Advertisment

ରିୟାଙ୍କ ଡ୍ରଗ୍ସ ଲିଙ୍କ୍ ମାମଲା, ୨ ଗିରଫ

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାର ପ୍ରାଇମ୍ ସସପେକ୍ଟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କ୍ ମାମଲାରେ ୨ ଜଣଙ୍କୁ ଗିରଫ କରିଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (NCB)। ଗିରଫ ଦୁଇଜଣ ହେଲେ ଅବଦୁଲ ବାସିତ ପରିହାର ଓ ଜୈଦ୍ ଭିଲିଟ୍ରା। ଉଭୟଙ୍କୁ ମୁମ୍ବାଇ ଓ ବାନ୍ଦ୍ରାରୁ ଗିରଫ କରିଛି ଏନସିବି। ରିୟାଙ୍କ ସହଯୋଗୀ ସାମୁଏଲ ମିରଣ୍ଡାଙ୍କ ଲିଙ୍କରେ ଏମାନଙ୍କୁ ଗିରଫ କରାଯାଇଛି। ରିୟାଙ୍କ ଭାଇ ସୌଭିକଙ୍କ ନିର୍ଦ୍ଦେଶରେ ମିରଣ୍ଡା ଦୁହିଁଙ୍କ ଠାରୁ ଡ୍ରଗ୍ସ ଆଣୁଥିଲେ ବୋଲି […]

ରିୟାଙ୍କ ଡ୍ରଗ୍ସ ଲିଙ୍କ୍ ମାମଲା, ୨ ଗିରଫ

riya

Advertisment

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାର ପ୍ରାଇମ୍ ସସପେକ୍ଟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କ୍ ମାମଲାରେ ୨ ଜଣଙ୍କୁ ଗିରଫ କରିଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (NCB)। ଗିରଫ ଦୁଇଜଣ ହେଲେ ଅବଦୁଲ ବାସିତ ପରିହାର ଓ ଜୈଦ୍ ଭିଲିଟ୍ରା। ଉଭୟଙ୍କୁ ମୁମ୍ବାଇ ଓ ବାନ୍ଦ୍ରାରୁ ଗିରଫ କରିଛି ଏନସିବି।

Advertisment

ରିୟାଙ୍କ ସହଯୋଗୀ ସାମୁଏଲ ମିରଣ୍ଡାଙ୍କ ଲିଙ୍କରେ ଏମାନଙ୍କୁ ଗିରଫ କରାଯାଇଛି। ରିୟାଙ୍କ ଭାଇ ସୌଭିକଙ୍କ ନିର୍ଦ୍ଦେଶରେ ମିରଣ୍ଡା ଦୁହିଁଙ୍କ ଠାରୁ ଡ୍ରଗ୍ସ ଆଣୁଥିଲେ ବୋଲି NCB ଜାଣିବାକୁ ପାଇଥିଲା। ତେବେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ଏନସିବି। ଗତ ଗୁରୁ ଓ ଶୁକ୍ରବାର ରାତିରେ ହୋଇଥିବା ଏକ ରେଡରେ ନିଶା ଦ୍ରବ୍ୟ କାରବାର ଅଭିଯୋଗରେ ଆବାସ ଲଖାନୀ ଏବଂ କର୍ଣ୍ଣ ଆରୋରାଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା।

ଗିରଫଙ୍କ ମଧ୍ୟରୁ ଆବାସ ଲଖାନୀଙ୍କ ସମ୍ପର୍କ ଜୈଦ୍ ଭିଲିଟ୍ରାଙ୍କ ସହ ରହିଥିବା ଏନସିବି ଜାଣିବାକୁ ପାଇଥିଲା। ସେପଟେ ଆଜି ଏହି ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ବାପା ଇନ୍ଦ୍ରଜିତ୍ ଚକ୍ରବର୍ତ୍ତୀ ପୁଣିଥରେ ଡିଆରଡିଓ ଗେଷ୍ଟ ହାଉସରେ ଜେରା ପାଇଁ ପହଞ୍ଚିଛନ୍ତି। ସୁଶାନ୍ତଙ୍କ ପ୍ଲାଟ୍ ମେଟ୍ ସିଦ୍ଧାର୍ଥୀ ପିଠାନୀ ମଧ୍ୟ ଆଜି ସିବିଆଇ ନିକଟରେ ହାଜର ହୋଇଛନ୍ତି। ସେପଟେ ସୁଶାନ୍ତଙ୍କ ବନ୍ଧୁ ତଥା ବିଜନେସ୍ ପାର୍ଟନର ବରୁନ ମାଥୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା ପାଇଁ ଡାକିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ