଼ିଥିବା ବେଳେ କିଛି ଏହାକୁ ସ୍ଥଗିତ ରଖିବାକୁ ଦାବି କରିଛନ୍ତି। ବିରୋଧୀ ଦଳ ପରୀକ୍ଷା ସ୍ଥଗିତ କରିବାକୁ ନେଇ ଲଗାତର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଛି। ଏସବୁ ଭିତରେ ଆଜି ୬ଟି ଅଣ ବିଜେପି ରାଜ୍ୟର କ୍ୟାବିନେଟ ମନ୍ତ୍ରୀମାନେ ସୁପ୍ରିମକୋର୍ଟରେ ମିଳିତ ଭାବେ […]

NEET-JEE ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୬ଟି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ

neet-and-jee

Advertisment

ନୂଆଦିଲ୍ଲୀ: NEET-JEE ପରୀକ୍ଷାକୁ ନେଇ ସାରା ଦେଶରେ ବିବାଦ ଜାରି ରହିଛି। ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି। କିଛି ପରୀକ୍ଷା ସପକ୍ଷରେ ଯୁକ୍ତି ବାଢ଼ିଥିବା ବେଳେ କିଛି ଏହାକୁ ସ୍ଥଗିତ ରଖିବାକୁ ଦାବି କରିଛନ୍ତି। ବିରୋଧୀ ଦଳ ପରୀକ୍ଷା ସ୍ଥଗିତ କରିବାକୁ ନେଇ ଲଗାତର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଛି। ଏସବୁ ଭିତରେ ଆଜି ୬ଟି ଅଣ ବିଜେପି ରାଜ୍ୟର କ୍ୟାବିନେଟ ମନ୍ତ୍ରୀମାନେ ସୁପ୍ରିମକୋର୍ଟରେ ମିଳିତ ଭାବେ ପରୀକ୍ଷା ସ୍ଥଗିତ ରଖିବାକୁ ଆବେଦନ କରିଛନ୍ତି।

Advertisment

ପଶ୍ଚିମବଙ୍ଗ, ପଞ୍ଜାବ, ମହାରାଷ୍ଟ୍ର, ଛତିଶଗଡ଼, ରାଜସ୍ଥାନ ଓ ଝାରଖଣ୍ଡର କ୍ୟାବିନେଟ ମନ୍ତ୍ରୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଗଷ୍ଟ ୧୭ରେ ସୁପ୍ରିମକୋର୍ଟ NEET-UG ପରୀକ୍ଷା ବାତିଲ କରିବାକୁ ମନା କରିବା ସହ ଜୀବନ ଆଗକୁ ବଢ଼ିବା ଜରୁରୀ ବୋଲି କହିଥିଲେ। ଏବେ ଏହି ୬ ରାଜ୍ୟର ମନ୍ତ୍ରୀମାନେ ରାୟକୁ ପୁଣିଥରେ ତର୍ଜମା କରିବାକୁ ନିବେଦନ କରିଛନ୍ତି।

ଆବେଦନକାରୀମାନେ କହିଛନ୍ତି, ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ପିଲାମାନଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା କାରଣରୁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯିବା ଉଚିତ। NEET-JEE ପରୀକ୍ଷାରେ ଲକ୍ଷାଧିକ ଛାତ୍ରଛାତ୍ରୀମାନେ ଭାଗ ନେବେ। ଏଭଳି ସ୍ଥିତିରେ ଯିବା ଆସିବା ପାଇଁ ବହୁତ ସମସ୍ୟା ହେବ।

Advertisment

କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ପିଲାମାନେ କେମିତି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇ ସୁରକ୍ଷିତ ଭାବେ ପରୀକ୍ଷା ଦେଇପାରିବେ? ଏଭଳି ସ୍ଥିତିରେ ପରୀକ୍ଷାକୁ ବାତିଲ କାରିବା ପାଇଁ ସେମାନେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ