Advertisment

ଦେଶର ସୁସ୍ଥ ହାର ୯୩.୬୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ଦେଶରେ ୪୬,୨୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ୫୦ ହଜାର ୫୯୮ ହୋଇଛି। ଦିନକରେ ୫୬୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ନୂଆ ମୃତ ସଂଖ୍ୟାକୁ ମିଶାଇ ଦେଶର ମୋଟ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୩୨ ହଜାର ୭୨୬ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ […]

ଦେଶର ସୁସ୍ଥ ହାର ୯୩.୬୭ ପ୍ରତିଶତକୁ ବୃଦ୍ଧି

coronavirus

Advertisment

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ଦେଶରେ ୪୬,୨୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ୫୦ ହଜାର ୫୯୮ ହୋଇଛି। ଦିନକରେ ୫୬୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ନୂଆ ମୃତ ସଂଖ୍ୟାକୁ ମିଶାଇ ଦେଶର ମୋଟ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୩୨ ହଜାର ୭୨୬ ହୋଇଛି।

Advertisment

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ କରୋନା ସକ୍ରିୟ ସଂଖ୍ୟା ୪ ଲକ୍ଷ ୩୯ ହଜାର ୭୪୭ ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ୪୯ ହଜାର ୭ ଶହ ୧୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇ ଦେଶରେ ୮୪ ଲକ୍ଷ ୭୮ ହଜାର ୧୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଦେଶର ସୁସ୍ଥ ହାର ୯୩.୬୭ ପ୍ରତିଶତ ରହିଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି।

ସେହିପରି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ ବା ICMR ସୂଚନା ଅନୁସାରେ, ଗତକାଲି ସୁଦ୍ଧା ୧୩ କୋଟି ୬ ଲକ୍ଷ ୫୭ ହଜାର ୮୦୮ ସାମ୍ପଲ ଟେଷ୍ଟ ହୋଇଛି। ଗତକାଲି ମଧ୍ୟ ୧୦ ଲକ୍ଷ ୬୬ ହଜାର ୨୨ଟି ସମ୍ପଲ ଟେଷ୍ଟ କରାଯାଇଛି। ଗତ ୨୪ ଘଣ୍ଟାରେ ଏତେ ମାତ୍ରାରେ ସାମ୍ପଲ ଟେଷ୍ଟ କରି କରୋନା ବିରୋଧୀ ଲଢ଼େଇରେ ଭାରତ ଏକ ବେଞ୍ଚମାର୍କ ପ୍ରତିଷ୍ଠା କରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ