Advertisment

‘ପରୀକ୍ଷା ପେ ର୍ଚଚ୍ଚା’ରେ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’। ପରୀକ୍ଷାକୁ ନେଇ ପିଲାଙ୍କ ମନରେ ଥିବା ଭୟକୁ ବାହାର କରିବା ପାଇଁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି। ସେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଯେ, ‘ପରୀକ୍ଷାକୁ ନେଇ ଡରିବା ଉଚିତ ନୁହେଁ। କାରଣ ପରୀକ୍ଷା ତ ବାରମ୍ବାର ଦେଉଛନ୍ତି। ପରୀକ୍ଷାକୁ ନେଇ କାହା ମନରେ ଡର ନାହିଁ ବରଂ ଅନ୍ୟ କୌଣସି କାରଣ ପାଇଁ ଡର ଲାଗୁଛି। ପରୀକ୍ଷାକୁ ନେଇ ଏମିତି କିଛି ବାତାବରଣ ସୃଷ୍ଟି କରାଯାଇଛି, ଯାହାକୁ […]

‘ପରୀକ୍ଷା ପେ ର୍ଚଚ୍ଚା’ରେ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Parikshya Pe charcha Narendra Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’। ପରୀକ୍ଷାକୁ ନେଇ ପିଲାଙ୍କ ମନରେ ଥିବା ଭୟକୁ ବାହାର କରିବା ପାଇଁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି। ସେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଯେ, ‘ପରୀକ୍ଷାକୁ ନେଇ ଡରିବା ଉଚିତ ନୁହେଁ। କାରଣ ପରୀକ୍ଷା ତ ବାରମ୍ବାର ଦେଉଛନ୍ତି। ପରୀକ୍ଷାକୁ ନେଇ କାହା ମନରେ ଡର ନାହିଁ ବରଂ ଅନ୍ୟ କୌଣସି କାରଣ ପାଇଁ ଡର ଲାଗୁଛି। ପରୀକ୍ଷାକୁ ନେଇ ଏମିତି କିଛି ବାତାବରଣ ସୃଷ୍ଟି କରାଯାଇଛି, ଯାହାକୁ ନେଇ ଡରଲାଗୁଛି। ତେବେ ପରୀକ୍ଷାକୁ ଡରିବାର କୌଣସି କାରଣ ନାହିଁ।

Advertisment

https://twitter.com/PMOIndia/status/1379792113177567243?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1379792113177567243%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.aajtak.in%2Feducation%2Fnews%2Fstory%2Fpariksha-pe-charcha-2021-pm-narendra-modi-pariksha-pe-charcha-today-7-april-ppc-live-updates-lbse-1234925-2021-04-07

ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଭାବକମାନଙ୍କୁ ମଧ୍ୟ ଅପିଲ କରିଛନ୍ତି ଯେ, ପିଲାମାନଙ୍କୁ ପରୀକ୍ଷାର ଡର ଦିଅନ୍ତୁ ନାହିଁ। ଏମିତି ମହୋଲ କରନ୍ତୁ ନାହିଁ, ଯେଉଁଥିରେ ପିଲାମାନେ ପରୀକ୍ଷା କଥା ଭାବି ଡରିବେ। ପିଲାଙ୍କୁ ସହଜ ଓ ଚାପମୁକ୍ତ ଭାବେ ଜୀବନ ଜୀଇଁବାର ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ସବୁ ବିଷୟ ପ୍ରତି ସମାନ ଭାବେ ଧ୍ୟାନ ଦେବାକୁ ହେବ। ନିଜ ସମୟକୁ ସମାନ ଭାବେ ବାଣ୍ଟିବାକୁ ହେବ।

Advertisment

ଏହାସହ ମୋଦି ଛାତ୍ରଛାତ୍ରୀଙ୍କୁ ଅପିଲ କରିଛନ୍ତି ଯେ, ପରୀକ୍ଷାରେ ପ୍ରଥମେ କଠିନ ପ୍ରଶ୍ନର ଉତ୍ତର ଲେଖିବେ। ପ୍ରଥମେ କଠିନ ପ୍ରଶ୍ନର ଉତ୍ତର ଦେଲେ, ପରେ ସରଳ ପ୍ରଶ୍ନ ଆହୁରି ସରଳ ହେବ। କଷ୍ଟ ଲାଗୁଥିବା ବିଷୟକୁ ଡରି ପଢ଼ିବା ବନ୍ଦ କରନି କିମ୍ବା ତାକୁ ଦେଖି ଦୁରକୁ ଯାଅନି। ଯେଉଁଠି ଡର ଲାଗୁଛି ତାକୁ ବାରମ୍ବାର ଅଭ୍ୟାସ କର। ଶିକ୍ଷକମାନେ ଏନେଇ ଅଧିକ ଧ୍ୟାନ ଦେଇ ପିଲାଙ୍କୁ ଗାଇଡ କରନ୍ତୁ ବୋଲି ମୋଦି ପରାମର୍ଶ ଦେଇଛନ୍ତି।

https://twitter.com/PMOIndia/status/1379795162210033664?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1379795162210033664%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.aajtak.in%2Feducation%2Fnews%2Fstory%2Fpariksha-pe-charcha-2021-pm-narendra-modi-pariksha-pe-charcha-today-7-april-ppc-live-updates-lbse-1234925-2021-04-07

Advertisment

ମୋଦି ଆହୁରି କହିଛନ୍ତି ଯେ, ‘ପିଲାମାନେ ପରୀକ୍ଷାକୁ ନଡରି କରୋନାକୁ ଡର। ତୁମ ଚାରିପାଖରେ ଥିବା ଲୋକ ତଥା ବନ୍ଧୁବାନ୍ଧବଙ୍କୁ ଡର। ପରୀକ୍ଷା ହେଉଛି ଏମିତି ଏକ ଶବ୍ଦ ଯାହାର ଅର୍ଥ ହେଉଛି ନିଜେ ନିଜକୁ ଚିହ୍ନ ଏବଂ ପ୍ରସ୍ତୁତ କର। ପରୀକ୍ଷା ହେଉଛି ଜୀବନ ଜୀଇଁବା ପାଇଁ ଏକ ଭଲ ଅବସର। ମୋଦି ନିଜ ଅଭିଜ୍ଞତାକୁ ନେଇ କହିଛନ୍ତି ଯେ, ସେ ମଧ୍ୟ ସକାଳୁ ପ୍ରଥମେ କଷ୍ଟ କାମ କରିବାକୁ ଆଗ୍ରହ ପ୍ରକାଶ କରନ୍ତି।

Parikshya Pe Charcha PM Narendra Modi Narendra Modi Latest News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ