ncb
ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ଏବେ ମୁମ୍ବାଇରେ ସୀମିତ ହୋଇ ରହିନାହିଁ। ଏହାର ଚେର ଏବେ ହିମାଚଳ ପ୍ରଦେଶ ଯାଏ ଲମ୍ବିଛି। ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉ ପେଡଲରଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ହିମାଚଳରୁ ଗିରଫ ହୋଇଥିବା ରାହିଲ୍ ବିଶ୍ରମଙ୍କ ନିକଟରୁ ଗୋଟିଏ କିଲୋ ଚରସ୍ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। ଏହାସହ ସାଢ଼େ ୪ ଲକ୍ଷ ଟଙ୍କା ଜବତ ହୋଇଛି।
ଏନ୍ସିବିରୁ ମିଳିଥିବା ତଥ୍ୟ ଅନୁସାରେ ରାହିଲର ସିଧାସଳଖ ସମ୍ପର୍କ ସୌଭିକ ଚକ୍ରବର୍ତ୍ତୀ ସହ ଥିଲା। ସୌଭିକକୁ ବିଭିନ୍ନ ସମୟରେ ଡ୍ରଗ୍ସ ଦେବା ପ୍ରମାଣ ବି ଏନସିବି ହାତରେ ଲାଗିଛି। ତେଣୁ ରାହିଲକୁ ରିମାଣ୍ଡରେ ଆଣି ଏନେଇ ଅଧିକ ଖୋଳତାଡ଼ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି। ସେହିପରି ଗତକାଲି ଓ ଆଜି ମୁମ୍ବାଇର ଏକାଧିକ ଅଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣର ବ୍ରାଉନସୁଗାର ସମେତ ୫ ଜଣଙ୍କୁ ଅଟକ ରଖିଛି କେନ୍ଦ୍ରୀୟ ସଂସ୍ଥା।
ଅନ୍ୟପଟେ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର୍ ଦିଶା ସାଲିଆନଙ୍କ ମୃତ୍ୟୁ ପୂର୍ବ କଲ୍କୁ ନେଇ ଲାଗି ରହିଥିବା ସନ୍ଦେହକୁ ନେଇ ମୁମ୍ବାଇ ପୋଲିସ୍ ବୟାନ ରଖିଛି। ଦିଶା ଶେଷ ଥର ପାଇଁ ନିଜ ବନ୍ଧୁ ଅଙ୍କିତାଙ୍କୁ ଫୋନ୍ କରିଥିଲେ। ଦିଶା ମୃତ୍ୟୁ ପୂର୍ବରୁ ୧୦୦କୁ ଡାଏଲ କରିଥିଲେ ଯାହା ସମ୍ଭବପର ହୋଇନଥିଲା ବୋଲି ଚର୍ଚ୍ଚା ହେଉଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ncb_1625317848.jpg)