Advertisment

ପୁଣି ରାଜ୍ୟସଭା ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ

ନୂଆଦିଲ୍ଲୀ: ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ପୁଣିଥରେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ବାଚନିକ ଭୋଟରେ ନିର୍ବାଚିତ ହୋଇଛନ୍ତି। ଜେଡିୟୁ ନେତା ହରିବଂଶ ସିଂହ ବିରୋଧୀ ଦଳ ପକ୍ଷରୁ ଆରଜେଡି ପ୍ରାର୍ଥୀ ଏବଂ ସାଂସଦ ମନୋଜ ଝାଙ୍କୁ ହରାଇଛନ୍ତି। Harivansh Ji belongs to all sides of the aisle. He has conducted proceedings in an impartial manner. He has been an outstanding umpire and […]

ପୁଣି ରାଜ୍ୟସଭା ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ

harivansh

Advertisment

ନୂଆଦିଲ୍ଲୀ: ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ପୁଣିଥରେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ବାଚନିକ ଭୋଟରେ ନିର୍ବାଚିତ ହୋଇଛନ୍ତି। ଜେଡିୟୁ ନେତା ହରିବଂଶ ସିଂହ ବିରୋଧୀ ଦଳ ପକ୍ଷରୁ ଆରଜେଡି ପ୍ରାର୍ଥୀ ଏବଂ ସାଂସଦ ମନୋଜ ଝାଙ୍କୁ ହରାଇଛନ୍ତି।

Advertisment

https://twitter.com/PMOIndia/status/1305476843366240258?s=20

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରକେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ନରେନ୍ଦ୍ର ତୋମାର ଓ ନରେଶ ଗୁଜରାଲ୍ ହରିବଂଶଙ୍କ ସମର୍ଥନରେ ପ୍ରସ୍ତାବ ରଖିଥିଲେ। ତେବେ କଂଗ୍ରେସ ନେତା ଆନନ୍ଦ ଶର୍ମା, ଗୁଲାମ ନବୀ ଆଜାଦ ଏବଂ ତ୍ରିଚି ଶିବା ମନୋଜ ଝା'ଙ୍କୁ ସମର୍ଥନ କରିଥିଲେ।

ହରିବଂଶ ପୁଣିଥରେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ହରିବଂଶ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଏମଏ ଏବଂ ସାମ୍ବାଦିକତାରେ ଡିପ୍ଲୋମା କରିଥିଲେ। ସେ ୧୯୮୧ରୁ ୧୯୮୪ ପର୍ଯ୍ୟନ୍ତ ହାଇଦ୍ରାବାଦ ଏବଂ ପାଟଣାରେ ବ୍ୟାଙ୍କରେ ଚାକିରି କରିଥଲେ। ତେବେ ୧୯୮୪ରେ ସେ ସାମ୍ବାଦିକତାକୁ ଫେରିଥିଲେ। ୧୯୮୯ରେ ସେ ଆନନ୍ଦ ବଜାର ପତ୍ରିକାର ସାପ୍ତାହିକ ପତ୍ରିକା ରବିବାରରେ ସହ ସମ୍ପାଦକ ଥିଲେ। ହରିବଂଶ ବିହାରୁ ରାଜ୍ୟସଭା ସାଂସଦ ମଧ୍ୟ ରହିଆସିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ