Advertisment

ଦେଶରେ ଖସୁଛି କରୋନା ହାର : ଦିନକରେ ୬୦,୭୫୩ ଆକ୍ରାନ୍ତ, ୧୬୪୭ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଗ୍ରାଫ୍ ଦ୍ରୁତ ଗତିରେ ହ୍ରାସ ପାଉଛି। ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୬୦ ହଜାରରୁ ତଳକୁ ଖସିବାକୁ ଯାଉଛି। ଆଶ୍ଵସ୍ତିର କଥା ହେଉଛି, ପୂର୍ବ ଦିନଗୁଡିକରେ ଦେଶର ୨୨ଟି ରାଜ୍ୟ ତଥା…

ଅଦ୍ୟତନ ହୋଇଛି
ଦେଶରେ ଖସୁଛି କରୋନା ହାର : ଦିନକରେ ୬୦,୭୫୩ ଆକ୍ରାନ୍ତ, ୧୬୪୭ ମୃତ

Covid

Advertisment

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଗ୍ରାଫ୍ ଦ୍ରୁତ ଗତିରେ ହ୍ରାସ ପାଉଛି। ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୬୦ ହଜାରରୁ ତଳକୁ ଖସିବାକୁ ଯାଉଛି। ଆଶ୍ଵସ୍ତିର କଥା ହେଉଛି, ପୂର୍ବ ଦିନଗୁଡିକରେ ଦେଶର ୨୨ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୫୦୦ରୁ କମ୍ ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ୧୪ଟି ରାଜ୍ୟରେ ୧୦୦୦ରୁ କମ୍ କରୋନା ରୋଗୀ ଦେଖିବାକୁ ମିଳିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦ ହଜାର ୭୫୩ ଟି ନୂଆ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବାବେଳେ ୧୬୪୭ ରୋଗୀ ପ୍ରାଣ ହରାଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, କରୋନାରେ ନୂଆ ମାମଲା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨ କୋଟି ୯୮ ଲକ୍ଷ ୨୩ ହଜାର ୫୪୬ କୁ ବୃଦ୍ଧି ପାଇଛି।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାରେ ୭ ଲକ୍ଷ ୬୦ ହଜାର ୧୯ଟି ସକ୍ରିୟ ମାମଲା ଥିବାବେଳେ ୨ କୋଟି ୮୬ ଲକ୍ଷ ୭୮ ହଜାର ୩୯୦ଲୋକ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ୩ ଲକ୍ଷ ୮୫ ହଜାର ୧୩୭ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ବର୍ତ୍ତମାନ ମହାରାଷ୍ଟ୍ରରେ କରୋନା ଜନିତ ନୂଆ ମାମଲା ୧୦ ହଜାରରୁ କମ୍ ହୋଇଛି।

ଶୁକ୍ରବାର ମହାରାଷ୍ଟ୍ରରେ କୋଭିଡ -୧୯ ର ୯,୭୯୮ ନୂଆ ମାମଲା ରିପୋର୍ଟ ହୋଇଥିବା ବେଳେ ଏହା ମୋଟ ୫୯,୫୪,୫୦୮ ହୋଇଥିବାବେଳେ ୧୯୮ ଜଣ ରୋଗୀଙ୍କ ମୃତ୍ୟୁ ହେତୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧,୧୬,୬୭୪କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ୧୯୮ ମୃତ୍ୟୁ ମଧ୍ୟରୁ ୧୩୩ଟି ଗତ ୪୮ ଘଣ୍ଟା ମଧ୍ୟରେ ଘଟିଥିବା ବେଳେ ୬୫ ଜଣଙ୍କ ମୃତ୍ୟୁ ଗତ ସପ୍ତାହରେ ଘଟିଛି। ପୂର୍ବରୁ ଘଟିଥିବା ଅନ୍ୟ ୪୫୦ ମୃତ୍ୟୁ ରେକର୍ଡକୁ ଏଥିରେ ଯୋଗ କରାଯାଇଛି। ମୋଟାମୋଟି ଭାବେ ମୃତ୍ୟୁ ସଂଖ୍ୟା ୬୪୮କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ, ୧୪,୩୪୭ ରୋଗୀ ସୁସ୍ଥ ହେବା ପରେ ବିଭିନ୍ନ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଥିଲେ, ବର୍ତ୍ତମାନ ପର୍ଯ୍ୟନ୍ତ ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା ୫୬,୯୯,୯୮୩ରେ ପହଞ୍ଚିଛି। ରାଜ୍ୟରେ ୧,୩୪,୭୪୭ ରୋଗୀ ଚିକିତ୍ସିତ ହେଉଛନ୍ତି।

Advertisment

ସେହିପରି ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ହେତୁ ଶୁକ୍ରବାର ଆହୁରି ୫୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ଏବଂ ୨୯୧ ନୂଆ ରୋଗୀ ସାମ୍ନାକୁ ଆସିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୫୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ୨୨,୦୮୧କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ୨୯୧ ଜଣ ନୂଆ ସଂକ୍ରମିତଙ୍କୁ ମିଶେଇ ଏହି ସଂଖ୍ୟା ୧୭,୦୩,୮୮୨କୁ ବୃଦ୍ଧି ପାଇଛି। ରାଜ୍ୟରେ କରୋନାରୁ ସୁସ୍ଥ ହେଉଥିବା ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୭୭୪ ସଂକ୍ରମିତ ସୁସ୍ଥ ହେବା ପରେ ନିଜ ଘରକୁ ଫେରିଛନ୍ତି ଏବଂ ଏପର୍ଯ୍ୟନ୍ତ ରାଜ୍ୟରେ ୧୬,୭୬,୪୫୮ ରୋଗୀ ସଂକ୍ରମଣମୁକ୍ତ ହୋଇଛନ୍ତି।

ରାଜସ୍ଥାନରେ ୧୫୦ଟି ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏଥିରେ ଆଉ ନଅ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ଚବିଶ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୦ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ଏହି ନୂଆ ମାମଲାରେ ଜୟପୁରରେ ୨୫, ଅଲୱାରରେ ୧୬, ହନୁମାନଗଡରେ ୧୨, ସିକରରେ ୧୧, ଯୋଧପୁରରେ ୧୦ଟି ଅନ୍ତର୍ଭୁକ୍ତ। ରିପୋର୍ଟ ଅନୁଯାୟୀ, ଶୁକ୍ରବାର ରାଜ୍ୟର ପାଞ୍ଚଟି ଜିଲ୍ଲା ଯଥା ବାଂସୱାଡା, ବୁନ୍ଦି, ଭରତପୁର, ଭିଲୱାଡା, ବାଂରାରେ କୌଣସି ନୂଆ ମାମଲା ସାମ୍ନାକୁ ଆସି ନାହିଁ। ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ, ରାଜ୍ୟରେ ନୂଆ ମୃତକଙ୍କୁ ମିଶେ‍ଇ ମୋଟ୍ ୮୮୮୪ ଜଣଙ୍କର ମୃତ୍ୟୁ ହୋଇଛି।

Advertisment
Corona News Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ