Advertisment

ବିରୋଧୀ ନେତା ଏବେ କ୍ୱାରେଣ୍ଟିନ୍‌ରେ: ନଡ୍ଡା

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। କିଛି ରାଜନୈତିକ ଦଳ ଏଣୁତେଣୁ ପ୍ରଶ୍ନ କରି ସମସ୍ୟା ସୃଷ୍ଟି କରୁଛନ୍ତି। ଆଜି କିଛି ଏଭଳି କହି ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି…

ବିରୋଧୀ ନେତା ଏବେ କ୍ୱାରେଣ୍ଟିନ୍‌ରେ: ନଡ୍ଡା

jp-nadda.jpg-kolkata

Advertisment

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। କିଛି ରାଜନୈତିକ ଦଳ ଏଣୁତେଣୁ ପ୍ରଶ୍ନ କରି ସମସ୍ୟା ସୃଷ୍ଟି କରୁଛନ୍ତି। ଆଜି କିଛି ଏଭଳି କହି ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଦେଶର ପ୍ରତିଟି ନାଗରିକଙ୍କୁ କିଭଳି ଟିକା ମାଗଣାରେ ମିଳିବ ସେ ବ୍ୟବସ୍ଥା କେନ୍ଦ୍ର ସରକାର କରୁଛନ୍ତି। ହେଲେ ଏଥିରେ ବାଧା ସୃଷ୍ଟି କରିବାକୁ ବିରୋଧୀ ଚେଷ୍ଟା କରୁଥିବା କହିଛନ୍ତି ନଡ୍ଡା।

Advertisment

ହେଲେ ଆଜି ସେହି ନେତା ମାନେ ଖୋଦ୍ ଟିକା ନେଉଛନ୍ତି। କରୋନା ମହାମାରୀ ବେଳେ ବିଜେପି କର୍ମୀ ଲୋକଙ୍କ ପାଖରେ ଛିଡ଼ା ହୋଇଛନ୍ତି। କିନ୍ତୁ ବିରୋଧୀ ନେତା ଏବେ କ୍ୱାରେଣ୍ଟିନ୍‌ରେ ବୋଲି କହି ସମାଲୋଚନା କରିଛନ୍ତି ନଡ୍ଡା। ଟିକାକରଣରେ ଭାରତ ସବୁଠୁ ଆଗରେ। ଭାରତ ଟିକା ପ୍ରସ୍ତୁତ କରୁଛି, ଟିକାକରଣ କରୁଛି ତାସହ ଅନ୍ୟ ଦେଶକୁ ଏବେ ଟିକା ପହଞ୍ଚାଉଛି।

ଆଜି ଦିଲ୍ଲୀ ରାମମନହୋର ଲୋହିୟା ହସ୍ପିଟାଲ୍‌ରେ ମାଗଣା ଟିକାକରଣ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ, ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Advertisment

ସେହିପରି ଗୁଜରାଟ ଗାନ୍ଧିନଗରରେ ଟିକାକରଣ ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସାରା ଦେଶରେ ଆଜିଠୁ ମାଗଣା ଟିକାକରଣ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ