Advertisment

ଆସନ୍ତାକାଲିଠୁ କେନ୍ଦ୍ରରେ ଆରମ୍ଭ ହେବ ଏନଡିଏ-ଟୁ ସରକାର

ନୂଆଦିଲ୍ଲୀ: ଆସନ୍ତାକାଲିଠୁ କେନ୍ଦ୍ରରେ ଆରମ୍ଭ ହେବ ଏନଡିଏ-ଟୁ ସରକାର। ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ଗାଦି ସମ୍ଭାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଶପଥଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି। ଏଥିରେ ଯୋଗ ଦେବା ଲାଗି ପାକିସ୍ତାନକୁ ଛାଡ଼ି ଅନ୍ୟ ସବୁ ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି । ଦେଶ ବିଦେଶର ସାଢ଼େ ୬ ହଜାର ଅତିଥି ମୋଦିଙ୍କ ଶପଥ ଉତ୍ସବରେ ସାମିଲ ହେବେ। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ସବରେ ଯୋଗ […]

ଆସନ୍ତାକାଲିଠୁ କେନ୍ଦ୍ରରେ ଆରମ୍ଭ ହେବ ଏନଡିଏ-ଟୁ ସରକାର

mo

Advertisment

ନୂଆଦିଲ୍ଲୀ: ଆସନ୍ତାକାଲିଠୁ କେନ୍ଦ୍ରରେ ଆରମ୍ଭ ହେବ ଏନଡିଏ-ଟୁ ସରକାର। ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ଗାଦି ସମ୍ଭାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଶପଥଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି। ଏଥିରେ ଯୋଗ ଦେବା ଲାଗି ପାକିସ୍ତାନକୁ ଛାଡ଼ି ଅନ୍ୟ ସବୁ ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି । ଦେଶ ବିଦେଶର ସାଢ଼େ ୬ ହଜାର ଅତିଥି ମୋଦିଙ୍କ ଶପଥ ଉତ୍ସବରେ ସାମିଲ ହେବେ। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ସବରେ ଯୋଗ ନ ଦେବାକୁ ଘୋଷଣା କରିଥିବା ବେଳେ ସାମିଲ ହେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ସଂଧ୍ୟା ୭ଟାରେ ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳ ପଦ ଓ ଗୋପନୀୟତାର ଶପଥ ନେବେ । ଗତଥର ଭଳି ପ୍ରଧାନମନ୍ତ୍ରୀ ଏଥର ବି ବିଭିନ୍ନ ପଡୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି।   ବାଂଲାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା, ମିଆମାଁର, ଥାଇଲ୍ୟାଣ୍ଡ, କିରଗିସ୍ଥାନ, ମାଳଦ୍ୱୀପ ଭଳି ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଉତ୍ସବରେ ସାମିଲ ହେବା ଲାଗି ସହମତି ପ୍ରଦାନ କରିସାରିଛନ୍ତି । ସେହିଭଳି, ଆଉ କିଛି ଦେଶର ପ୍ରତିନିଧି ମଧ୍ୟ ଉତ୍ସବରେ ଉପସ୍ଥିତି ରହିବେ। ଶପଥ ଗ୍ରହଣ ଉତ୍ସବକୁ ଦେଶ ବିଦେଶର ୬ହଜାର ୫ଶହରୁ ଅଧିକ ଅତିଥିଙ୍କୁ ନିୟମନ୍ତ୍ରଣ କରାଯାଇଛି । ଏହା ବ୍ୟତିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ବି ନିମନ୍ତ୍ରଣ ଦିଆଯାଇଛି । ବିଜେପି ଶାସିତ ଅଧିକାଂଶ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ୍, ଆନ୍ଧ୍ରପ୍ରଦେଶର ଭାବି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ପ୍ରମୁଖ ଉତ୍ସବରେ ସାମିଲ ହେବା ନେଇ ସୂଚନା ମିଳିଛି। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ମତ ପରିବର୍ତ୍ତନ କରିଛନ୍ତି ମୋଦିଙ୍କ ଶପଥ ଉତ୍ସବରେ ଯୋଗ ଦେବେ ବୋଲି ଗତକାଲି ମମତା ଘୋଷଣା କରିଥିଲେ ମଧ୍ୟ ଆଜି ନିଷ୍ପତ୍ତି ବଦଳାଇଛନ୍ତି।

ଏପଟେ ମୋଦିଙ୍କ ଟିମ୍‌ରେ କିଏ ରହିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ସ୍ୱାସ୍ଥ୍ୟଗତ କାରଣରୁ ଅରୁଣ ଜେଟଲୀ ମନ୍ତ୍ରୀ ହେବେ ନାହିଁ ବୋଲି ଜଣାଇ ଦେଇଛନ୍ତି । ସମାନ କାରଣରୁ ବୈଦେଶିକ ବ୍ୟାପାରମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ମନ୍ତ୍ରୀ ହେବା ସମ୍ଭାବନା ନାହିଁ। ତେବେ ବିଜେପି ସଭାପତି ଅମିତ୍ ଶାହ କ୍ୟାବିନେଟ୍‌ରେ଼ ଯୋଗ ଦେବେ ନା ନାହିଁ ତାହା ବି ସ୍ପଷ୍ଟ ହୋଇନି। ଅନ୍ୟପକ୍ଷରେ ଏନଡିଏ ମେଣ୍ଟ ସହଯୋଗୀ ଜେଡିୟୁ, ଅକାଳୀ ଦଳ, ଶିବସେନା ଓ ଏଲଜେପିକୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ଆଶା କରାଯାଉଛି ।ସେହିପରି ଉତ୍ତରପ୍ରଦେଶରେ ଆପ୍ନା ଦଳର ମୁଖ୍ୟ ଅନୁପ୍ରିୟା ପଟେଲ ଏଥର ମୋଦି କ୍ୟାବିନେଟ୍‌ରେ ଯୋଗ ଦେଇପାରନ୍ତି । ପଶ୍ଚିମବଙ୍ଗରେ ବିଜେପିର ଭଲ ପ୍ରଦର୍ଶନ ଦୃଷ୍ଟିରୁ ମନ୍ତ୍ରିମଣ୍ଡଳରେ ରାଜ୍ୟର ପ୍ରାଧାନ୍ୟ ରହିପାରେ। ଅନ୍ୟପକ୍ଷରେ  ଓଡ଼ିଶାରୁ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ପଦ ବଜାୟ ରଖିପାରନ୍ତି। ସେହିପରି ନୂଆ ସାଂସଦ ସୁରେଶ ପୁଜାରୀ, ପ୍ରତାପ ଷଡ଼ଙ୍ଗୀ ଓ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରୁ କେହି ଜଣେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଚର୍ଚ୍ଚା ବି ହେଉଛି।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ